Odisha News Portal

ଆସନ୍ତା କାଲି ସକାଳୁ ଠାରୁ 4 ଟି ରାଶିରେ ଖରାପ୍ ସମୟ ଆସିଲା ,ସାବଧାନ୍ , ଜାଣିରଖନ୍ତୁ କେଉଁ କେଉଁ ରାଶି ଉପରେ ଏହି ପ୍ରଭାବ ପଡିବାକୁ ଯାଉଛି ….

0 3

ରାଶି ଚକ୍ରରେ ବାର ଗୋଟି ରାଶି ରହିଛି ଓ ବାର ଗୋଟି ରାଶିର ରାଶିଫଳ ଗ୍ରହମାନଙ୍କର ପରିଚାଳନାରୁ ନିର୍ଦ୍ଧାରିତ ହୋଇଥାଏ । ଗ୍ରହମାନଙ୍କର ସିଧା ପ୍ରଭାବ ଏହି ରାଶି ମାନଙ୍କ ଉପରେ ପଡିଥାଏ । ପ୍ରତ୍ୟେକ ବ୍ୟକ୍ତିର କୁଣ୍ଡଳୀ ଏହି ରାଶିମାନଙ୍କ ,ସହିତ ଯୋଡିତ ରହିଥାଏ । ଏହି ଗ୍ରହ ମାନଙ୍କର ଚଳନ କିଛି ରାଶି ମାନଙ୍କ ଉପରେ ଶୁଭ ଫଳ ପକାଇଥାଏ ତ ପୁଣି କିଛି ରାଶି ମାନଙ୍କ ଉପରେ ଅଶୁଭ ଫଳ ପକାଇଥାଏ । ପ୍ରତ୍ୟେକ ଦିନ ଗ୍ରହରେ କିଛି ନାଁ କିଛି ପରିବର୍ତ୍ତନ ଘଟୁଛି , ସେହିପରି କିଛି ରାଶି ଉପରେ ଆଜି ଠାରୁ ଗ୍ରହମାନଙ୍କର କୁପ୍ରଭାବ ପଡିବାକୁ ଯାଉଛି । ଏହି ଚାରି ଗୋଟି ରାଶିମାନଙ୍କୁ ସାବଧାନତାର ସହିତ ରହିବାକୁ ପଡିବ । ତେବେ ଚାଲନ୍ତୁ ଜାଣିବା କଣ ସେହି ରାଶି ଗୁଡିକ ।

1. ମିଥୁନ ରାଶି –

ଲୋକପ୍ରିୟତା ହ୍ରାସ ପାଇବ , ନିଜର ଆସ୍ଥା ହରାଇବେ, ଅର୍ଥ ଅଭାବ ଅନୁଭବ କରିବେ । ଆକସ୍ମିକ କୌଣସି କଳହରେ ପଡି ପାରନ୍ତି । ଆର୍ଥିକ କ୍ଷତି ସହିବେ ଏବଂ ପାଇଥିବା ଦ୍ରବ୍ୟ ହରାଇ ବସିବେ । କୌଣସି ଏକ ବଡ ଧରଣର ଯୋଜନାରେ ପରିବର୍ତ୍ତନ କରିବେ , ପରିବାରରେ ସମସ୍ୟା ବଢିବ ଏବଂ ଖର୍ଚ୍ଚ ବଢିବାରୁ ବିଚଳିତ ରହିବେ । ଆତ୍ମୀୟଙ୍କ ଦ୍ବାରା ଅସୁବିଧାରେ ପଡି ପାରନ୍ତି । ପ୍ରତିକାର- ଗାଈକୁ ସବୁଜ ଘାସ କିମ୍ବା ଅନ୍ୟ କୌଣସି ଜିନିଷ ଖାଇବାକୁ ଦିଅନ୍ତୁ ।

2. କର୍କଟ ରାଶି –

ଆପଣ ମାନଙ୍କର ମାନସିକ ଅଶାନ୍ତି ବଢିପାରେ । ଦୂର ବନ୍ଧୁଙ୍କ ଦ୍ବାରା ଅପମାନିତ ହୋଇ ପାରନ୍ତି । ଅଯଥା କାମରେ ଟଙ୍କା ବିନିଯୋଗ କରିବେ । କୌଣସି ଜାଗାରୁ ଅପମାନିତ ହୋଇପାରନ୍ତି ଏବଂ ଅବାଞ୍ଝିତ ପରିସ୍ଥିତିରେ ପଡିଯିବେ । ଶାରିରୀକ କଷ୍ଟ ଭୋଗିବେ । ଆପଣଙ୍କ ପାଇଂ ପରିବାରରେ କଳହ ସୃଷ୍ଟି ହୋଇପାରେ । ପ୍ରତିକାର- ଗରିବ ଲୋକ ମାନଙ୍କୁ ଅନ୍ନ କିମ୍ବା କିଛି ସାହାଯ୍ୟ କରନ୍ତୁ .

3. ମୀନ ରାଶି –

ଅର୍ଥାଭାବର ଆଭାସ ମିଳିବ । ନିଜର ପରିବେଶରେ ପରିବର୍ତ୍ତନ ହେବ । ମାନ ସମ୍ମାନରେ ହାନୀ ଘଟିବ , ଉପଯୁକ୍ତ ନ୍ୟାୟ ପାଇ ପାରିବେ ନାହିଁ । ପରିବାରରେ ବିଶୃଙ୍ଖଳା ଦେଖା ଦେଇପାରେ । ଉପରିସ୍ଥ କତୃପକ୍ଷଙ୍କ ଚାପ ବଢିଯିବ । ଆଳସ୍ୟ ଅନୁଭଭ କରିବେ ଏବଂ ଙଠାତ୍ ଦୁର୍ଘଟଣା ଗ୍ରସ୍ଥ ହୋଇ ପାରନ୍ତି । ପ୍ରତିକାର – ପ୍ରତ୍ୟେକ ମଙ୍ଗଳବାର ଦିନ ପ୍ରଭୁ ହନୁମାନ ଚାଳିଷା ପାଠ କରନ୍ତୁ ଏବଂ ହନୁମାନ ମନ୍ଦିରକୁ ଯାଇ ହନୁମାନଙ୍କ ଚରଣରେ ପ୍ରଣାମ କରନ୍ତୁ ।

4. ବିଛା ରାଶି-

ଭୟଭୀତ ମଧ୍ୟରେ ସମୟ ଅତିବାହିତ କରିବେ । ବହୁତ ଦିନର ଅନୁସନ୍ଧାନରେ ବିଫଳ ହେବେ । ଯାତ୍ରାରେ ସତର୍କତା ଅବଲମ୍ବନ କରନ୍ତୁ , ମାନସିକ ଚାପ ପଡିପାରେ । ବ୍ୟସ୍ତତା ଭିତରେ ସମୟ କଟି ପାରେ , ଗୃହରେ କ୍ଲେଶ ଦେଖା ଦେଇପାରେ । ଅଭାବ ଅନଟନରେ ଦିନ କଟିପାରେ ଏବଂ ବିଶ୍ବାସ ଘାତକତାର ଶିକାର ହୋଇ ପାରନ୍ତି । ଶରୀର ପିଡା ରହିଛି । ପ୍ରତିକାର – ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ ବା ବସ୍ତ୍ର ଦାନ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।