Odisha News Portal

ଆସିଲା ଜାନୁଆରୀ ଗାଇଡଲାଇନ୍ ! ଏହି ତାରିଖରେ ଖୋଲିବ ସ୍କୁଲ,କେଲଜ ଏବଂ ସିନେମା ! ଜାଣନ୍ତୁ ଜାନୁଆରୀ ରେ କଣ ଖୋଲା କଣ ବନ୍ଦ ?

0 176

ଆସିବାକୁ ଯାଉଛି ଜାନୁଆରୀ , ଡିସେମ୍ବର ଶେଷ ହେବାକୁ ଯାଉଛି ତେବେ ଏହାକୁ ଆଖି ଆଗରେ ରଖି ସରକାର ଜାନୁଆରୀ ମାସ ପାଇଁ ନୂତନ ଗାଇଡଲାଇନ ଜାରି କରିଛନ୍ତି । ରାଜ୍ୟରେ ସ୍କୁଲ , କଲେଜ କେବେ ଖୋଲିବ ସେ ବାବଦରେ ଗଣଶିକ୍ଷା ବିଭାଗ ନିର୍ଣ୍ଣୟ ନେବେ । ବିଭିନ୍ନ ପକ୍ଷଙ୍କର ସହ ଆଲୋଚନା କରି ବିଭାଗୀୟ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇପାରନ୍ତି । ବୁଧବାର ଜାନୁଆରୀ ଗାଇଡଲାଇନରେ ସ୍କୁଲ ଖୋଲିବା ବାବଦରେ ଏ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ସରକାରଙ୍କର ଗାଇଡଲାଇନ ଅନୁସାରେ ସ୍କୁଲ , କଲେଜ କେବେ ଖୋଲାଯିବ ସେ ସଂପର୍କରେ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବେ । ତେବେ ରାଜ୍ୟରେ ପରୀକ୍ଷା ଖାତା ଦେଖା ଏବଂ ଅନଲାଇନ ପାଠପଢା ଆଦି ପୂର୍ବପରି ଚାଲୁରହିବ ବୋଲି କୁହାଯାଇଛି । ଅନ୍ୟପଟେ ଜାନୁଆରୀ 31 ଯାଏ ସମସ୍ତ ଅଙ୍ଗନବାଡି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।

କରୋନା ପାଇଁ ଦୀର୍ଘ 10 ମାସ ହେବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଟାନ ବନ୍ଦ ରହିଛି , ଅନଲକରେ କେନ୍ଦ୍ର ସରକାର ଶିକ୍ଷାନୁଷ୍ଟାନ ଖୋଲିବା ପାଇଁ ଅନୁମତି ପ୍ରଦାନ କରିଥିଲେ ସୁଦ୍ଧା ଓଡିଶାରେ ଶିକ୍ଷାନୁଷ୍ଟାନ ଖୋଲିବା ଉପରେ ବଳବତ୍ତର ରଖିଛନ୍ତି ରାଜ୍ୟ ସରକାର । ତେବେ ଧୀରେ ଧୀରେ ସମସ୍ତରୁ ତାଲା ଖୋଲିବା ସମୟରେ ସ୍କୁଲ , କଲେଜରୁ କିପରି ତାଲା ଖୋଲିବ ସେ ନେଇ ସମସ୍ତେ ଅପେକ୍ଷା କରିଛନ୍ତି ।

ନୂଆବର୍ଶକୁ ସ୍କୁଲ ଖୋଲିବ ବୋଲି ସରକାର ପୂର୍ବରୁ କହିଥିଲେ , ତେଣୁ ଜାନୁଆରୀ ଗାଇଡଲାଇନରେ ଏ ବାବଦରେ କିଛି ନିଷ୍ପତ୍ତି ନିଆଯାଇପାରେ ବୋଲି ସମସ୍ତେ ଆଶା କରୁଥିଲେ , କିନ୍ତୁ ବୁଧବାର ଜାନୁଆରୀ ଗାଇଡଲାଇନରେ ସ୍କୁଲ , କଲେଜ ଖୋଲିବା ନେଇ ଗଣଶିକ୍ଷା ବିଭାଗ ଉପରେ ଛାଡିଛନ୍ତି ସରକାର ।

ଏହା ବ୍ୟତୀତ କରୋନା କଟକଣା ମଧ୍ୟରେ ଖୋଲିବ ଥିଏଟର ଏବଂ ସିନେମା ହଲ । 50 ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲିବ ସିନେମା ହଲ । ରାଜ୍ୟରେ ଜାନୁଆରୀ 31 ଯାଏ ବନ୍ଦ ରହିବ ଅଙ୍ଗନବାଡି କେନ୍ଦ୍ର । ଏହା ସହ ଆସନ୍ତା 31 ତାରିଖ ସାରା ରାଜ୍ୟରେ ଜିରୋ ନାଇଟ ସେଲିବ୍ରେସନ ରେ ଲାଗିଛି ରୋକ ।

ଡିସେମ୍ବର 31 ଏବଂ ଜାନୁଆରୀ 1 ରେ ଉତ୍ସବ ପାଳନ ଉପରେ ରୋକ ଲଗାଯାଇଛି । ଏହା ସହ ହୋଟେଲ , କ୍ଲବ , ପାର୍କ ଏବଂ ସର୍ବସାଧାରଣ ସ୍ଥାନରେ ମଧ୍ୟ ସେଲିବ୍ରେସନ ବନ୍ଦ । ସେହିପରି ବିବାହ କାର୍ଯ୍ୟରେ ସର୍ବାଧିକ 200 ଲୋକ ଏବଂ ଶୁଦ୍ଧିକାର୍ଯ୍ୟରେ 100 ଲୋକ ରହିପାରିବେ ବୋଲି ଗାଇଡଲାଇନରେ କୁହାଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।