Odisha News Portal

ଆସିଲା ସର୍ଭେ ରିପୋର୍ଟ ପୁଣି ନବୀନ ହେଲେ ଦେଶର ନଂ ୱାନ ମୁଖ୍ୟମନ୍ତ୍ରୀ ! ଏଥିରେ ଆପଣଙ୍କ ମତାମତ କଣ କମେଣ୍ଟ କରନ୍ତୁ ଏବଂ ଜଣାନ୍ତୁ ଆପଣ କେତେ ଖୁସି ଅଛନ୍ତି ତାଙ୍କ 25 ବର୍ଷ ଶାସନକାଳରେ…..

0 15

ବର୍ତ୍ତମାନର ସବୁଠୁ ବହୁତ ବଡ ଖବର । ଆସିଲା ସର୍ଭେ ରିପୋର୍ଟ ପୁଣିଥରେ ମାନ୍ୟବର ନବୀନ ପଟ୍ଟନାୟକ ହେଲେ ଦେଶର ସର୍ବଶ୍ରେଷ୍ଠ ତଥା ନମ୍ବର ୱାନ ମୁଖ୍ୟମନ୍ତ୍ରୀ । ତେବେ ଆପଣ ମାନେ ସମସ୍ତେ ତ ନିଶ୍ଚିତ ଭବାରେ ଜାଣିଥିବେ ଯେ, ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ସୁଯୋଗ୍ୟ ସୁପୁତ୍ର ନବୀନ ପଟ୍ଟନାୟକ ଦୀର୍ଘବର୍ଷ ଧରି ଓଡ଼ିଶାର ଶାସନ ଭାର ସମ୍ଭାଳି ଆସୁଛନ୍ତି । ତେବେ ତାଙ୍କର ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ଯୋଗୁଁ ଲୋକେ ଏବେବି ତାଙ୍କୁ ଭଲପାଇବା ଦେଇ ଆସୁଛନ୍ତି । ଓଡ଼ିଶାର ଏକ ଅପ୍ରତିଦ୍ଵନ୍ଦୀ ନେତା ଭାବରେ ମାନ୍ୟବର ନବୀନ ପଟ୍ଟନାୟକ ଦୀର୍ଘ 22 ବର୍ଷ ଧରି ଓଡ଼ିଶାର ଜନ ସାଧାରଣ ଙ୍କ ସୁବିଧା ଅସୁବିଧା କୁ ବୁଝି ଆସୁଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀ ଭାବରେ ଏତେ ବର୍ଷ ଧରି ଓଡ଼ିଶାର ଶାସନ ଭାର ତୁଲାଇବା ରେ ସେ ହେଉଛନ୍ତି ପ୍ରଥମ ରାଜନେତା । ତାଙ୍କର ନିଷ୍ଠାପର କାମ ପାଇଁ ସେ ଆଜି ବି ସମସ୍ତଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀ ଅଟନ୍ତି ।

ତେବେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ସର୍ବୋଚ୍ଚ ସ୍ଥାନ ମିଳିଛି । ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ପାଇଁ ଏବିପି ନ୍ୟୁଜ ଚ୍ୟାନାଲ୍ ପକ୍ଷରୁ କରାଯାଇ ଥିବା ସର୍ଭେରେ ମୋଟ 31 ଜଣ ମୁଖ୍ୟମନ୍ତ୍ରୀଙ୍କୁ ସାମିଲ୍ କରାଯାଇଥିଲା । ଆଉ ଏହି 31 ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ ହୋଇଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ।

ସୂଚନାଯୋଗ୍ୟ, ଏହି ସର୍ଭେରେ ଜନତା ଙ୍କୁ ପଚରା ଯାଇଥିଲା ଯେ ସବୁଠୁ ପ୍ରିୟ ମୁଖ୍ୟମନ୍ତ୍ରୀ କିଏ , ଯେଉଁଥିରେ ସର୍ବୋଚ୍ଚ ସ୍ଥାନରେ ଥିଲେ ଓଡିଶା ମୁଖ୍ୟମନ୍ତ୍ରୀ । ଦେଶ ସର୍ବଶ୍ରେଷ୍ଟ ତିନୋଟି ମନ୍ତ୍ରୀ ମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ଅଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

2ୟ ସ୍ଥାନ ଅଧିକାର କରିଛନ୍ତି ଦେଶର ରାଜଧାନୀର ମୁଖ୍ୟମନ୍ତ୍ରୀ ଶ୍ରଯୁକ୍ତ ଅରବିନ୍ଦ କେଜ୍ରିୱାଲ ଏବଂ 3ୟ ସ୍ଥାନ ଅଧିକାର କରିଛନ୍ତି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡି । ଏହାସହିତ ଏବିପି ନ୍ୟୁଜ ପକ୍ଷରୁ କରାଯିଥିବା ସର୍ଭେ ଅନୁସାରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରୀବେନ୍ଦ୍ର ସିଂ ରୱତ୍, ହରିୟାନା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର , ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରେନ୍ଦ୍ର ସିଂ ଆଦିଙ୍କୁ ସେମାନଙ୍କ ରାଜ୍ୟରେ ବହୁତ କମ୍ ଲୋକ ପସନ୍ଦ କରନ୍ତି ବୋଲି ଜଣା ପଡିଛି

ଚାଲନ୍ତୁ ଜାଣିବା ଲୋକମାନଙ୍କ ଲୋକପ୍ରିୟ ବା ପସନ୍ଦ ଅନୁସାରେ ଶ୍ରେଷ୍ଠ 10 ଜଣ ମୁଖ୍ୟମନ୍ତ୍ରୀ ତାଲିକାରେ କେଉଂ ମାନେ ଅଛନ୍ତି – 1. ଓଡିଶା- ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ,2. ଦିଲ୍ଲୀ- ଅରବିନ୍ଦ କେଜ୍ରିୱାଲ 3. ଆନ୍ଧ୍ରପ୍ରଦେଶ୍- ଜଗମୋହନ ରେଡ୍ଡି 4. କେରଳ- ପି ବିଜୟନ 5. ମହାରାଷ୍ଟ୍ର- ଉଦ୍ଧବ ଠାକରେ, 6. ଛତିଶଗଡ- ଭୂପେଶ୍ ବାଗେଲ୍ , 7. ପଶ୍ଚିମବଙ୍ଗ – ମମତା ବାନାର୍ଜୀ , 8. ମଧ୍ୟପ୍ରଦେଶ- ଶିବରାଜ ସିଂ ଚୌହାନ୍ , 9 ଗୋଆ – ପ୍ରମୋଦ ସାୱନ୍ତ , 10. ଗୁଜୁରାଟ- ବିଜୟ ରୂପାନୀ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।