Odisha News Portal

କରୋନା ପରେ ପୁଣି ଭାରତକୁ ପ୍ରବେଶ କରିଛି କରୋନା -2.0 ଜାଣନ୍ତୁ ଏହା କେତେ ଭୟଙ୍କର ଏବଂ ଏହାର ପ୍ରଭାବ ଶରୀରରେ କେତେ ସମୟ ରହିବ !

ଯାହା ଆଶଙ୍କା କରାଯାଉଥିଲା ଶେଷରେ ସେଇଆ ଘଟିଲା ଶେଷରେ ଭାତରେ ପଶିଲା ବ୍ରିଟେନର ନୂଆ କରୋନା ଭାଇରସ । ଏହି ନୂଆ ରୂପରେ ଆସିଥିବା ଭାଇରସର ନାମ ହେଉଛି ବି 1.1.7 । ଯାହାକୁ କରୋନା 2 ମଧ୍ୟ କୁହାଯାଉଛି । କରୋନାର ନୂଆ ରୂପ କେତେ ଭୟଙ୍କର ଏବଂ ବର୍ତ୍ତମାନ ଦେଶରେ ଏହା କେଉଁ କେଉଁ ସ୍ଥାନରେ ଚିହ୍ନଟ ହେଲାଣି ଆସନ୍ତୁ ଜାଣିବା ସେ ବିଷୟରେ ।

ଭାରତରେ କ୍ରମାଗତ ଭାବରେ ବ୍ରିଟେନ ଭାଇରସ ତାର କାୟା ବିସ୍ତାର କରିବାରେ ଲାଗିଛି । ମଙ୍ଗଳବାର 6 ଜଣ ବ୍ୟକ୍ତିଙ୍କର ଶରୀରରେ ବ୍ରିଟେନରେ ଦେଖାଦେଇଥିବା ନୂଆ କରୋନାର ଠାବ ହୋଇଥିବା ବେଳେ ଆଜି ପୁଣି 14 ଜଣ ଏହି ତାଲିକାରେ ସାମିଲ ହୋଇଛନ୍ତି ।

14 ଜଣଙ୍କର ଶରୀରରେ କରୋନାର ନୂଆ ଷ୍ଟ୍ରେନ ଠାବ ହେବା ପରେ ଏହି 20 ଜଣ କେଉଁମାନଙ୍କ ସହ ମିଶିଛନ୍ତି ସେମାନଙ୍କୁ ଠାବ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି । କରୋନାର ନୂଆ ରୂପ ଭାରତରେ ଅଧିକ ମାତ୍ରାରେ ସଂକ୍ରମିତ ହେଉଥିବାରୁ ଜାନୁଆରୀ 7 ପର୍ଯ୍ୟନ୍ତ ବ୍ରିଟେନରୁ ଭାରତ ଆସୁଥିବା ସମସ୍ତ ବିମାନକୁ କେନ୍ଦ୍ର ସରକାର ବାତିଲ କରିଛନ୍ତି ।

ବ୍ରିଟେନରେ ଦେଖାଦେଇଥିବା ନୂଆ ଭାଇରସ 12 ରୁ ଅଧିକ ୟୁରେପୀୟ ରାଷ୍ଟ୍ରରେ ମଧ୍ୟ ଏହା ଜାହିର କରିଛି । ଏହି ନୂଆ ଭାଇରସ ବା ବି1.1.7 ପୂର୍ବରୁ ଅଧିକ ବେଗରେ 57 ପ୍ରତିଶତ ବେଗରେ ଆଗେଇବାରେ ଲାଗିଛି ।

ମଙ୍ଗଳବାର ଦିନ ଚିହ୍ନଟ କରାଯାଇଥିବା 6 ଜଣଙ୍କ ମଧ୍ୟରୁ 3 ଜଣଙ୍କର ନମୁନା ମେହାଲୁଡଡରପ ନିଫ୍ରାଞ୍ଚରେ , ଦୁଇ ଜଣଙ୍କର ମୁନା ହାଇଦ୍ରାବାଦର ସିଏମବିରେ ଏବଂ ଅନ୍ୟ ଜଣଙ୍କର ନମୁନା ପୁନେର ଇନଷ୍ଟିଟ୍ୟୁଟ ଅଫ ବାଇରୋଲୋଜିରେ ପରୀକ୍ଷା କରାଯାଇଥିଲା । ଏହି ସମସ୍ତ ନମୁନାରେ ନୂଆ ଷ୍ଟ୍ରେନ ଥିବାର ଚିହ୍ନଟ ହୋଇଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକତ୍ରମିତଙ୍କ ମଧ୍ୟରେ ଉତ୍ତର ପ୍ରଦେଶର 2 ବର୍ଷିୀୟ ନାବାଳିକା ଦେହରେ ନୂଆ କରୋନା ଷ୍ଟ୍ରେନ ଦେଖାଦେଇଛି ।

ଏହି ପରିବାର ନିକଟରେ ବ୍ରିଟେନରୁ ଫେରିଥିଲେ , ବାପା ମା ଏବଂ ଝିଅ କରୋନା ପଡିଟିଭ ଚିହ୍ନଟ ହୋଇଥିଲେ । ତେବେ ସେହି 2 ବର୍ଷିୟ ନାବାଳିକା ଦେହରେ କରୋନାର ନୂଆ ଷ୍ଟ୍ରେନ ଦେଖିବାକୁ ମିଳିଛି ।

ଗତ 1 ମାସ ଭିତରେ ବ୍ରିଟେନରୁ ପ୍ରାୟ 30 ହଜାରରୁ ଅଧିକ ଲୋକ ଭାରତ ଆସିଛନ୍ତି । ସେମାନଙ୍କ ମଧ୍ୟରୁ 100 ରୁ ଅଧିକ ଲୋକଙ୍କୁ କରୋନା ପଡିଟିଭ ହୋଇଛି । ତେଣୁ ଆପଣ ମାନଙ୍କୁ ଏବେ ବହୁତ ସତର୍କତାର ସହ ରହିବା ପାଇଁ ପଡିବ ଏବଂ ସବୁ ସମୟରେ ମାସ୍କ ଏବଂ ସ୍ୟାନିଟାଇଜରର ବ୍ୟବହାର କରନ୍ତୁ ଏବଂ ସର୍ବଦା ହାତକୁ ସାବୁନରେ ଧୁଅନ୍ତୁ ।

ପରିଷ୍କାର ରହୁନ୍ତି ବିଶେଷ କିଛି କାମ ନଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ । କାରଣ ଏହା ହେଉଛି କରୋନାର ଦ୍ୱିତୀୟ ଲହରୀ ତେଣୁ ଏହି ସମୟରେ ଆମରୁ ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ପଡିବ ।