Odisha News Portal

ଏ ଯୁଗର ଶ୍ରବଣ କୁମାର… ବୃଦ୍ଧା ପିତା ମାତା ଙ୍କୁ ଶିକା ବାଉଁଙ୍ଗି ସାହାଯ୍ୟରେ ବୋହି ତୀର୍ଥ ଭ୍ରମଣ କରୁଛନ୍ତି ଏହି ବ୍ୟକ୍ତି ଯଦି ନିଜର “ବାପା , ମା” ଙ୍କୁ ଭଲ ପାଉଥିବେ ଗୋଟିଏ ସେୟାର ନିଶ୍ଚିତ କରିବେ

ଶାସ୍ତ୍ର ରେ ପିତାମାତା ଙ୍କୁ ପ୍ରଥମ ଭଗବାନ ବୋଲି କୁହା ଯାଇଛି କାରଣ ପିତାମାତା ହିଁ ଆମକୁ ଏହି ଦୁନିଆ କୁ ଆଣିଛନ୍ତି ।ପିଲାଟିଏ ପାଇଁ ବାପା ମାଆ ଅନେକ ଦେବା ଦେବୀ ଙ୍କୁ ପୁଜା କରନ୍ତି।ଭଗବାନ ଙ୍କୁ ପ୍ରତ୍ୟେକ ଦିନ ପ୍ରାର୍ଥନା କରନ୍ତି।ସାଧାରଣତଃ ପୁଅ ଟିଏ ପାଇଁ ବାପା ମାଆ ଅନେକ ପୂଜାର୍ଚ୍ଚନା ସହ ଅନେକ ମାନସିକ ମଧ୍ୟ କରନ୍ତି।ସେଥିପାଇଁ କଥାରେ କୁହନ୍ତି “ଲକ୍ଷେ ଶିବ ପୁଜି ପାଇଛି ମୁଁ ପୁଅ।”

ବାପା ମାଆ ପିଲାଟିକୁ ଜନ୍ମ ଦେଲା ପରେ ତାର ଲାଳନ ପାଳନ କରନ୍ତି।ପିଲାର ଖୁସି ପାଇଁ ନିଜର ଖୁସି କୁ ଭୁଲି ଯାଆନ୍ତି।ନିଜେ ଭୋକିଲା ରହି ନିଜର ସନ୍ତାନ କୁ ଖୁଆନ୍ତି।ନିଜେ ଛିଣ୍ଡା ଫଟା ବସ୍ତ୍ର ପିନ୍ଧନ୍ତି ସତ କିନ୍ତୁ ନିଜ ପିଲା କୁ ଭଲ ବସ୍ତ୍ର ଆଣି ଦିଅନ୍ତି।ନିଜେ ଅଶିକ୍ଷିତ ଥିଲେ ମଧ୍ୟ ନିଜ ସାନ୍ତାନ କୁ ଶିକ୍ଷିତ କରିବାକୁ ଚେଷ୍ଟା କରନ୍ତି।ଯେତେବେଳେ ଶିଶୁ ଟିଏ ଜନ୍ମ ଗ୍ରହଣ କରି ସମାଜ କୁ ଆସିଥାଏ ସେତେବେଳେ ସେହି ଶିଶୁ ଟି ନିଜ ପିତାମାତା ଙ୍କ ଦ୍ବାରା ଲାଳନ ପାଳନ ହୋଇଥାଏ।

ଏତେ ବଡ ଦୁନିଆରେ ସେ ନିଜ ପିତାମାତାଙ୍କ ମାଧ୍ୟମରେ ପ୍ରତିଷ୍ଠିତ ହୁଏ।ସେମାନ ଙ୍କ ଆଖିରେ ଦୁନିଆକୁ ଦେଖେ, ଏବଂ ପିତାମାତା ହିଁ ନିଜ ସନ୍ତାନର ଜୀବନ ନିର୍ମାଣରେ ମୂଳଦୁଆ ହୋଇଥାନ୍ତି। ପିଲାଟି ଏ ଜନ୍ମ ହେଲେ ବାପା ମାଆ ତାକୁ ବହୁ କଷ୍ଟରେ ପାଳି ପୋଷି ବଡ କରିଥାନ୍ତି ଏବଂ ଏହା କୁ ନେଇ ପିତାମାତା ଙ୍କ ମନରେ ଛୋଟ ଆଶା ଥାଏ ଯେ, ସେମାନଙ୍କର ବୟସ ହୋଇଗଲେ ସେମାନଙ୍କ ର ସନ୍ତାନଟି ତାର ଯତ୍ନ ନେବ।

ବୃଦ୍ଧାବସ୍ଥା ରେ ସେମାନଙ୍କ ସେବା ଶୁଶ୍ରୁଷା କରିବ। ଭାରତୀୟ ସଂସ୍କୃତି ଓ ପରମ୍ପରା ଅନୁସାରେ ଝିଅ ମାନଙ୍କ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହେବା ପରେ ସେମାନେ ନିଜ ଶାଶୂ ଘରକୁ ଚାଲିଯାଆନ୍ତି, କିନ୍ତୁ ପୁଅ ମାନେ ନିଜ ପିତାମାତା ଙ୍କ ପାଖରେ ରହନ୍ତି।ପ୍ରତ୍ୟେକ ସନ୍ତାନ ର କର୍ତ୍ତବ୍ଯ ହେଉଛି ନିଜର ପିତାମାତା ବୃଦ୍ଧା ହେବାପରେ ସେମାନଙ୍କ ଯତ୍ନ ନେବେ,କିନ୍ତୁ ଆଜିକାଲିର ପିଲାମାନେ ବାପା ମାଆ ବୃଦ୍ଧା ହୋଇଗଲେ ସେମାନଙ୍କୁ ପଚାରୁ ନାହାନ୍ତି ବରଂ ନିଜର କର୍ତ୍ତବ୍ୟକୁ ଭୁଲି ପିତାମାତାଙ୍କୁ ଅଣଦେଖା କରୁଛନ୍ତି। ମାତ୍ର ଆଜିବି ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜ ପିତାମାତା ଙ୍କ ର ବହୁତ ସେବା କରୁଛନ୍ତି

ପିଲା ବେଳେ ଯେତେବେଳେ ମନ୍ଦିର ର ଭିଡ ଭିତରେ ଠାକୁର ଙ୍କୁ ଦେଖି ପାରୁ ନଥିଲ ତମ ବାପା ନିଶ୍ଚିତ ତମକୁ କାନ୍ଧରେ ବସେଇ ଠାକୁର ଦେଖାନ୍ତି,କିନ୍ତୁ ସେ ପିଲା ଜାଣି ନଥାଏ କି ସେ ଯାହା କାନ୍ଧରେ ବସିକି ପଥର ମୂର୍ତ୍ତି ଦେଖୁଛି ସେ ତାର ଅସଲ ଠାକୁର,କିନ୍ତୁ ଦୁଃଖ ଏଇଥି ପାଇଁ ଲାଗେ ବନ୍ଧୁ ଏ ମଣିଷ ସମାଜ ସ୍ୱାର୍ଥ ପାଇଁ କେତେ ତଳକୁ ଖସି ଯାଏ।ତେବେ ନିକଟରେ ଜଣେ ବ୍ୟକ୍ତି ନିଜ ବୃଦ୍ଧା ପିତା ମାତା ଙ୍କୁ ଶିକା ବାଉଁଙ୍ଗି ସାହାଯ୍ୟରେ ବୋହି ତୀର୍ଥ ଭ୍ରମଣ କରୁଛନ୍ତି।

ତେବେ ଲୋକଟି ନିଶ୍ଚିତ ଭାବରେ ମାତୃ ପିତୃ ଭକ୍ତ, କାରଣ ତାର ପାଦରୁ ଜାଣି ପାରୁଥିବ ସେ କେତେ ବାଟ ଚାଲି ଚାଲି ଆସିଛି ପୁଣି ଖାଲି ପାଦରେ,ବୃଦ୍ଧା କାଳରେ ପିତା ମାତା ଙ୍କ ଇଛା ଅଭିଳାଷ ପୂରଣ କରୁଛି।ମାତ୍ର ଆଉ କିଛି ସନ୍ତାନ ବୃଦ୍ଧା ସମୟରେ ନିଜ ପିତା ମାତା ଙ୍କୁ ମାଡ ମାରିବାକୁ ବି ପଛାଉନି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।