Odisha News Portal

୯ ଜଣଙ୍କୁ ବିବାହ କରିବା ପରେ ମଧ୍ୟ କେହି ବି ଏହି ମହିଳା ଙ୍କୁ ସନ୍ତୁଷ୍ଟ କରି ପାରିଲେ ନାହିଁ, ଆଉ ତା’ ପରେ ମହିଳା ବାଧ୍ୟ ହୋଇ କରିଦେଲେ ଏହି କାମ ଯାହା କହିଲେ ଅତ୍ୟୁକ୍ତି ହେବେ ନାହିଁ…

0 4

ଆପଣମାନେ ଜାଣିଥିବେ ଆଗ କାଳରେ ରାଜାଶାସନ ଚାଲିଥିବା ସମୟରେ ରାଜାମାନେ ବହୁ ପତ୍ନୀ ଗ୍ରହଣ କରୁଥିଲେ କିନ୍ତୁ ବର୍ତ୍ତମାନର ଯୁଗରେ ରାଜାମାନେ ଅର୍ଥାତ ପୁରୁଷ ମାନେ ନୁହଁନ୍ତି ବରଂ ରାଣୀ ଅର୍ଥାତ ନାରୀମାନେ ବହୁ ପତି ଗ୍ରହଣ କରୁଛନ୍ତି । ଆଜିର ଯୁଗରେ ନାରୀ ମାନଙ୍କୁ ଆଉ ଗୋଟିଏ ପୁରୁଷ ସନ୍ତୁଷ୍ଟ କରି ପାରୁନାହାଁନ୍ତି , ଯେଉଂଥି ପାଇଁ କି ସେମାନେ ସମାଜର ଲାଜଲଜ୍ଜ୍ୟାକୁ ଖାତିର ନକରି ବହୁ ପତି ଗ୍ରହଣ କରୁଛନ୍ତି । ଆଜି ଆମେ ସେହିପରି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ । ଯିଏକି ଗୋଟିଏ ପରେ ଗୋଟିଏ ପ୍ରେମ ବିବାହ କରି ଏକ ପ୍ରକାର ରେକର୍ଡ ସୃଷ୍ଟି କରିଛି ।

ତେବେ ଏହି ଘଟଣା ସେତେବେଳେ ଲୋକଲୋଚନକୁ ଆସିଲା ଯେତେବେଳେ ମହିଳା ଜଣଙ୍କର 8 ନମ୍ୱର୍ ସ୍ଵାମୀ ଏହି ବାବଦରେ ପୋଲିସ୍ ନିକଟରେ ଅଭିଯୋଗ କରିଲେ । ପୋଲିସ୍ ମହିଳା ଜଣଙ୍କୁ ବହୁତ୍ ବୁଝାଇବା ପାଇଁ ଚେଷ୍ଟା କରିବା ସତ୍ୱେ ମଧ୍ୟ କିଛି ସମାଧାନ ହୋଇ ପାରିଲା ନାହିଁ ଏବଂ ମହିଳା ଜଣଙ୍କ 9 ନମ୍ୱର୍ ବିବାହ କରିବା ପାଇଁ ଜିଦିରେ ରହିଲେ ।

ପୋଲିସ ସୂଚନା ଅନୁଯାୟୀ ଆଜକୁ ପ୍ରାୟ ଦଶ ବର୍ଷ ପୂର୍ବରୁ ଲକ୍ଷ୍ମୀପୁର ସହରର ସଦର ଏରିଆର ଜଣେ ମହିଳା ସେହି ଅଞ୍ଚଳର ଜଣେ ଯୁବକଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହର ମାତ୍ର କିଛି ଦିନ ପରେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଭୁଲ୍ ବୁଝାମଣା ହୋଇଥିଲା ଏବଂ ମହିଳା ଜଣଙ୍କ 2ୟ ବିବାହ କରିଥିଲେ ।


କିନ୍ତୁ 2ୟ ବିବାହ କରିବା ପର 2ୟ ସ୍ବାମୀ ସହିତ ତାଙ୍କର ସମ୍ପର୍କ ଉତ୍ତମ ରହିନଥିଲା ତେଣୁ ସେ ତାଙ୍କ 2ୟ ସ୍ବାମୀଙ୍କୁ ଛାଡ଼ି ଦେଇଥିଲେ ଏବଂ 3ୟ ବିବାହ କରିଥିଲେ। ଏହାପରେ 3ୟ ବିବାହରେ କିଛି ଅଧିକ ଦିନ ନିଜ ସ୍ବାମୀଙ୍କ ସହିତ ରହିଥିଲେ କିନ୍ତୁ ଏହି ବିବାହ ମଧ୍ୟ ତାଙ୍କର ବେଶୀ ଦିନ ତିଷ୍ଠି ପାରିନଥିଲା । ଆଉ ସେ ପୁଣି 3ୟ ସ୍ବାମୀଙ୍କୁ ଛାଡି 4ର୍ଥ ବିବାହ କରିଥିଲେ । ତେବେ ଏହିପରି ଭାବରେ ସେ 8 ଥର ବିବାହ କରିଥିଲେ ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି ଯେତେବେଳେ ବି ସେ ନିଜ ବିବାହରେ ଖୁସି ରହୁ ନଥିଲେ ସାଙ୍ଗେ ସାଙ୍ଗେ ଆଉ ଗୋଟେ ବିବାହ କରୁଥିଲେ । କିନ୍ତୁ 8 ନମ୍ୱର୍ ବିବାହ କରି ସାରିବା ପରେ ତାଙ୍କ 8 ନମ୍ୱର୍ ସ୍ଵାମୀଙ୍କ ସହିତ ସେ 5ବର୍ଷ ପର୍ଯ୍ୟନ୍ତ ରହିଥିଲେ ଏବଂ ତାଙ୍କର 4ଟି ସନ୍ତାନ ମଧ୍ୟ ଥିଲେ । ହେଲେ ଏହାପରେ ମଧ୍ୟ ଯେତେବେଳେ ତାଙ୍କ ସ୍ଵାମୀଙ୍କ ସହିତ ତାଙ୍କର ବୁଝାମଣା ଠିକ୍ ରହିଲା ନାହିଁ ସେ 9 ନମ୍ୱର୍ ବିବାହ କରିବା ପାଇଁ ସ୍ଥିର କଲେ ।

କିନ୍ତୁ 8ନମ୍ବର ସ୍ବାମୀ ଜଣଙ୍କ ତାଙ୍କର ଅନ୍ୟ ସ୍ବାମୀମାନଙ୍କ ପରି ଚୁପଚାପ୍ ରହିଲେ ନାହିଁ ଆଉ ସେ ଫରାଦା ପୋଲିସ୍ ଷ୍ଟେସନରେ ଅଭିଯୋଗ କରିଲେ ଯେ ତାଙ୍କ ସ୍ତ୍ରୀକୁ ମୋହମେଦଦି ଯିଏ କି ତାଙ୍କ ସ୍ତ୍ରୀର 9ସ୍ବାମୀ ଥିଲେ ତାଙ୍କୁ ନେଇ ଯାଇଥିଲେ । ତାପରେ ପୋଲିସ ତଦନ୍ତ କରିବା ଆରମ୍ଭ କରିଦେଇଥିଲେ ଏବଂ ଏହି କେଶକୁ କୋର୍ଟ ପର୍ଯ୍ୟନ୍ତ ନେଇଥିଲେ ।

ଏହାପରେ ମହିଳା ଜଣଙ୍କ ନିଜର ମନ୍ତବ୍ୟ ରଖିଲେ ଓ କହିଲେ ସେ ତାଙ୍କ 8ସ୍ଵାମୀଙ୍କ ଠାରୁ ଖୁସି ନପାଇବାରୁ ଆଉ ଥରେ ବିବାହ କରୁଛନ୍ତି । କିନ୍ତୁ ମହିଳାଙ୍କ 9ସ୍ବାମୀ ଏହି ବିଷୟରେ ଅଜ୍ଞାତ ଥିଲେ ଯେ ତାଙ୍କ ସ୍ତ୍ରୀ ଆଗରୁ 8 ଜଣଙ୍କୁ ବିବାହ କରି ସାରିଛନ୍ତି । ତେଣୁ ସେ ତାଙ୍କୁ ସାଙ୍ଗରେ ନେଲେ ନାହିଁ ଓ ପୋଲିସ୍ ମହିଳା ଜଣଙ୍କୁ ବହୁତ୍ ବୁଝାଇ ଘରକୁ ପଠାଇଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।