Odisha News Portal

ବୟସ ସିନା ୮, କିନ୍ତୁ ହାସଲ କରିଛନ୍ତି 80 ରୁ ଉର୍ଦ୍ଧ ରାଜ୍ୟସ୍ତରୀୟ , ଜାତୀୟ ଏବଂ ଆନ୍ତ୍ରର୍ଜାତିକ ପୁରସ୍କାର ,କମାଇଲେଣି ଖୁବ ନାମ ! ଏହି ଓ଼ଡିଆ ପୁଅ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ ?

ଆଜି ଆମେ ଜଣେ ଏମିତି ପିଲା ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ , ଯାହାଙ୍କ ବୟସ ସିନା ମାତ୍ର 8 ବହର୍ଷ କିନ୍ତୁ ପ୍ରତିଭା ତାଙ୍କର ବଡ ଲୋକଙ୍କ ଠାରୁ ବି କିଛି କମ୍ ନୁହେଁ । ସୋସିଆଲ ମିଡିଆରେ ତାଙ୍କର ଅନେକ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବା ପାଇଁ ମିଳିଛି ଜଣେ 8 ବର୍ଷ ପିଲାର ନୃତ୍ୟୁ , ଆଉ ଯାହାର ନୃତ୍ୟୁ ଦେଖିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ଏବଂ ଅଭିଭୂତ ହୋଇଯିବେ । କାହିଁକି ନାଁ ବୟସ ଅନୁସାରେ ତାଙ୍କର ସଫଳତାର ତାଲିକା ବହୁତ ଲମ୍ବା । ହାସଲ କରିଛନ୍ତି 80 ରୁ ଉର୍ଦ୍ଧ ରାଜ୍ୟସ୍ତରୀୟ , ଜାତୀୟ ଏବଂ ଆନ୍ତ୍ରର୍ଜାତିକ ପୁରସ୍କାର ।

ତେବେ ଏହି ପ୍ରତିଭାବାନ ବାଳକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକର ସାଇସୌମ୍ୟକାନ୍ତ ଭୋଇ । ଓଡିଶୀ ନୃତ୍ୟୁ ପରିବେଶଣ କରି ସୋମ୍ୟ ଏବଂ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚିତ ।

କଅଁଳ ପାଦ ରେ ଲାଗିଛି ଘୁଙ୍ଗୁର, ଆଉ ଗୀତରେ ତାଳେ ତାଳେ ନୃତ୍ୟ ପରିବେଶଣ କରି ଦର୍ଶକଙ୍କୁ ଆକୃଷ୍ଠ କରୁଛନ୍ତି ସୋମ୍ୟ । ତପନ ରଞ୍ଜନ ଭୋଇଙ୍କ 8 ବର୍ଷର ପୁଅ ହେଉଛନ୍ତି ସାଇସୋମ୍ୟକାନ୍ତ । କେଭଲ ଓଡିଶୀ ନୃତ୍ୟ ପରିବେଶଣ ନୁହେଁ ବରଂ ଗୀତ ଗାଇବା , ଚିତ୍ର ଆଙ୍କିବାରେ ମଧ୍ୟ ତାଙ୍କର ବେଶ୍ ,ରୁଚି ରହିଛି । 

ସୋମ୍ୟଙ୍କ ମାଁ ସଂନ୍ଧ୍ୟା ରାଣୀ ନିକଟସ୍ଥ କଳାଙ୍ଗ ହାୟସ୍କୁଲରେ ଶିକ୍ଷକତା କରୁଥିବା ବେଳେ ବାପା ଜଣେ ବ୍ୟବସାୟୀ । ସାଇସୋମ୍ୟକାନ୍ତ ଏକ ଘରୋଇ ସ୍କୁଲରେ 3ୟ ଶେଶ୍ରୀରେ ପଢୁଛନ୍ତି । ପାଠପଢା ସହ ଅବସର ସମୟରେ ନୃତ୍ୟ ଏବଂ ଗୀତ ପ୍ରତି ସମୟ ଦିଅନ୍ତି ।

ମାତ୍ର 2 ବର୍ଷ ବୟସରୁ ସୋମ୍ୟଙ୍କ ନୃତ୍ୟ ପ୍ରତି ଆଗ୍ରହ ଦେଖିବା ପରେ ମାଁ ବାପା ତାଙ୍କୁ 5 ବର୍ଷ ବୟସରେ ଏକ ସଂଗୀତ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ । ନୃତ୍ୟ ଶିକ୍ଷା ପାଇବା ପରେ ନିଜର ଅସାଧାରଣ ପ୍ରତିଭାକୁ ଦେଖାଇ ଦର୍ଶକଙ୍କ ମନ କିଣି ପାରିଛନ୍ତି ସୋମ୍ୟ ।


ତେବେ ଭବିଷ୍ୟତ ରେ ଉଭୟ ପାଠ ଏବଂ ନୃତ୍ୟ ରେ ପାରଦର୍ଶିତା ଲାଭ କରିବା ହେଉଛି ସୋମ୍ୟ ଙ୍କ ଜୀବନ ର ଲକ୍ଷ୍ୟ । ତେବେ ତାଙ୍କର ଏହି କାର୍ଯ୍ୟରେ ତଥା ପ୍ରତିଭା ଏବଂ ସଫଳତା ପାଇଁ ତାଙ୍କର ବାପା ମାଁ ଙ୍କ ଠାରୁ ଆରମ୍ଭ କରି ତାଙ୍କର ସ୍କୁଲ ଶିକ୍ଷକ ତଥା ଗ୍ରାମବାସୀ ମାନେ ସବୁବେଳେ ଭଗବାନଙ୍କ ଠାରେ ପ୍ରାର୍ଥନା କରୁଛନ୍ତି କେମିତି ସୋମ୍ୟ ଆହୁରି ଆଗକୁ ଯାଆନ୍ତୁ ଏବଂ ଆମ ଦେଶ ତଥା ଓଡିଶାର ନାଁ ରଖନ୍ତୁ ।

ତେବେ ଯେହେତୁ ଏତେ କମ୍ ବୟସ ରେ ସୋମ୍ୟ ଙ୍କର ଏପରି ପ୍ରତିଭା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଆଉ ତାଙ୍କର ଏହି ପ୍ରିତଭା ପାଇଁ ଆଜି ତାଙ୍କ ସ୍କୁଲ ମଧ୍ୟ ବହୁତ ଗର୍ବିତ ।

ସୋମ୍ୟଙ୍କ ଶିକ୍ଷକ କହିଛନ୍ତି ସୋମ୍ୟ ତାଙ୍କ ସ୍କୁଲ ପାଇଁ ବହୁତ କିଛି ଗର୍ବ ଆଣି ଦେଇଛି ଏବଂ ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଜଣେ ପଡିଯାଉଥିଲା ସେ ନିଶ୍ଚିତ ଭାବରେ ଦିନେ ନାଁ ଦିନେ ସମସ୍ତଙ୍କ ନାଁ ରଖିବ ଆଉ ଆଜି ସେ ତାହା ପ୍ରମାଣ କରିଦେଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।