ପୁଣି ସାମ୍ନାକୁ ଆସିଛି ଏକ ଲଜ୍ଜ୍ୟାଜନକ ଘଟଣା ! ଅଷ୍ଟମ ଶ୍ରେଣୀ ଛାତ୍ର ସହିତ ଶିକ୍ଷୟତ୍ରୀଙ୍କର ନିବିଡ ପ୍ରେମ , କଣ ସତରେ ଗୁରୁ ଛାତ୍ର ସମ୍ପର୍କରେ ବିଶ୍ବାସ ଲିଭିଯିବ…..

ଆଜି ଆମେ ଆପଣ ମାନଙ୍କୁ ଏପରି ଏକ କଥା ବିଷୟରେ କହିବୁ ଯେଉଁ କଥା ଶୁଣିଲେ ଆପଣ ମାନେ ସତରେ ଭାବିବେ କି ପ୍ରେମ କଣ ଅନ୍ଧ । କାରଣ କୁହାଯାଏ ପ୍ରେମ ଜାତି , ଧର୍ମ , ବୟସ ଆଦିକୁ ଦେଖେ ନାହିଁ । କେତେବେଳେ କାହା ସହ ପ୍ରେମ ହୋଇଯାଏ ତାହା କେବେବି କହିହେବ ନାହିଁ । ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି ଏକ କଥା ବିଷୟରେ କହିବୁ ଯାହାକୁ ଦେଖିଲେ ଆପଣ ମାନେ ଭାବିବେ କି ଏହି ପ୍ରେମ କଥା କେତେ ସତ୍ୟ ଅଟେ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।ବେଳେବେଳେ ଆମ ସମାଜରେ ଏମିତି ସମସ୍ତ ଘଟଣା ଘଟିଥାଏ ଯାହାକୁ ଆମେ ମାନେ ସହଜରେ ବିଶ୍ୱାସ କରିବା ସମ୍ଭବ ହୋଇନଥାଏ ।

ହେଲେ ବାସ୍ତବତାକୁ ସାମ୍ନା କରିବା ପରେ ବିଶ୍ୱାସ କରିବା ଛଡା ଅନ୍ୟ କିଛି ଉପାୟ ମଧ୍ୟ ନଥାଏ । ତେବେ ଏମିତି ଏକ ଘଟଣା ଘଟିଛି ଗୁଜୁରାଟର ଗାନ୍ଧୀ ନଗରରେ , ଯେଉଁ କଥା ଶୁଣିଲେ ଆପଣଙ୍କର ପାଦ ତଳୁ ମାଟି ଖସିଯିବ । କାରଣ ଆପଣ ମାନେ ବୋଧ ହୁଏ କେବେ ଏହିପରି ଘଟଣା ବିଷୟରେ ଶୁଣିନଥିବେ କି ଜାଣିନଥିବେ ।

କଥାଟି ହେଉଛି କି ଜଣେ ଶିକ୍ଷୟତ୍ରୀ ତାଙ୍କର ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ସହିତ ଫେରାର ହୋଇ ଯାଇଥିବା ଅଭିଯୋଗ ଆସିଛି । ତେବେ ଏହି ଅଭିଯୋଗ କରିଛନ୍ତି ନାବାଳକ ଛାତ୍ରଟିର ବାପା । ଗାନ୍ଧୀନଗରର କାର୍ଯ୍ୟରତ ଥିବା ଜଣେ ସରକାରୀ କର୍ମଚାରୀଙ୍କର ଏପରି ଅଭିଯୋଗ ପରେ ପୋଲିସ ମଧ୍ୟ ମତ ଚକିତ ହୋଇ ସାରିଛି ।

ତେବେ ଅଭିଯୋଗ ଅନୁଯାୟୀ ତାଙ୍କର ପୁଅର ବୟସ ମାତ୍ର 14 ବର୍ଷ । ଏବଂ ସେ ଏକ ସ୍ଥାନୀୟ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢେ । ମାତ୍ର ଗତ ଶୁକ୍ରବାର ଅପରାହ୍ନ ଚାରିଟାରୁ ସେ ନିଖୋଜ ଅଛି । ସବୁଠାରୁ ବଡ କଥା ଏହା ଅଟେ କି ତାଙ୍କୁ ପାଠ ପଢାଉଥିବା ମହିଳା କ୍ଲାସ ଟିଚର ମଧ୍ୟ ନିଖୋଜ ଅଛନ୍ତି । ତେଣୁ ଶିକ୍ଷୟତ୍ରୀ ଜଣକ ତାଙ୍କୁ ପୁଅକୁ ନେଇ କରି ଫେରାର ହୋଇ ଯାଇଛନ୍ତି ବୋଲି ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଚଲାଇଛି ।

ତଦନ୍ତ ଅନୁସାରେ ବା ପ୍ରାଥମିକ ତନ୍ତରୁ ଜଣାପଡିଛି କି ଗତ ଏକ ବର୍ଷ ହେବ ନିଖୋଜ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ସହିତ ତାଙ୍କର ଶିକ୍ଷୟତ୍ରୀଙ୍କର ଅନ୍ତରଙ୍ଗ ସଂପର୍କ ରହିଆସିଛି । ଏହି ଘଟଣା ଜଣାପଡିବା ପରେ ସ୍କୁଲ ପ୍ରଶାସନ ପକ୍ଷରୁ ଉଭୟଙ୍କୁ ଚେତାବନୀ ମଧ୍ୟ ଦିଆଯାଇଥିଲା ।

ମାତ୍ର ସେମାନଙ୍କର ସଂପର୍କ ଏତେ ନିବିଡ ହୋଇଥିଲା ପରସ୍ପରୁ ଛାଡି ରହିପାରୁନଥିବାର କଥା ଚର୍ଚ୍ଚା ହେଉଛି । ଏହି ଘଟଣାରେ ଆଇପିସି ଧାରା 363 ଅନୁଯାୟୀ ସଂପୃକ୍ତ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ ଗାନ୍ଧୀନଗରରେ ମାମଲା ରୁଜୁ କରାଯିବା ସହିତ ପୋଲିସ ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ ଅଭିଯୁକ୍ତ ଶିକ୍ଷୟତ୍ରୀଙ୍କର ବୟଲ 24 ବର୍ଷ ଓ ସେ କଲୋଲସିଟି ତରବାରୀ ଅଞ୍ଚଳରେ ରୁହନ୍ତି ବୋଲି ଜଣାପଡିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment