Odisha News Portal

8 ବର୍ଷ ପରେ ଘରକୁ ଫେରିଲେ ମା ” କୁଆଡେ ଯାଇଥିଲେ ମନେ ନାହିଁ କିଛି ! ପୁରା ଘଟଣା ଶୁଣିଲେ ଆପଣ ଙ୍କ ଆଖିରୁ ଆସିଯିବ ଲୁହ…..

2020 ସମସ୍ତଙ୍କ ପାଇଁ ଏକ ଶିକ୍ଷା ଦେଇକରି ଯାଇଛି କାହା ପାଖରୁ ସବୁ ଛଡାଇନେଇଛି ତ ପୁଣି କାହାକୁ ସର୍ବସ୍ୱ ଦେଇକରି ଯାଇଛି । ଏହି ବର୍ଷ ସମସ୍ତଙ୍କ ପାଇଁ ବହୁତ ଖରାପରେ ବିତିଛି , କାହିଁକିନା କରୋନା ମହାମାରୀ ପାଇଁ ସମସ୍ତେ ଏ ବର୍ଷ ବହୁତ ଅସୁବିଧାର ଏବଂ ଆର୍ଥିକ ସଂଙ୍କଟର ସାମ୍ନା କରିଛନ୍ତି । କେହି ବ୍ୟକ୍ତି ମନ ଖୁସି କରି ଏ 2020 ବର୍ଷଟିକୁ ଆନନ୍ଦରେ ବିତାଇ ପାରିନାହାନ୍ତି ।

ମାତ୍ର ଏହି ବର୍ଷ ମଧ୍ୟ କେତେକଙ୍କର ମନରେ ହୁଏତ ଖୁସି ଭରି ଦେଇଥିବ ଯାହା ସେମାନଙ୍କ ପାଇଁ ଅଭୁଲା ସୃତି ହୋଇକରି ରହିଥିବ । କାହିଁକିନା ଏମିତି ଏକ ଘଟଣା ସଂପର୍କରେ ଆମେ ଆପଣ ମାନଙ୍କୁ କହିବୁ ଯାହା ପାଇଁ ଯେଉଁ ପରିବାର ପାଇଁ 2020 ମସିହାଟି ବହୁତ ଭଲ ସାବ୍ୟସ୍ତ ହୋଇଛି ।

କୁହାଯାଏ ସମୟ ବଡ ବଳବାନ ଏବଂ ଏହା ହିଁ ସତ ପ୍ରତିଶତ । ଆଠ ବର୍ଷ ଧରି ପିଲା ପରିବାରକୁ ଛାଡି ହଠାତ କେଉଁଆଡେ ପଲେଇ ଯାଇଥିଲେ ମା ହେଲେ 2020 ମସିହା ଶେଷ ବେଳକୁ ମିଳିଯାଇଛି ତାଙ୍କର ପତ୍ତା । ଭଦ୍ରକ ଜିଲ୍ଲା ଅସୁରାଣୀ ଅଞ୍ଚଳରୁ 2014 ମସିହା ବିବାହିତା ମହିଳା ଜଣକ ଗୀତାଞ୍ଜଲି ମଲ୍ଲିକ ନିଖୋଜ ହୋଇଯାଇଥିଲେ ଏବେ ସେ ସମ୍ବଲପୁରରୁ ଉଦ୍ଦାର ହୋଇଛନ୍ତି ।

8 ବର୍ଷ ହେଲା କୁଆଡେ ପଲେଇଯାଇଥିଲେ ପରିବାରର ଲୋକ ବହୁତ ଖୋଜାଖୋଜି କଲେ ମାତ୍ର ସମ୍ବଲପୁରର ଜଣେ ଏନଜିଓ ସଂସ୍ଥା 8 ବର୍ଷ ପରେ ସଖୀ ସଂସ୍ଥାକୁ ମହିଳାଙ୍କୁ ହସ୍ତାନ୍ତର କରିଛନ୍ତି । ଯେତେବେଲେ ମହିଳାଙ୍କୁ ସଖୀ ସଂସ୍ଥାକୁ ଆଣାଗଲା ସେତେବେଲେ ମହିଳାଙ୍କର ମାନସିକ ଅବସ୍ଥା ଭଲ ନଥିଲା ।

ତାଙ୍କୁ ପ୍ରଥମେ ଚିକିତ୍ସା ପାଇଁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଗଲା । ଏହା ପରେ ତାଙ୍କର ପରିଚୟ ସମସ୍ତେ ଜାଣିପାରିଲେ । ସେ କହିଥିଲେ ଭଦ୍ରକ ଜିଲ୍ଲା ଅଲୁରାଣୀ ମଲ୍ଲିକ ସାହିରେ ତାଙ୍କର ଘର । ଆଠ ବର୍ଷ ହେଲା ନିଖୋଜ ଥିଲେ ମାତ୍ର ସେ ଭୁଲି ଯାଇଛନ୍ତ ଏତେ ବର୍ଷ ଘରୁ ନିଖୋଜ ହୋଇଛନ୍ତି ବୋଲି । ଭଗବାନ ସତରେ କେବେବକେବେ ପରିବାରକୁ ଖୁସି ଅଜାଡି ଦିଅନ୍ତି ଯାହା ଗୀତାଞ୍ଜଳୀଙ୍କର ପରିବାରକୁ ମିଳିଛି ।

 ମହିଳାଙ୍କୁ ତାଙ୍କର ଝିଅ ମାନେ ଏବଂ ଘର ଲୋକମାନେ ଚିହ୍ନିପାରିଛନ୍ତି । ମା ମଧ୍ୟ ପିଲା ମାନଙ୍କୁ ଜାଣିପାରିଛନ୍ତି ହେଲେ କେମିତି କୁଆଡେ ପଲେଇ ଯାଇଥିଲେ ତାହା ସେ ମନେ ପକାଇ ପାରୁନାହାନ୍ତି । ଡାକ୍ତରଙ୍କର କହିବା ଅନୁସାରେ ମହିଳା ତାଙ୍କର ସ୍ମରଣ ଶକ୍ତି ହରାଇଛନ୍ତି । ହୁଏତ ଆଉ କିଛି ମାସ ଏବଂ ବର୍ଷ ପରେ ସେ ସବୁ କିଛି ମନେ ପକାଇ ପାରିବେ । ସମସ୍ୟକୁ ସମ୍ମାନ ଦେଇ ପରିସ୍ଥିତିକୁ ସାମ୍ନା କରି ଆଗକୁ ମାଡି ଚାଲନ୍ତୁ , ଯାହା ଦ୍ୱାରା କି ଜୀବନ ବଞ୍ଚିବା ସରଳ ହୋଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।