ଆଜି ଆମେ ଜାଣିବା ଭାତୁଡ଼ି ଜନିତ ସମସ୍ୟାରୁ ସବୁଦିନ ପାଇଁ ମୁକ୍ତି ପାଇବାର ଘରୋଇ ଉପଚାର ବିଷୟରେ । ଏହି ଉପାୟଟି ବହୁତ ସରଳ ଏବଂ ସହଜ ଅଟେ । ଏହାକୁ ପ୍ରସ୍ତୁତ କରିବା ମଧ୍ୟ ବହୁତ୍ ସହଜ ଅଟେ । ତେବେ ଚାଲନ୍ତୁ ଜାଣିବା ସେହି ସହଜ ଘରୋଇ ଉପାୟ ବିଷୟରେ । ତେବେ ବର୍ତ୍ତମାନ ସମୟରେ ଚର୍ମ ଜନିତ ସମସ୍ୟା ଏକ ସାଧାରଣ ରୋଗ ଭାବେ ପରିଗଣିତ ହେଉଛି । ମାତ୍ର ଯେତେ ସାଧାରଣ ହେଲେ ମଧ୍ୟ ଆମେ ଏହାକୁ ସାଧାରଣ ଭାବେ ନେଇ ପାରୁନାହିଁ । କାହିଁକି ନାଁ କୌଣସି ନାଁ କୌଣସି କାରଣୁ ଏହା ଆମ ପାଇଂ ଚିନ୍ତାର ବିଷୟ ପାଲଟି ଯାଇଥାଏ । ବିଭିନ୍ନ କାରଣରୁ ଏହି ସମସ୍ୟା ଉପୁଜି ଥାଏ । ତେବେ ସମସ୍ୟା ଅଛି ଅର୍ଥ ତାହାର ସମାଧାନ ମଧ୍ୟ ଅଛି । ଏହି ଚର୍ମ ଜନିତ ସମସ୍ୟା ମଧ୍ୟରେ ଭାତୁଡି ଅନ୍ୟତମ।
ତେବେ ଲୋକକଥା ରହିଛି ଯେ ପିଲା ବେଳେ ଯଦି କଞ୍ଚା ଚାଉଳ ଖାଉଥି୍ଲେ ପରିଣତ ବୟସରେ ତାହା ଭାତୁଡ଼ିରେ ରୂପାନ୍ତରିତ ହୋଇଥାଏ । କିନ୍ତୁ ଏହି ଉକ୍ତିର କୌଣସି ସତ୍ୟତା ପରିଦୃଷ୍ଟ ହୁଏ ନାହିଁ । କାହିଁକି ନାଁ ଚର୍ମରେ ଭାତୁଡି ହେବା ଏକ ଅତି ସାଧାରଣ କଥା ।
ବହୁ ସମୟରେ ଦେଖା ଯାଏ ଭାତୁଡି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯେତେ ଡାକ୍ତର ଦେଖାଇ ଔଷଧ ଖାଇଲେ ମଧ୍ୟ ସେଥିରୁ କୌଣସି ସୁଫଳ ମିଳି ନଥାଏ । ତେବେ ଆମେ ଆଜି ଆପଣଙ୍କୁ କିଛି ଘରୋଇ ଉପଚାର ବିଷୟରେ କହିବୁ ଯାହାକୁ ଆପଣ ମାନେ ଅତି ସହଜରେ ଘରେ ଏବଂ ବହୁତ କମ୍ ଖର୍ଚ୍ଚରେ କରିପାରିବେ ।
1.ଗ୍ରୀନ ଏପଲ୍-
ତେବେ ଭାତୁଡି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏକ ଆୟୁର୍ବେଦିକ ଚିକିତ୍ସା ହେଉଛି ଗ୍ରୀନ ଏପଲ୍ । ଏହାର ସ୍ବାଦ ଖଟା । କିନ୍ତୁ ଏଥିରେ ଥିବା ଅମ୍ଳ ଗୁଣ ଭତୁଡିକୁ ଧୀରେ ଧୀରେ ଚର୍ମରେ ମିଶେଇ ଦେଇଥାଏ । ଗୋଟେ ଗ୍ରୀନ ଏପଲ୍ କୁ କାଟି ଏହାକୁ ଭାତୁଡି ହୋଇଥିବା ସ୍ଥାନରେ ପ୍ରତିଦିନ 5 ମିନିଟ୍ ଲେଖାଏଁ ଦିନକୁ ଦୁଇ ଥର ଲଗାଇଲେ ଏଥିରୁ ଉପଶମ ମିଳେ।
2. ବେକିଙ୍ଗ ସୋଡା
ଆପଣ ପ୍ରଥମେ 4 ଚାମଚ ବେକିଙ୍ଗ ସୋଡାକୁ ଏକ ଚାମଚ କଷ୍ଟର ତେଲ ସହ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରିବେ। ଏହି ମିଶ୍ରଣକୁ ଭାତୁଡି ହୋଇଥିବା ସ୍ଥାନରେ ଲଗାଇ ଏହା ଉପରେ ଏକ ବ୍ୟାଣ୍ଡେଜ୍ ଲଗାଇବେ ଏହିପରି 3-4 ଦିନ କରିବା ପରେ ନିଶ୍ଚିତ ଭାବେ ଭାତୁଡ଼ ଭଲ ହୋଇଯିବ।
3. ଆଳୁ
–
ଯଦି ଆପଣ ଭାତୁଡ଼ି ଭଳି ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି ତେେବ ଆଉ କୌଣସି ଚିନ୍ତାର କରିବାର ନାହିଁ । କାହିଁକି ନାଁ ଏହାକୁ ନାଶ କରିବା ପାଇଁ ସବୁଠାରୁ ସହଜ ଉପାୟ ହେଉଛି ଆଳୁ । ଆପଣ ପ୍ରତିଦିନ ଏକ ଆଳୁର ରସ ବାହାର କରି ଭାତୁଡି ହୋଇଥିବା ସ୍ଥାନରେ ଲଗାନ୍ତୁ ଏବଂ ଏହା ପରେ ଏହାର ଫଳ ଆପଣ ନିଜେ ଅନୁଭବ କରିପାରିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।