Odisha News Portal

7 ବର୍ଷର ପୁଅକୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଦେଲେ ମହିଳା ଡାକ୍ତର, ପ୍ରକୃତ କାରଣ ଜାଣିଲେ ଆପଣ ଙ୍କ ଆଖିରୁ ଲୁହ ଆସିଯିବ !

0 118

ଆଜିର ସମାଜ ବହୁ ମାତ୍ରାରେ କଳୁଷିତ ହେବାରେ ଲାଗିଛି । ଆଜି ଆଉ ସ୍ବାମୀ ସ୍ତ୍ରୀ, ବାପା ପୁଅ , ଦିଅର ଭାଉଜ ଭାଇ ଭାଇ କିମ୍ବା ଗୁରୁ ଶିଷ୍ୟ କୁହନ୍ତୁ କେଉଁଠି ବି ଉତ୍ତମ ସଂପର୍କ ନାହିଁ । ତେବେ ବିଶେଷ ଭାବରେ ଦେଖିବାକୁ ଗଲେ ବା କହିବାକୁ ଗଲେ ତ ଆଗ କାଳର ପତିପତ୍ନୀଙ୍କ ସଂପର୍କ ପରି ଆଉ ଆଜିର ସମାଜରେ ପତିପତ୍ନୀଙ୍କ ସଂପର୍କ ନାହିଁ ।

ବର୍ତ୍ତମାନ ସମୟରେ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଧୀରେ ଧୀରେ ବିଶ୍ୱାସ ମାତ୍ରା କମିବାରେ ଲାଗିଛି କାରଣ ଜଣେ ଜଣଙ୍କ ସହିତ ବିଶ୍ୱାସ ଘାତକ କାର୍ଯ୍ୟ କରୁଛନ୍ତି । ଆଜି ଆମେ ଆପଣଙ୍କୁ ସେହିପରି ଗୋଟିଏ ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହା ଶୁଣିବା ପରେ ଆପଣଙ୍କର ମଧ୍ୟ ଲୋକଟାଙ୍କୁରି ଉଠିବ ।

ତେବେ ବର୍ତ୍ତମାନ ସମୟରେ ଆମ ଦୁନିଆରେ ,ପ୍ରତ୍ୟେକ ଦିନି କିଛି ନାଁ କିଛି ବିଚିତ୍ର କଥା ତଥା ଅଜବ ପ୍ରକାର ଘଟଣା ସବୁ ସାମ୍ନାକୁ ଆସୁଛି । ସତ କହିବାକୁ ଗଲେ ଆମ ଦେଶ ତଥା ଦୁନିଆ ଯେତେ ପ୍ରଗତି ଆଡକୁ ଯାଉଛି ଜଟିଳତା ସେତେ ଅଧିକ ବଢୁଛି । ବର୍ତ୍ତମାନ ହେଉଛି ସୋସିଆଲ ମିଡିଆର ଯୁଗ । ଆଉ ଏହି କାରଣରୁ କୋଣସି ଘଟଣାକୁ ଲୁଚେଇ ରଖିବା ଆଉ ସମ୍ଭବ ହୋଇ ପାରୁନାହିଁ ।

ତେବେ ଆନ୍ଧ୍ରପ୍ରଦେଶର ରାଜହମୁଣ୍ଡ୍ରିରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ 33 ବର୍ଷୀୟା ମହିଳା ଡାକ୍ତର ଲାବଣ୍ୟା ଦୋଥାମେଶେଟୀ ପ୍ରଥମେ 7 ବର୍ଷର ପୁଅକୁ ନିଦ ବଟିକା ଦେଇ ହତ୍ୟା କରିଥିଲେ ଏବଂ ପରେ ନିଜେ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟାର କାରଣ ଜଣାପଡିନାହିଁ ଏବଂ ପୋଲିସ ଏହି ଘଟଣାର ତଦନ୍ତ କରୁଛି।

ମହିଳା ଡାକ୍ତର ତେଲେଙ୍ଗାନାର ତ୍ୱଚା ବିଶେଷଜ୍ଞ ଥିବା ଡୋନ୍ଥାମସେଟ୍ଟି ଲାବଣ୍ୟା ନାମକ ଏହି ମହିଳା ଡାକ୍ତର ଆଉ ଜଣେ ଡାକ୍ତରଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ନିଶାନ୍ତ ନାମକ 7 ବର୍ଷର ପୁଅ ଥିଲା। ସ୍ୱାମୀ-ସ୍ତ୍ରୀ ମଧ୍ୟରେ କଳହ ହେବା ଯୋଗୁଁ ଲାବଣ୍ୟା ଘର ଛାଡ଼ି ନିଜ ବାପା ଡି. ବୁଦ୍ଧା (ଜଣେ ଡାକ୍ତର)ଙ୍କ ଘର ରାଜାହମୁଣ୍ଡରିରେ ଆସି ରହୁଥିଲେ ।

ଲାବଣ୍ୟାଙ୍କ ପିତା ଡକ୍ଟର ବୁଦ୍ଧଙ୍କ ଅନୁଯାୟୀ ତାଙ୍କ ସ୍ୱାମୀ ଭାମସି କୃଷ୍ଣ ଛାଡପତ୍ର ପାଇଁ ନୋଟିସ ପଠାଇଥିଲେ ଏବଂ ସେହି ଦିନଠାରୁ ସେ ଅବସାଦଗ୍ରସ୍ତ ଥିଲେ। 33 ବର୍ଷୀୟ ଲାବଣ୍ୟା ପ୍ରଥମେ ତାଙ୍କ 7 ବର୍ଷର ପୁଅକୁ ନିଦ ବଟିକା ଦେଇଥିଲେ ଏବଂ ପରେ ନିଜେ ବଟିକା ଖାଇଥିଲେ । ନିଦ ବଟିକାର ମାତ୍ରା ସେବନ କରିବା ପରେ ଉଭୟ ଚେତାଶୂନ୍ୟ ହୋଇପଡିଥିଲେ ।

ତେବେ ପରିବାର ସଦସ୍ୟ ଜାଣିବା ପରେ ସେମାନେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଥିଲେ, ଯେଉଁଠାରେ ଡାକ୍ତରମାନେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଲାବଣ୍ୟାଙ୍କ ପିତା ଡକ୍ଟର ବୁଦ୍ଧ କହିଛନ୍ତି ଯେ ମୋ ଝିଅ ସ୍ୱାମୀଙ୍କ ନିର୍ଯ୍ୟାତନା ଯୋଗୁଁ ଆତ୍ମହତ୍ୟା କରିଛନ୍ତି। ଆଉ ବର୍ତ୍ତମାନ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।
post inspire from  –zeenews.india.com/

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।