Odisha News Portal

ଏହି ଘରୋଇ ଉପାୟ କୁ ସେବନ କରିବା ଦ୍ବାରା ପୁରୁଣା ରୁ ପୁରୁଣା କାଶ ୫ ମିନିଟରେ ମୂଳରୁ ଶେଷ ହୋଇଯିବ ସବୁଦିନ ପାଇଁ…..

ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବୁ ଯାହାର ମାତ୍ର ଥରେ ସେବନ କରିବା ଦ୍ବାରା ଆପଣଙ୍କର କାଶ ଭଳି ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ । ତେବେ ଛୋଟ ଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତଙ୍କର କାଶ ଭଶି ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ । ଏହି ଉପଚାରଟି ପ୍ରସ୍ତୁତ କରିବା ବହୁତ ସହଜ ଅଟେ ଏବଂ ଏହା ଏତେ ଚମତ୍କାରୀ ଅଟେ ଯାହା ଆପଣଙ୍କର କାଶଜନିତ ସମସ୍ୟାକୁ ଏକାଥରେ ଶେଷ କରିଦେବ । ତେବେ ଚାଲନ୍ତୁ ଜାଣିବା ଏହି ଉପଚାର ପ୍ରସ୍ତୁତ କରିବାର ବିଦ୍ଧି ବିଷୟରେ ।

ସାମଗ୍ରୀ- ଅଳ୍ପ ଅଦା ଖଣ୍ଡ , 5 ଟି ଲବଙ୍ଗ, 10 ଗୋଲ ମରିଚ ଏବଂ ଗୋଟିଏ ରୁଟିସେକା ତାୱା ।

ପ୍ରସ୍ତୁଚି – ଆପଣ ପ୍ରଥମେ ସେହି ଅଦା ଖଣ୍ଡକୁ ଭଲ ଭାବରେ ଛୋପା ଛଡେଇ ଧୋଇ ଦେବେ ଏବଂଛୋଟ ଛୋଟ କଣ୍ଡ କରି କାଟିଦେବେ । ଏହାପରେ ଫୁଲ ଲାଗିଥିବା ଲବଙ୍ଗ 5ଟି ନେବେ ଏବଂ 10 ଗୋଲମରିଚ ନେବେ । ଏହାପରେ ଆପଣ ପ୍ରଥମେ ଗୋଟିଏ ରୁଟିସେକା ତାୱା ଗ୍ୟାସରେ ବସାଇବେ । ତାପରେ ସେହି ତାୱାରେ ଲବଙ୍ଗ ଏବଂ ଗୋଲମରିଚକୁ ପକେଇ ଭାଜି ନିଅନ୍ତୁ ।

ଏହାକୁ ସେତେ ପର୍ଯ୍ୟନ୍ତ ଭାଜନ୍ତୁ ଯେତେ ପର୍ଯ୍ୟନ୍ତ ଏହା କଳା ନପଡିଯିବ । ତାପରେ ସେସବୁକୁ ଗୋଟିଏ ପାତ୍ରକୁ କାଢି ନେବେ । ଏହାପରେ ଗ୍ୟାସ ବନ୍ଦ କରିଦେବେ , ତେବେ ତାୱା ନିଶ୍ଚୟ ଗରମ ଥିବ ତେଣୁ ସେହି ଗରମ ତାୱାରେ ପୂର୍ବରୁ କାଟି ରଖିଥିବା ଅଦାକୁ ହାଲକା ଭାବରେ ସେକି ନେବେ । ଅଦାକୁ ଦୁଇପାର୍ଶ୍ବରୁ ଭଲ ଭବାରେ ସେକି ନେବେ ।


ଏହାପରେ ମସଲାଛେଚା ସାହାଯ୍ୟରେ ଲବଙ୍ଗ ଏବଂ ଗୋଲମରିଚକୁ ଭଲ ଭବାରେ ପେଶି ଏହାର ଗୁଣ୍ଡ ପ୍ରସ୍ତୁତ କରିବେ । ତାପରେ ତାକୁ ପାତ୍ରକୁ କାଢି ପୁଣି ଅଦାକୁ ସେହିଭଳି ଭାବରେ ଛେଚି ନେବେ ଏବଂ ଗୋଟିଏ ପାତ୍ରକୁ କାଢିନେବେ । ବର୍ତ୍ତମାନ ଆପଣଙ୍କର ଉପଚାର ପ୍ରସ୍ତୁତ ହୋଇ ଯାଇଛି । ତେବେ ଚାଲନ୍ତୁ ଜାଣିବା ଆପଣ ଏହାର ସେବନ କିପରି କରିବେ କାଶ ସମସ୍ୟା ଦୂର କରିବା ପାଇଁ ।

ପ୍ରଥମେ ଆପଣ ଏକ ବାଉଲ ନେବେ । ତେବେ ଧ୍ୟାନ ଦେବେ 6 ମାସରୁ 1ବର୍ଷ ପିଲା ପାଇଁ ବ୍ୟବହାର କରୁଥିଲେ ଗୋଲମରିଚ ଏବଂ ଲବଙ୍ଗ ଗୁଣ୍ଡର ମାତ୍ର ଚିମୁଟାଏ ସେହି ବାଉଲରେ ନିଅନ୍ତୁ । ଏହାପରେ ଅଧାଚାମଚ ମହୁସେଥିରେ ମିଶାଇବେ । ଏହାପରେ ଛୋଟ ଶିଶୁମାନଙ୍କୁ ଚଟେଇ ଦେଉ ଉଷମ ପାଣି ପିଆଇବେ ।

ଆଉ ବଡ ଲୋକମାନେ ଅର୍ଥାତ 20-80 ବର୍ଷ ପର୍ଯ୍ୟନ୍ତ ଲୋକମାନଙ୍କ ପାଇଁ ଏହି ଲବଙ୍ଗ, ଗୋଲମରିଚ ଗୁଣ୍ଡ ଅଧାଚାମଚ ନେବେ ଏବଂ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଅଦାଛେଚାର 2-5 ବୁନ୍ଦା ରସ ନିଅନ୍ତୁ ଏବଂ 1 ଚାମଚ ମହୁ ମିଶାଇ ଏହାକୁ ଭଲ ଭବାରେ ମିକ୍ସ କରିଦେବେ ଏବଂ ସେବନ କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।