Odisha News Portal

ହେ ଭଗବାନ ! ୬ ମାସ ପୁଅର ମୁଣ୍ଡରେ ବନ୍ଧୁକ ରଖି ବିବାହିତା ମହିଳା ସହ ୫ ଜଣ ଯୁବକ କଲେ ବଳାତ୍କାର, ଆଉ ତାପରେ..

0 221

ବନ୍ଧୁଗଣ ଆଜିର ଦିନରେ ଆମ ସମାଜରେ ଏମିତି କିଛି ଲଜ୍ୟାକର ଘଟଣା ମାନ ଘଟିବା ରେ ଲାଗିଛି ଯାହାକୁ ଭାଷାରେ ବର୍ଣ୍ଣନା କରିବା ସମ୍ଭବପର ନୁହଁ। କିଛି ସମୟରେ ଆଜିର ସମାଜରେ କୁତ୍ସିତ କଦାକାର ମାନସିକତା କୁ ନେଇ ଅନେକ ନିନ୍ଦନୀୟ ଘଟନା ମାନ ମଧ୍ୟ ଘଟିବାର ଦେଖିବାକୁ ମିଳୁଛି।ଯାହା ମଣିଷର ସଂସ୍କୃତି ଏବଂ ତାର ବ୍ୟବହାରକୁ ସ୍ପଷ୍ଟ ପ୍ରକାଶ କରୁଛି।କେତେବେଳେ ନିଜର ସମୂହ ସ୍ବାର୍ଥ କୁ ପୂରଣ କରିବାକୁ ଯାଇ ମଣିଷ ମାନବିକତା ଭୁଲି ଅନ୍ୟକୁ ଅତ୍ୟାଚାର କରୁଛି ତ ପୁଣି କେତେବେଳେ ନିଜର ସ୍ବାର୍ଥ ଏବଂ କାମନା ର ଅଭିଳାଷ କୁ ପୂରଣ କରିବା କୁ ଯାଇ ମଣିଷ ତଳକୁ ଖସି ଯାଉଛି ତାର ଚତୁପାର୍ଶ୍ବ ଏବଂ ସାମାଜିକ ସ୍ଥିତିକୁ ଅନୁଧ୍ୟାନ ନକରି।

ନିଜର କାମ ବାସନା କୁ ଚରିତାର୍ଥ କରିବା ପାଇଁ ମଣିଷ ନିଜର ସଂଯମତା ହରାଇ କିଛି ବି କରିବାକୁ ପଛାଉ ନାହିଁ।ଦିନକୁ ଦିନ ସମାଜରେ ଦୁଷ୍କର୍ମ ନାମକ ରୋଗର ସଂକ୍ରମଣ ବଢ଼ିବାରେ ଲାଗିଛି। ପୀଡ଼ିତା ଏବଂ ସୈତାନ ଭଳି ଶବ୍ଦ ଦ୍ବାରା ପୂର୍ଣ୍ଣ ହେଉଛି ପ୍ରତିଦିନର ଖବର କାଗଜ ପୃଷ୍ଠା। ମହମବତୀ ଶୋଭାଯାତ୍ରା ଭିତରେ ନ୍ୟାୟ ପାଇଁ ସ୍ୱର ତ ଉଠୁଛି ହେଲେ ସମୟ ଚକ୍ରରେ ତାହା ଶୀଘ୍ର ମଳିନ ବି ପଡି ଯାଉଛି।ଆଉ ମିଛ ସତର ସାବୁନ୍ ରେ ଗାଧୋଇ ପଡୁଛି ସୈତାନ। ନ୍ୟାୟ ପାଇବାର ଆଶା ଆଉ ସମାଜର କଟୁ କଥାର ଦମ୍ଭ ପୀଡ଼ିତା କୁ ପ୍ରତିଦିନ ଅଭିଶପ୍ତ ଜୀବନ ଜିଇଁବାକୁ ବାଧ୍ୟ କରୁଛି ।

ସେହିଭଳି ଏକ ଅଭାବନୀୟ ଘଟଣା ନିକଟରେ ଘଟିଛି।ଯେଉଁଠାରେ କିଛି ମଣିଷ ରୂପୀ ରାକ୍ଷସ ଜଣେ ବିବାହିତା ମହିଳାଙ୍କ ଘରେ ପ୍ରବେଶ କରି ବିବାହିତା ମହିଳାଙ୍କ ୬ ମାସର ପୁଅର ମୁଣ୍ଡରେ ପିସ୍ତଲ ରଖି ତାଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ମହିଳା ଘରେ ଏକୁଟିଆ ରହିଥିବା ଜାଣି ଦୁଷ୍କର୍ମ କାରୀ ମାନେ ଘରେ ପ୍ରବେଶ କରିଥିଲେ। ସୂଚନା ଅନୁସାରେ ଚୁଞ୍ଚୁନ କୁମାର, ଲାଲବାବୁ କୁମାର, ସାଜନ କୁମାର, ଶ୍ରୀରାମ କୁମାର ଏବଂ ଶିବ କୁମାର ନାମକ ପାଞ୍ଚଜଣ ଯୁବକ ମହିଳାଙ୍କୁ ବଳାତ୍କାର କରିଛନ୍ତି ଏବଂ ସେମାନଙ୍କର ସମସ୍ତଙ୍କ ବୟସ ୧୯ ବର୍ଷରୁ ୨୧ ବର୍ଷ ମଧ୍ୟରେ।

ଏମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ଛୋଟ ପୁଅର ମୁଣ୍ଡରେ ପିସ୍ତଲ ରଖି ତାକୁ କବଜା କରି ପରେ ଜଣଙ୍କ ପରେ ଜଣେ ମହିଳାଙ୍କୁ ବଳାତ୍କାର କରିଥିଲେ। ତେବେ କରଜା ପୋଲିସ ଷ୍ଟେସନ ର ପୋଲିସ୍ ଅଧିକାରୀ ମହିଳାଙ୍କ ଅଭିଯୋଗ କ୍ରମେ ତାଙ୍କର ଡାକ୍ତରୀ ପରୀକ୍ଷା କରାଇବା ପରେ ଉକ୍ତ ଘଟଣାର ତଦନ୍ତ କରୁଛନ୍ତି।ତେବେ ଅକ୍ଷମଣୀୟ ଅପରାଧ ସଦୃଶ ଏହିଭଳି କଳା କାରନାମା ପାଇଁ ସେହିଭଳି ଶକ୍ତ ଆଇନ୍ କାନୁନ୍ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ର ନିୟାମକ ନଥିବାରୁ ଅପରାଧୀ ଆଜି ଲଗାମ ଛଡ଼ା ହୋଇ ବୁଲୁଛି ବୋଲି କୁହାଯାଇପାରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।