Odisha News Portal

ଆସିଲା ନୂଆ ନିୟମ ! ପୋଷ୍ଟ ଅଫିସ୍ ର ସଞ୍ଚୟ ଖାତାରେ ଏଣିକି 500 ଟଙ୍କା ରଖିବାକୁ ବାଧ୍ୟତାମୂଳକ ନହେଲେ ବନ୍ଦ ହୋଇଯିବ ଖାତା ! ପୋଷ୍ଟଟି ନିଶ୍ଚୟ ପଢନ୍ତୁ….

ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଂ ପୋଷ୍ଟ ଅଫିସ୍ ସବୁ ବେଳେ କିଛି ନାଁ କିଛି ନୂଆ ଯୋଜନା ଭେଟି ଦେଇ ଥାଏ । ଯାହା ଫଳରେ ପୋଷ୍ଟ ଅଫିସ୍ ର ବିଭିନ୍ନ ସ୍କିମ୍ ରେ ଗ୍ରାହକ ଙ୍କ ଜମା ଟଙ୍କା ର ସୁରକ୍ଷା ଏବଂ ଗ୍ୟାରେଣ୍ଟି ରିଟର୍ନ ମଧ୍ୟ ମିଳି ଥାଏ । କିନ୍ତୁ ଏବେ ପୋଷ୍ଟ ଅଫିସ୍ ରେ ଥି୍ବା ସେଭିଙ୍ଗ ଆକାଉଣ୍ଡ କୁ ନେଇ ଆସିଛି ଏକ ବହୁତ ବଡ ଖବର ।

ଦେଶର ଭରସା ଯୋଗ୍ୟ ସରକାରୀ ସଂସ୍ଥା ତଥା ପୋଷ୍ଟ ଅଫିସ୍ ବର୍ତ୍ତମାନ ସେଭିଙ୍ଗ୍ ଆକାଉଣ୍ଡ ସହ ଜଡିତ କିଛି ନିୟମ ରେ ପରିବର୍ତ୍ତନ ଆଣିଛି । ତେବେ ଯଦି କୌଣସି ଗ୍ରାହକ ଏହି ନିୟମ କୁ ପାଳନ ନ କରନ୍ତି , ତେବେ ଏଥି ପାଇଁ ଅନେକ ସମସ୍ୟା ରୁ ସମ୍ମୁଖୀନ ମଧ୍ୟ ହେବାକୁ ପଡି ପାରେ । ଅର୍ଥାତ ପୋଷ୍ଟ ଅଫିସ୍ ର ସଞ୍ଚୟ ଖାତାରେ ଏଣିକି 500 ଟଙ୍କା ରଖିବାକୁ ଖାତାଧାରକ ବାଧ୍ୟ ।
ତେବେ ଯଦି ଆପଣଙ୍କ ସଞ୍ଚୟ ଖାତା ରେ ପାଞ୍ଚ ଶହ ଟଙ୍କା ତଳକୁ ଟଙ୍କା ରହି ଥାଏ , ତେବେ ପୋଷ୍ଟ ଅଫିସ୍ ଆପଣଙ୍କ ଆକାଉଣ୍ଡ କୁ ବନ୍ଦ କରି ଦେବ । ଏନେଇ ଡାକ ବିଭାଗ ପକ୍ଷରୁ ଉଭୟ ବ୍ୟକ୍ତିଗତ ଏବଂ ଜଏଣ୍ଟ ଆକାଉଣ୍ଡ ଉପରେ 4 ପ୍ରତିଶତ ସୁଧ ଦେଇ ଥାଏ । ତେବେ ସଞ୍ଚୟ ଖାତା ରେ ସର୍ବନିମ୍ନ ବାଲାନ୍ସ ପାଞ୍ଚ ଶଙ ଟଙ୍କା ରଖିବାକୁ ଏବେ ବାଧ୍ୟତାମୂଳକ କରା ଯାଇଛି ।


ତେବେ କେକବଳ ଏତିକି ନୁହେଁ ପୋଷ୍ଟ ଅଫିସ୍ ପକ୍ଷରୁ ଏକ ମେସେଜ୍ ମଧ୍ୟ ଗ୍ରାହକ ଙ୍କ ନିକଟକୁ ପଠା ଯାଉଛି ଯେଉଂଥିରେ ଉଲ୍ଲେଖ ରହିଛି କି ଏବେ ପୋଷ୍ଟ ଅଫିସ୍ ର ସେଭିଙ୍ଗ ଆକାଉଣ୍ଡ ରେ ସର୍ବନିମ୍ନ ବାଲାନ୍ସ ମେଣ୍ଟେନ୍ କରିବା ବାଧ୍ୟତାମୂଳକ । ଆଉ ଯଦି ଆପଣ ମେଣ୍ଟେନାଂସ୍ ଚାର୍ଜ ଦେବାକୁ ଚାହୁଁ ନାହାଁନ୍ତି ତେବେ 11 ଡିସେମ୍ବର 2020 ପୂର୍ବରୁ ସଞ୍ଚୟ ଖାତାରେ ପାଞ୍ଚ ଶହ ଟଙ୍କା ଜମା କରି ଦିଅନ୍ତୁ ।


ସେହି ଭଳି ଯଦି ଆପଣ ଆପଣଙ୍କ ସେଭିଙ୍ଗ ଆକାୁଣ୍ଡରେ ପାଞ୍ଚ ଶହ ଟଙ୍କାରୁ କମ୍ ଟଙ୍କା ରହି ଥାଏ ତେବେ ମେଣ୍ଟେନାସ୍ ଫି ବାବଦକୁ 100 ଟଙ୍କା ପୋଷ୍ଟ ଅଫିସ୍ ତରଫରୁ କାଟି ଦିଆ ଯିବ । ଯଦି ସଞ୍ଚୟ ଖାତାରେ ଟଙ୍କା ଜମା ନଥିବ ତେବେ ଆପଣଙ୍କ ଆକାଉଣ୍ଡକୁ ବନ୍ଦ କରି ଦିଆଯିବ ।

ଆପଣଙ୍କ ଜାଣିବା ପାଇଂ ଆମେ କହି ରଖୁଛୁ ଯେ, ପୋଷ୍ଟ ଅଫିସ୍ ର ଉଭୟ ପର୍ସନାଲ ଏବଂ ଜଏଣ୍ଟ ଆକାଉଣ୍ଡ ଉପରେ 4 ପ୍ରତିଶତ ସୁଧ ମିଳି ଥାଏ । ଯଦି ଏହି ଆକାଉଣ୍ଡ ରେ ବାଲାନ୍ସ 500 ରୁ ଅଧି୍କ ଟଙ୍କା ନ ଥିବ ତେବେ ଏଥିରୁ କୌଣସି ସୁଧ ଆପଣ ଙ୍କୁ ମିଳିବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।