Odisha News Portal

ହେ ଭଗବାନ ! ୫ ବର୍ଷର ପୁଅକୁ ଏବଂ ଘର ସଂସାର ଛାଡି ଫେସବୁକ ପ୍ରେମିକ ସହ ମହିଳା ଫେରାର୍, ପୂରା ଘଟଣା ଜାଣି ହେବେ ଆଶ୍ଚର୍ଯ୍ୟ

କୁହାଯାଏ ପ୍ରେମ ଚିରନ୍ତନ ଏବଂ ଶାଶ୍ଵତ। ପ୍ରେମ ପାଇଁ ଜୀବନ ଦେବାର ବି ନଜିର ଅଛି।ପ୍ରେମ ଏକ ପବିତ୍ର ସମ୍ପର୍କ। ସେଥିପାଇଁ କୁହାଯାଏ ପ୍ରେମ କେତେବେଳେ କାହା ସହ ହୋଇଯାଏ ତାହା କହିବା ମୁସ୍କିଲ।ଯାହା ଦୁଇଟି ହୃଦୟର ମିଳନ ଯୋଗୁଁ ସମ୍ଭବପର ହୋଇଥାଏ। ଯେଉଁ ଥୀରେ ଦୁଇଟି ଶରୀର ଓ ମନ ର ମିଳନ ହୋଇ ଥାଏ।ଏହି ପ୍ରେମ ସମ୍ପର୍କରେ ଯେତେବେଳେ ବୁଝା ମନା ରହିଥାଏ ସେଥିରେ ସୁନ୍ଦର ଅନୁଭବ ରହିଥାଏ।ପରେ ବିବାହ ପରେ ଯେଉଁଠି ସେମାନେ ସାତ ଜନ୍ମ ର ସାଥୀ ହୋଇ ଯାଆନ୍ତି।ଏମାନେ ଦୁହେଁ ଦୁହିଙ୍କ ସୁଖ ରେ ସୁଖୀ ଓ ଦୁଃଖ ରେ ସମ ଦୁଃଖୀ ହୋଇ ଥାଆନ୍ତି। ସେମାନଙ୍କ ସଂପର୍କ ସାତ ଜନ୍ମ ର ସମ୍ପର୍କ ବୋଲି କୁହା ଯାଏ।

କିନ୍ତୁ ଏହି ପ୍ରେମ ସମ୍ପର୍କ କେତେବେଳେ ଅବିଶ୍ୱାସ ଏବଂ ବିଶ୍ୱାସ ଘାତକତା ର ଗନ୍ତାଘର ପାଲଟି ଯାଇ ଥାଏ, ତାହା ଗ୍ରହଣ କରିବା ବାସ୍ତବରେ ଅସମ୍ଭବ। ସେହିପରି ଏକ ଘଟଣା ନିକଟରେ ଘଟିଛି ଯାହାର ନାମ ହେଉଛି ପ୍ରେମ ବିବାହ ଏବଂ ଧୋକା।ତେବେ ଆସନ୍ତୁ ଜାଣିବା ଆଜିର ଏହି ଘଟଣା କଣ ଅଟେ। ଘରର ବାରଣ ସତ୍ତ୍ଵେ ଅଗ୍ନିକୁ ସାକ୍ଷୀ ରଖି, ସାତ ଜନ୍ମର ସାଥି ହେବା ପାଇଁ ପଣ କରି ବିବାହ କରିଥିଲେ । ଆଉ ସେମାନଙ୍କର ପ୍ରେମର ସନ୍ତକ ହେଉଛି ପାଞ୍ଚ ବର୍ଷର ପୁଅ ଟିଏ। ହେଲେ ଦିନ ଗଡ଼ିଗଲା ଏବଂ ପ୍ରେମ ଫିକା ପଡ଼ିଗଲା। ଆଉ ଫେସବୁକ୍ ରେ ଗଢ଼ି ଉଠିଲା ତାଜା ପ୍ରେମ।

ଆଉ ଶେଷରେ ଏହି ଫେସବୁକ୍ ର ପ୍ରେମିକ ସହିତ ପାଞ୍ଚ ବର୍ଷର ପୁଅ ର ଏହି ମାଆ ଏବେ ଫେରାର। ଏବେ ଏହି ଘଟଣା ଚର୍ଚ୍ଚାର ପରିସରକୁ ଆସିଛି। ଘଟଣା କୁ ନେଇ ଚର୍ଚ୍ଚା ହେଉଛି ଏବଂ ଅଭିଯୋଗ ମଧ୍ୟ ହୋଇଚି। ହେଲେ ଏହି ପାଞ୍ଚ ବର୍ଷର ପୁଅ ତାର ମାଆ କୁ ଝୁରି ହେଉଛି, ମାଆକୁ ମନେ ପକାଉଛି। ଆଉ କହୁଛି ମାଆ ତୁ ଯେଉଁଠି ଅଛୁ ପଳେଇ ଆ।ଏପଟେ ସ୍ବାମୀ କହୁଛି ମୁଁ ମୋ ଜୀବନ ଠୁ ବେଶି ତୋତେ ଭଲପାଏ। ତୁ ଯେଉଁଠି ଅଛୁ ପଳେଇ ଆ। ଆଉ ଏପଟେ ବିଧବା ଶାଶୁ ବି ଆକୁଳ ନିବେଦନ କରୁଛି, ମାଆ ବୁଢୀ ହୋଇ ଗଲିଣି, ଆଉ କାମ କରି ପାରୁନି, ଶୀଘ୍ର ତୁ ଫେରିଆ। ତୋ ପୁଅ ତୋତେ ଖୋଜୁଛି।

ଆପଣଙ୍କୁ କହି ରଖୁଛୁ ଯେ ଏହି ଘଟଣା ଟି ଘଟିଛି ବଲାଙ୍ଗୀର ସହରର ରାମେଶ୍ବର ନଗରରେ। ଏଠାରେ ସ୍ବାମୀ ସ୍ତ୍ରୀ ଦୁଇଜଣ ଖୁସିରେ ଚଳୁଥିଲେ। ସ୍ବାମୀ ବିଶ୍ୱଜିତ ନାୟକ ଏବଂ ସ୍ତ୍ରୀ ରାଜସ୍ମିତା ନାୟକ ପ୍ରେମ ବିବାହ କରିଥିଲେ। କିନ୍ତୁ ବାହାଘର ର ଏତେ ବର୍ଷ ପରେ ସ୍ତ୍ରୀ ର ଏହିଭଳି ଅନ୍ୟ ଏକ ପ୍ରେମ ସମ୍ପର୍କ କୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି କେହି। ତଥାପି ଅନେଇ ବସିଛନ୍ତି ତାଙ୍କର ଫେରିବା ବାଟକୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।