Odisha News Portal

Hair Tips – 5 ଟଙ୍କାର ଏହି ଜିନିଷରେ ମିଶାଇ କେଶରେ ଲଗାନ୍ତୁ , 10 ଦିନରେ କେଶ ଏତେ ବଢିବ ଦେଖିକରି ଆଶ୍ଚର୍ଯ୍ୟ ହୋଇଯିବେ…

ଆଜିର ଦିନରେ କେଶ ସମସ୍ୟା ଏକ ମୁଖ୍ୟ ସମସ୍ୟା ଭାବରେ ପରିଗଣିତ , ପୁରୁଷ ହେଉ ବା ମହିଳା ସମସ୍ତଙ୍କ ଠାରେ କେଶ ଜନିତ ବର୍ତ୍ତମାନ ସମୟରେ କେଶ ଜନିତ ସମସ୍ୟା ଦେଖାଯାଉଛି । କେଶ ଝଡିବା , ରୂପି ସମସ୍ୟା ଏବଂ କେଶ ନବଢିବା ଆଦି ସମସ୍ୟା ଦେଖାଯାଏ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘରୋଇ ରେମିଡି ବତେଇବୁ , ଯାହା ସାହାର୍ଯ୍ୟରେ ଆପଣ ମାନେ ଆପଣଙ୍କ କେଶକୁ ଲମ୍ୱା , ଘନ ଓ ସୁନ୍ଦର କରିବାରେ ସଫଳ ହେବେ । ଏଥିପାଇଁ ଆପଣଙ୍କୁ କୌଣସି ପ୍ରକାର ଅର୍ଥ ଖର୍ଚ୍ଚ ମଧ୍ୟ କରିବା ପାଇଁ ପଡିବ ନାହିଁ , ଏହା ସମ୍ପୂର୍ଣ୍ଣ ଘରୋଇ ଉପଚାର ଅଟେ । ତେବେ ଆସନ୍ତୁ ଜାଣିବା ଘରୋଇ ଉପଚାରର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।

ଆବଶ୍ୟକୀୟ ସାମଗ୍ରୀ ଗୁଡିକ ହେଉଛି :-

1. ପାନପତ୍ର
2.ରସୁଣ
3.ମେଥି
4. ନଡିଆତେଲ

ପ୍ରସ୍ତୁତି ପ୍ରାଣାଳୀ :-

ପ୍ରଥମେ ଆପଣ ମାନଙ୍କୁ 2ଟି ପାନପତ୍ର ର ଆବଶ୍ୟକତା ରହିଛି , ତାହାକୁ ଛୋଟ ଛୋ଼ଟ କରି କାଟି ନିଅନ୍ତୁ । ଦ୍ୱିତୀୟରେ 8 – 10 ଟି ପାଖୁଡା ରସୁଣ ନିଅନ୍ତୁ ଏବଂ ତାହାକୁ ଛୋଟ ଛୋ଼ଟ କରି କାଟି ନିଅନ୍ତୁ । ରସୁଣ ଆମ ହେୟାରକୁ ଗ୍ରୋ କରିବାରେ ସାହାର୍ଯ୍ୟ କରିଥାଏ , ତୃତୀୟରେ ଏଡ୍ କରିବେ ମେଥି ଯାହା ଆମ ହେୟାର ସେଲକୁ ମଜବୁତ କରିବାରେ ହେଲ୍ପ କରିଥାଏ । ବର୍ତ୍ତମାନ ଆପଣ ମାନେ ଏକ ପ୍ୟାନ ନିଅନ୍ତୁ , ପୂର୍ବରୁ କାଟିକରି ରଖିଥିବା ପାନପତ୍ର ,ରସୁଣ ଏବଂ 2 ଚାମତ ମେଥି ପ୍ୟାନରେ ରଖି ଦିଅନ୍ତୁ ।

ଏହାପରେ ସେଥିରେ 200 ଗ୍ରାମ ନଡିଆ ତେଲ ଏଡ୍ କରନ୍ତୁ , ଆପଣ ମାନେ ଚାହିଁଲେ ଆନ୍ୟ କୌଣସି ତେଲ ୟୁଜ୍ ମଧ୍ୟ କରି ପାରିବେ । ବର୍ତ୍ତମାନ ଗ୍ୟାସ ଉପରେ ବସାଇ ଲୋ ଫ୍ଲେମରେ କିଛି ସମୟ ପର୍ଯ୍ୟନ୍ତ ଫୁଟାନ୍ତୁ । ଯେ ପର୍ଯ୍ୟନ୍ତ ଏହାର କଲର ଚେଞ୍ଜ ନ ହୋଇ ନଯାଇଛି , ଯାହାଫଳରେ ଏସବୁ ଜିନିଷର ଗୁଣ ତେଲ ରେ ଆସିଯିବ । ତେଲର ରଙ୍ଗ ପରିବର୍ତ୍ତନ ହେବା ପରେ ଗ୍ୟାସ ଅଫ୍ କରି ଦିଅନ୍ତୁ । କିଛି ସମୟ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ , ଥଣ୍ଡା ହୋଇଯିବା ପରେ ଏକ କାଚ ବୋତଲରେ ଛାଣି କରି ରଖନ୍ତୁ ।

ବ୍ୟବହାର ପ୍ରଣାଳୀ :-

ପ୍ରସ୍ତୁତ କରିଥିବା ଅଏଲ କୁ ଆଙ୍ଗୁଳିର ଟିପ ସାହାର୍ଯ୍ୟରେ ଚୁଟିର ମୂଳରେ ହାଲକା ହାଲକା ମସାଜ କରି ଲଗାନ୍ତୁ । ସମ୍ପୂର୍ଣ୍ଣ କେଶରେ ଲଗାଇ ସାରିବା ପରେ 5 ମିନିଟ୍ ପର୍ଯ୍ୟନ୍ତ ମସାଜ୍ କରନ୍ତୁ , ଏହି ଅଏଲ କୁ ସପ୍ତାହରେ 2 ରୁ 3 ଥର ଲଗାନ୍ତୁ । ଦେଖିବେ ଆପଣଙ୍କର କେଶ ଝଡିବା ବନ୍ଦ ହୋଇଯିବ ଏବଂ ଲମ୍ୱା , ଘନ ଏବଂ କେଶ ମଜବୁତ୍ ମଧ୍ୟ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।