ଛିଃ.. ଛିଃ.. 45 ବର୍ଷ 50 ବର୍ଷରେ ପ୍ରେମ ଆସୁଛି କୁଆଡୁ…ଏମିତି କାହିଁକି କହିଲେ ଏହି ମହିଳା… ଦେଖନ୍ତୁ Video

ଆଜିର ସମାଜରେ ଅନେକ ସମୟରେ ଏମିତି କିଛି ନିନ୍ଦନିୟ ଘଟଣା ଘଟୁଛି, ଯାହା ଆମ ସମାଜକୁ ଅତି ତଳକୁ ନେଇ ଯାଉଛି। ଅନୈତିକ ସମ୍ପର୍କ, ପରକୀୟା ପ୍ରୀତି ଭଳି ଅନେକ ଘଟଣା ସମୟକ୍ରମେ ଦେଖିବାକୁ ମିଳୁଛି। ତେବେ ଏପରି ବେଳେବେଳେ ଏମିତି କିଛି ଉଲ୍ଲେଖନୀୟ ପରିବର୍ତ୍ତନ କିଛି ଲୋକଙ୍କ ପାଖରେ ଦେଖିବକୁ ମିଳିଥାଏ ଯାହା ବାସ୍ତବରେ ବିଶ୍ବାସ ଯୋଗ୍ୟ ହୋଇ ପାରି ନଥାଏ। ଯାହା ସାଧାରଣରେ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।ତେବେ ଆଜିର ଦୁନିଆର କିଛି ଏପରି ଲୋକ ରହିଛନ୍ତି ଯେଉଁମାନେ ଅନେକ ସମୟରେ ସଂସ୍କାର ବିହୀନ କାର୍ଯ୍ୟ କରିଥାନ୍ତି ଏବଂ ଅନେକ ଘୃଣ୍ୟ କାମ ସବୁ କରୁଛନ୍ତି।

ଯାହା ବାସ୍ତବରେ ଲଜ୍ୟାଜନକ ଏବଂ ନିନ୍ଦନୀୟ ଘଟଣା ଏବଂ ପରିତାପର ବିଷୟ ଅଟେ। ଆଉ ଏହି ସଭ୍ୟ ସମାଜରେ ଏପରି ଅସଭ୍ୟ କାର୍ଯ୍ୟ କଲାପ ନିନ୍ଦା ଜନକ ସ୍ଥିତିକୁ ବୟାନ କରୁଛି। ଶିକ୍ଷିତ ହୋଇ ଏପରି ଲଜ୍ୟାଜନକ, ନିନ୍ଦନୀୟ କାର୍ଯ୍ୟ କଲେ ଏଥିପାଇଁ କାହାକୁ ଆଉ ଦାୟୀ କରାଯିବ।ସମାଜ ଯେତେ ଆଗକୁ ବଢ଼ିଲେ କଣ ହେବ ଯଦି ମଣିଷର ମାନସିକତା ପରିବର୍ତ୍ତନ ନହୁଏ ତେବେ ଏଥିପାଇଁ କହାକୁ ଦୋଷ ଦେଇ ହେବ। ସଭ୍ୟ ଶିକ୍ଷିତ ସମାଜରେ ଏମିତି ଅନେକ ନିୟାମକ ଥିଲେ ମଧ୍ଯ କିନ୍ତୁ ଏହାର ବ୍ୟତିକ୍ରମ ସଦୃଶ କାମ କରୁଛି ଆଜିର ମଣିଷ।ସେହି ବିଷୟରେ ମୁହଁ ଖୋଲିଛନ୍ତି ଜଣେ ମହିଳା।

ସେ ପରକୀୟା ପ୍ରୀତିକୁ ଦୃଢ଼ ନିନ୍ଦା କରିବା ସହ ଏହାକୁ ନେଇ ନିଜର ମତ ରଖିଛନ୍ତି।ସେ କହିଛନ୍ତି ଯେ ଏପରି କରିବା ଆଦୌ ଗ୍ରହଣୀୟ ନୁହେଁ ଏବଂ ପରକୀୟା ପ୍ରୀତି କେବେ ସଫଳ ହୋଇ ପାରିନାହିଁ।ସେ କହିଛନ୍ତି ଯେ ୪୫ ବର୍ଷ, ୫୦ ବର୍ଷ ବୟସରେ ପ୍ରେମ ଆସୁଛି କୁଆଡୁ। ସ୍ୱାମୀକୁ ଛାଡି ଯିଏ ଆଉ ଏକ ପର ପୁରୁଷ ପାଖକୁ ଯାଇ ପାରୁଛି ସେ ଛ ମାସ ପରେ ତାକୁ ଛାଡି ଆଉ କେଉଁ ପୁରୁଷ ପାଖକୁ ଚାଲିଯିବ। ପ୍ରେମର ସଂଜ୍ଞା ଏହା ନୁହେଁ ଯେ ଆମେ ଆଜି ଗୋଟେ ଭଲ ପାଇଲୁ, କାଲି ଗୋଟେ ଭଲ ପାଇବା, ପୁଣି ପରଦିନ ଜଣଙ୍କୁ ଭଲ ପାଇବା। ଏପରି ପରକୀୟା ପ୍ରୀତି କରି କାହାର ମନରେ ଦୁଃଖ ନଦେବା ଏବଂ କାହାର ଘର ନ ଭାଙ୍ଗିବା ପାଇଁ କହିଛନ୍ତି ସେ।

କାରଣ ତାର ପ୍ରଭାବ ନିଶ୍ଚିତ ନିଜ ଉପରେ ପଡ଼ିବ। ଜଣେ କେବେ କାହାର ସଂସାର ଭାଙ୍ଗି ଖୁସିରେ ରହି ପାରିବ ନାହିଁ। ନିଜର ସ୍ୱାର୍ଥକୁ ପୂରଣ କରିବା ପାଇଁ, ଟଙ୍କା ପଇସାର ଲୋଭ ପାଇଁ ଅନ୍ୟର ପରିବାର କୁ ଭାଙ୍ଗିବା ବାସ୍ତବରେ ପ୍ରେମ ନୁହେଁ। ଏହା ଦ୍ଵାରା ଅନେକ ଘର ଉଜୁଡ଼ି ଯାଇ ଥାଏ। ମହିଳା ମାନଙ୍କ ସହିତ ପୁରୁଷ ମାନଙ୍କୁ ବି ସେ ଏଥିପାଇଁ ଦାୟୀ କରିଛନ୍ତି ଏବଂ ପରକୀୟା ପ୍ରୀତିକୁ ଦୃଢ଼ ଭାଷାରେ ନିନ୍ଦା କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment