୪୦ ଫୁଟ ଗଭୀର କୂଅ ଭିତରୁ ସୁଭାଯାଉଥିଲା ଅଜବ ଶବ୍ଦ, ପାଖକୁ ଯାଇ ଦେଖିବା ପରେ ସେଥିରୁ ଯାହା ମିଳିଲା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ ?

ଆଜି ଆମେ ଆପଣ ମାନଙ୍କୁ ଗୋଟିଏ ଏପରି କଥା ବିଷୟରେ ଜଣାଇବାକୁ ଯାଉଛୁ ଯାହା ଜାଣିବା ପରେ ଆପଣଙ୍କର ହୃଦୟ ଥରି ଉଠିବ । ତେବେ ଘଟଣାଟି ଥିଲା ସେହିପରି ଯାହାକୁ ଶୁଣିବା ପରେ ଯିଏ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଚାଲନ୍ତୁ ଜାଣିବା କଣ ସେହି ଆଶ୍ଚର୍ଯ୍ୟ ଜନକ ଘଟଣା । ଘଟଣାଟି ଘଟିଛି ମୁଗେର ଠାରେ ।ତେବେ ମୁଗେରର ଆରଡି ଆଣ୍ଡ ଡିଜେ କଲେଜ କ୍ୟାମ୍ପସ ନିକଟରେ ରହୁଥିବା ଲୋକ ମାନେ ସେହି ସମୟରେ ବହୁତ ଭୟଭୀତ ହୋଇ ଯାଇ ଥିଲେ , ଯେଉଂ ସମୟରେ ସେମାନେ ଦେଖିଲେ ଯେ 40 ଫୁଟ ଗଭିର ପାଣି ନ ଥିବା ଶୁଖିଲା କୂଅ ଭିତରୁ କିଛି ଶବ୍ଦ ଶୁଣା ଗଲା ।

ତେବେ ସେମାନେ ପାଖକୁ ଯାଇ ଦେଖିଲା ବେଳକୁ ଗୋଟିଏ ପିଲା ତା ଭିତରେ ପଡ଼ି ଯାଇଥିଲା ଏବଂ ସେ ତାକୁ କୂଳ ଭିତରୁ ବାହାର କରିବା ପାଇଁ ଚିତ୍କାର କରୁଥିଲା ।ତେବେ ସାଦିପୁର ବଡ଼ି ଦୁର୍ଗା ଅଞ୍ଚଳରେ ରହୁଥିବା ସୋନୁ କୁମାର ଚୌରସିଆ ତାଙ୍କର 13 ବର୍ଷ ର ପୁଅ ଅଭିଷେକ କୁମାର ସହିତ ପ୍ରତି ଦିନ ସକାଳେ ବୁଲିବାକୁ ବା ମର୍ଣ୍ଣିଂୱାକ୍ କରିବା ପାଇଁ କଲେଜ କ୍ୟାମ୍ପସ କୁ ଯାଆନ୍ତି । ସବୁଦିନ ଭଳି ସେଦିନ ମଧ୍ୟ ଦୁଇଜଣ ସକାଳ 5.30 ମିନଟରେ ବୁଲିବାକୁ ଗଲେ

ତେବେ ବାପା କଲେଜ କ୍ୟାମ୍ପସ ରେ ବୁଲୁଥିଲେ ଏବଂ ପୁଅ, ଅଭିଷେକ କଲେଜ କ୍ୟାମ୍ପସ ରୁ ଫୁଲ ତୋଳୁ ଥିଲା । ଅଭିଷେକ ଗଛ ଡାଳ ଉପରେ ଚଢ଼ି କରି ଫୁଲ ତୋଲୁଥିଲା । କିନ୍ତୁ ସେହି ସମୟରେ ଗଛର ଡାଳଟି ଭାଙ୍ଗିଗଲା ଏବଂ ସେ 40 ଫୁଟ୍ ଗଭୀର କୂଅକୁ ଗଳି ପଡ଼ିଲେ । ଅଭିଷେକର ଚିତ୍କାର ଶୁଣି ଆଖପାଖର ଲୋକମାନେ କୂଅ ନିକଟକୁ ଗଲେ ।


କୂଅରେ ପଡ଼ିଯାଇଥିବା ଅଭିଷେକ ତା ବାପାକୁ ଡାକୁଥିଲା । ଏହାପରେ ଲୋକମାନେ ଘଟଣା ସମ୍ବନ୍ଧରେ ପୋଲିସକୁ ଖବର ଦେଲେ ଏବଂ ଘଟଣା ସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚିଲେ । ଉଦ୍ଧାରକାରୀ ଟିମ୍ ଯେତେବେଳେ ରଶି ସାହାଯ୍ୟରେ କୂଅ ଭିତରକୁ ପ୍ରବେଶ କରିଲେ ସେଠାରେ ଅକ୍ସିଜେନର ବହୁତ ଅଭାବ ଥିଲା ।

ଏହାପରେ ମଧ୍ୟ ସେମାନେ ରସି ସାହାଯ୍ୟରେ ଅଭିଷେକକୁ ବାନ୍ଧି ଉପରକୁ ଉଠାଇଥିଲେ । ଉଦ୍ଧାରକାରୀ ଟିମର ସଦସ୍ୟ ରାଜା ସାହାଣୀ ଓ ଜିତେନ୍ଦ୍ର ସାହାଣୀ କହିଛନ୍ତି ଯେ, 40 ଫୁଟ ଗଭୀର କୂଅ ଶୁଖିଲା ଥିଲା । ଯେତେବେଳେ କୂଅ ଭିତରେ ପଶିଲେ ସେଠାରେ ଅକ୍ସିଜେନର ଅଭାବ ଥିଲା ଏବଂ ଆମ ପାଖରେ ଅକ୍ସିଜେନ ମଧ୍ୟ ନ ଥିଲା , ସେଥିପାଇଁ ପିଲାକୁ କାଢ଼ିବାକୁ ବିଳମ୍ବ ହେଲା ।


ପରିବାର ବର୍ଗ ଯେତେବେଳେ ଆଘାତ ଅବସ୍ଥାରେ ଅଭିଷେକକୁ ଡାକ୍ତରଖାନାରେ ଆପତ କାଳୀନ ୱାଡରେ ଭର୍ତ୍ତି କରାଇଲେ ସେଠାରେ ଚିକିତ୍ସା ବ୍ୟବସ୍ଥା ମଧ୍ୟ ଠିକ୍ ନଥିଲା । ଏହାପରେ ପରିବାର ବର୍ଗ ପ୍ରଶାସନ ପାଖରେ ଅଭିଯୋଗ କଲେ ଏବଂ ଡିୟୁଟିରେ ଥିବା ଡାକ୍ତର ସାଙ୍ଗେସାଙ୍ଗ ପିଲାର ଚିକିତ୍ସା ଆରମ୍ଭ କରିଥିଲେ । ପୁଣି ପିଲାକୁ ଆଇସିୟୁରେ ଭର୍ତ୍ତି କରାଗଲା । ତେବେ ଡକ୍ଟର ରୋଷନ୍ କୁମାର କହିଲେ ପିଲାର ଶରୀର ଓ ମୁଣ୍ଡରେ ଆଘାତ ବାଜିଛି ଏବଂ 40ଫୁଟ ଗଭିର କୂଅରେ ପଡ଼ିବାରୁ ଅଧଘଣ୍ଟା ରହିବା କାରଣରୁ ପିଲାଟି ଡରି ଯାଇଥିଲା ।post inspire from—-lokmat.com

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment