Odisha News Portal

ମୋବାଇଲ ରୁ ବନାନ୍ତୁ ଭୋଟର ଆଇ କାର୍ଡ ! 30 ଟଙ୍କାରେ ତିଆରି କରନ୍ତୁ କଲରଫୁଲ୍ ଭୋଟର କାର୍ଡ , ଜାଣନ୍ତୁ କେମିତି

ମୋବାଇଲ ରୁ ବନାନ୍ତୁ ଭୋଟର ଆଇ କାର୍ଡ । 30 ଟଙ୍କାରେ ତିଆରି କରନ୍ତୁ କଲରଫୁଲ୍ କାର୍ଡ । ଯଦି ଆପଣ କଲର୍ ଭୋଟର ଆଇ କାର୍ଡ ତିଆରି କରିବାକୁ ଚାହୁଁଛନ୍ତି ତେବେ ଆପଣ ଅତି ସହଜରେ ଏହାକୁ ତିଆରି କରି ପାରିବେ । ତେବେ ଏଥିପାଇଁ ଆପଣଙ୍କୁ ନାଁ ବେଶୀ ଖର୍ଚ୍ଚ କରିବାକୁ ପଡିବ ନାଁ ହିଁ କୌଣସି ଅଫିସ୍ ର ଚକର୍ କାଟିବାକୁ ହେବ । ବରଂ ଏହି କାମକୁ ଆପଣ ଆପଣଙ୍କ ଘରେ ବସି ଅତି ସହଜରେ ନିଜ ମୋବାଇଲ୍ ଫୋନ୍ ରୁ ପ୍ରସ୍ତୁତ କରି ପାରିବେ ।

ତେବେ ନିର୍ବାଚନ ଆୟୋଗ ତରଫରୁ ଜାରି ହୋଇଥିବା ଏହି କଲର୍ ଫୁଲ୍ ଏବଂ ପ୍ଲାଷ୍ଟିକ ଭୋଟର ଆଇ କାର୍ଡର ସାଇଜ୍ ଯେତେ ଛୋଟିଆ ଏହାର ପ୍ରିଣ୍ଟିଂ କ୍ବାଲିଟି ମଧ୍ୟ ସେତିକି ବଢିଆ । ସବୁ ଠାରୁ ବଡ କଥା ହେଉଛି ଏହି କାର୍ଡଟି କୁ ବନେଇବା ପାଇଁ ଆପଣଙ୍କ ପକେଟ୍ ରୁ ମାତ୍ର 30 ଟଙ୍କା ଖର୍ଚ୍ଚ ହେବ । ତେବେ ରଙ୍ଗିନ ଆଇ କାର୍ଡ ପାଇବା ପାଇଁ ଆପଣ ଙ୍କୁ ପ୍ରଥମେ ନିର୍ବାଚନ ଆୟୋଗର ଅଧିକାରୀଙ୍କ ୱେବସାଇଟ୍ www.nbsv.in କୁ ଯିବାକୁ ପଡିବ ।


ଏଥିପାଇଁ ଆବଶ୍ୟକ ପଡୁ ଥିବା ବୟସ ପ୍ରମାଣ ପତ୍ର ବାବଦକୁ ଆପଣଙ୍କ ଜନ୍ମ ପ୍ରମାଣ ପତ୍ର, ହାଇସ୍କୁଲ ସାର୍ଟିଫିକେଟ୍ , ପାର୍ସପୋର୍ଟ, ପାନ କାର୍ଡ, ଡ୍ରାଇଭିଂ ଲାଇସେନସ୍, କିମ୍ବା ଆଧାର କାର୍ଡର କପି କୁ ଅପଲୋଡ କରି ପାରିବେ । ଏହା ବ୍ୟତୀତ ଆଡ୍ରେସ୍ ପ୍ରୁଫ ଭାବରେ ଆପଣ ପାର୍ସପୋର୍ଟ, ଡିଏଲ୍, ବ୍ୟାଙ୍କ ପାସବୁକ୍ , ପୋଷ୍ଟ ଅଫିସ୍ ପାସବୁକ୍, ରାସନ କାର୍ଡ, ବିଜୁଳି ବିଲ ଏବଂ ପାଣି ବିଲ୍ ଆଦି ବ୍ୟବହାର ମଧ୍ୟ କରି ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ ଆପଣ କେମିତି କରିବେ ଆବେଦନ ।


ନିଜ ରାଜ୍ୟର ନିର୍ବାଚନ ଆୟୋଗ ର ୱେବସାଇଟ୍ www.ceodelhi.gov.in କୁ ଯାଆନ୍ତୁ । ଏହାପରେ ରେଜିଷ୍ଟ୍ରେସନ୍ କଲର୍ ପିଭିସି ଭୋଟର ଆଇଡି ଉପରେ କ୍ଲିକ କରନ୍ତୁ । ଏଠାରେ ମଗା ଯାଇଥିବା ତଥ୍ୟ ଭରି ତାକୁ ସବମିଟ୍ କରି ଦିଅନ୍ତୁ । ଡିଟେଲ୍ ଭେରିଫାଇ ହେବା ପରେ ଆପଣଙ୍କ ରେଜିଷ୍ଟର୍ଡ ନମ୍ବରରେ ଏକ ଭେରଫିକେଶନ୍ କୋର୍ଡ ଆସିବ । ଏହା ପରେ ଆପଣଙ୍କ ନୂଆ ଭୋଟର ଆଇ ଡି ଆପଣ ଙ୍କୁ ମେଲ୍ ଜରିଆରେ ଘରକୁ ପଠାଇ ଦିଆଯିବ । ଆଉ ଏଥିପାଇଁ ଆପଣଙ୍କୁ 45 ରୁ 60 ଦିନ ସମୟ ଲାଗି ପାରେ ।


ତେବେ ଏହି ପୂରା ପ୍ରକ୍ରିୟା ଶେଷ ହେବା ପରେ ନିର୍ବାଚନ ଆୟୋଗ ତରଫରୁ ଆପଣଙ୍କ ଅଞ୍ଚଳରୁ ବିଏଲଓ ତଥା ବୁଥ୍ ଲେବୋଲ୍ ଅଫିସର୍ ଘରକୁ ଆସି ଡକୋମେଣ୍ଟ ଭେରିଫିକେଶନ୍ କରିବେ । ଏହା ପରେ ବିଏଲଓ ରିପୋର୍ଟ କରିବା ପରେ ମାସକ ଭିତରେ ଆପଣଙ୍କର ରଙ୍ଗନ୍ ପ୍ଲାଷ୍ଟିକ ଭୋଟର ଆଇକାର୍ଡ ଆପଣଙ୍କ ଘରକୁ ପହଞ୍ଚିଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।