Odisha News Portal

2020 ମସିହା ଶେଷ ଚନ୍ଦ୍ରଗ୍ରହଣ କାର୍ତ୍ତିକ ପୂର୍ଣ୍ଣିମାରେ ଲାଗିବାକୁ ଯାଉଛି, ଜାଣନ୍ତୁ ଚନ୍ଦ୍ର ଗ୍ରହଣର ସଠିକ୍ ସମୟ କଣ ରହିବ ଏବଂ କେଉଁ ରାଶି ପାଇଁ ଶୁଭ ଅଶୁଭ ରହିବ ଜାଣନ୍ତୁ…..

0 4

ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଚି । 2020 ମସିହା ଶେଷ ଚନ୍ଦ୍ରଗ୍ରହଣ କାର୍ତ୍ତିକ ପୂର୍ଣ୍ଣିମାରେ ଲାଗିବାକୁ ଯାଉଛି । ତେବେ ଏହି ଚନ୍ଦ୍ରଗ୍ରହଣରେ ଏହି ଗୋଟିଏ ରାଶି ଉପରେ ବଡ ଭୟଙ୍କର ପ୍ରଭାବ ପଡିବାକୁ ଯାଉଛି । ତେବେ ଚାଲନ୍ତୁ ଜାଣିବା କଣ ସେହି ଗୋଟିଏ ରାଶି । ବୃଷ ରାଶିରେ ବର୍ଷର ଅନ୍ତିମ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ରମା ଏବଂ ସୂର୍ଯ୍ୟ ଉପରେ ଗ୍ରହଣ ଲାଗିବା ଶୁଭ ନୁହେଁ । ଏପରି ମାନ୍ୟତା ରହିଛି କି ଗ୍ରହଣ ସମୟରେ ଏହି ଦୁଇ ଗ୍ରହ ପିଡିତ ହୋଇଯାଇଥାନ୍ତି ଏବଂ ନିଜର ଶୁଭ ଫଳ ପ୍ରଦାନ କରିପାରନ୍ତି ନାହିଁ । ଆପଣ ଏହି ଠାରେ ଜାଣି ରଖନ୍ତୁ ଯେ ବୃଷ ରାଶି ଏବଂ ରୋହିଣୀ ନକ୍ଷତ୍ରରେ ଏଥରର ଚନ୍ଦ୍ରଗ୍ରହଣ ଲାଗିବା ପାଇଂ ଯାଉଛି ।

ଏହି ଚନ୍ଦ୍ର ଗ୍ରହଣ ଚଳିତ ମାସ ନଭେମ୍ବର 30 ତାରିଖ 2020 ଦୁଇ ପ୍ରହର 1.04 ମିନିଟରୁ ଆରମ୍ଭ ହେବେ ଏବଂ ସଂନ୍ଧ୍ୟା 5.22 ମିନିଟ ପର୍ଯ୍ୟନ୍ତ ରହିବ ଏବଂ ଏହି ଗ୍ରହଣର ମଧ୍ୟ କାଳ ବା ସର୍ବାଧିକ ଗ୍ରାସ ସମୟ ହେଉଛି 3.13 ମିନଟ ରହୁଛି । ତେବେ ଆପଣ ମାନେ ଏହି ଠାରେ ଜାଣି ରଖନ୍ତୁ ଯେ ବୃଷ ରାଶିରେ ଲାଗିବାକୁ ଥିବା ଚନ୍ଦ୍ର ଗ୍ରହଣ ଉପଛାୟ ଅଟେ । ଏଭଳି ମାନ୍ୟତା ରହିଛି କି ଉପଛାୟା ଚନ୍ଦ୍ରଗ୍ରହଣରେ ସୂତ କାଳ ମାନ୍ୟ ହୁଏ ନାହିଁ ।


ବର୍ଷର ଅନ୍ତିମ ଚନ୍ଦ୍ରଗ୍ରହଣର କୂଳ ଅବଧି 4 ଘଣ୍ଟା21 ମିନିଟ ପର୍ଯ୍ୟନ୍ତ ରହିବ ।ଏହି ଗ୍ରହଣ ଭାରତ ସମେତ ଆମେରିକା , ପ୍ରଶାନ୍ତ ମାହାସାଗର, ଏସିଆ ଏବଂ ଅଷ୍ଟ୍ରେଲିଆରେ ଦେଖାଯିବ । ତେବେ ଏହି ସମୟରେ କିଛି କାର୍ଯ୍ୟକୁ ବର୍ଜ୍ୟ ମାନାଯାଇଛି । ଏହା ଉପଛାୟା ଗ୍ରହଣ ହୋଇଥିବାରୁ ଏହା ଅଧି୍କ ପ୍ରଭାବଶାଳୀ ନୁହେଁ କିନ୍ତୁ ଗର୍ଭବତୀ ମହିଳା ମାନଙ୍କ ପାଇଁ ଏହି ଗ୍ରହଣ ସମୟରେ ଭୋଜନ କରିବା , ଘରୁ ବାହାରକୁ ବାହାରିବା ଆବଶ୍ୟକ ନୁହେଁ । ତେବେ ଚାଲନ୍ତୁ ଜାଣିବା କଣ ସେହି 1 ରାଶି ଯାହା ଉପରେ ଏହାର ପ୍ରଭାବ ଅଧିକ ରହିବ ।


ଚନ୍ଦ୍ରଗ୍ରହଣ ବୃଷ ରାଶି ଉପରେ ପଡିବ । ଏଥିପାଇଁ ଏହି ରାଶିର ଜାତକଙ୍କୁ ବିଶେଷ ସାବଧାନତା ଅବଲମ୍ବନ କରିବା ନିହାତି ଆବଶ୍ୟକ । ବୃଷ ରାଶିରେ ଗ୍ରହଣ ଲାଗିବା କାରଣରୁ ବୃଷ ରାଶିର ଲୋକଙ୍କୁ ଧନ ସମ୍ଭନ୍ଧିତ ସମସ୍ୟା ସୃଷ୍ଟି ହୋଇପାରେ । କୌଣସି ରୋଗରେ ପିଡିତ ହୋଇ ପାରନ୍ତି । ଗ୍ରହଣର ଅଶୁଭ ପ୍ରଭାବରୁ ବର୍ତ୍ତିବା ପାଇଁ ଭଗବାନ ବିଷ୍ଣୁଙ୍କର ପୂଜାର୍ଚନା କରିବା ନିହାତି ଆବଶ୍ୟକ ଏବଂ ଏକ ହଳଦୀଆ ବସ୍ତ୍ର ଦାନ କରିବା ଆବଶ୍ୟକ । ଏଭଳି କରିବା ଦ୍ବାରା ଗ୍ରହଣର ଖରାପ ପ୍ରଭାବ ଦୃର ହୋଇଥାଏ । ଏହି ସମୟରେ ଧର୍ଯ ରଖିବା ସହିତ ଧର୍ମକର୍ମରେ ମନ ଲଗାନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।