23 ଜାନୁଆରୀ ଶନିବାର ସାମ୍ବ ଦଶମୀ ପାଳନ କରନ୍ତୁ ଏହି ତିନୋଟି ନିୟମ ସମସ୍ତ ମନବାଞ୍ଛା ପୂରଣ ହେବ….

ଆଜି ଆମେ ଆପଣ ମାନଙ୍କୁ ଏମିତି 3 ଟି କାମ ବିଷୟରେ କହିବାକୁ ଯାଉଛି ଯାହାକୁ କେବେବି ପବିତ୍ର ଶାମ୍ବ ଦଶମୀ ଦିନ କରିବା ଉଚିତ ଦ୍ୱାରା ଜୀବନର ସମସ୍ତ ମନସ୍କାମନା ପୂରଣ ହେବ । ଶାମ୍ବ ଦଶମୀ ପୌଷ ମାସ ଶୁକ୍ଳତିଥିରେ ପଡିଥାଏ , ଏହି ଶାମ୍ବ ଦଶମୀ ସୂର୍ଯ୍ୟଦେବଙ୍କର ପର୍ବ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଏପରି ତିନିଟି କାମ ବିଷୟରେ କହିବୁ ୟାହାକୁ ପବିତ୍ର ଶାମ୍ବ ଦଶମୀ ଦିନ କରିବା ଦ୍ୱାରା ଆପଣଙ୍କର ସମସ୍ତ ଇଚ୍ଛା ଏବଂ ମନସ୍କାମନା ନିଶ୍ଚିତ ରୂପରେ ପୂରଣ ହେବ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

1–ସକାଳ ପୂଜା

ଏହି ପବିତ୍ର ଶାମ୍ବଦଶମୀ ଦିନ ପ୍ରତ୍ୟେକ ଘରର ସକାଳୁ ମା ମାନେ ଉଠିକରି ଗାଧେଇସାରି ସୂର୍ଯ୍ୟଦେବଙ୍କର ପୂଜା କରିଥାନ୍ତି । ଏହି ସମୟରେ ବହୁତ ପରିମାଣରେ ପନିପରିବା ମିଳିଥାଏ । ଏହି ସମୟରେ ପନିପରିବାର ବହୁତ ଆବଶ୍ୟକତା ରହିଥାଏ । ପ୍ରାୟତଃ ଘରେ ଏହି ପୂଜା ଦିପ୍ରହରର ହୋଇଥାଏ । ମାତ୍ର କିଛି ସମୟରେ ଏହି ପୂଜା କେବଳ ସକାଳ ପ୍ରହରରେ ହୋଇଥାଏ । ଏହି ପୂଜା ମା ମାନେ ନିଜ ସନ୍ତାନର ମଙ୍ଗଳ କାମନା ପାଇଁ କରିଥାନ୍ତି ।

ସକାଳ ସମୟରେ ଯେତେବେଳେ ପୂଜା ହୋଇଥାଏ ସେତେବେଳେ ମା ମାନେ ସକାଳୁ ଗାଧେଇ ସାରି ଯେଉଁ ସ୍ଥନରେ ପୂଜା ହେବ ସେହି ସ୍ଥାନକୁ ଭଲ ଭାବରେ ଧୋଇ ସେଠାରେ ଝୋଟି ବା ଚିତା ପକାନ୍ତୁ । ଏହାପରେ ସେଠାରେ କଳସ ସ୍ଥାପନା କରିବେ ଏବଂ ଯେଉଁଠାରେ ଚିତା ପକାଇଛନ୍ତି ସେଠରେ ଛୋଟ ଛୋଟ କଦଳୀ ପତ୍ର ରଖିବେ ।

ଏହାପରେ ସେଠାରେ କଦଳୀ ପତ୍ରରେ ସକାଳର ଭୋଗ ଲଗାଇବେ । ଏହି ଭୋଗକୁ ସାତଟି ବାଇଗଣ ପତ୍ରରେ ଅଲଗା ଅଲଗା କରି ରଖନ୍ତୁ । ପ୍ରଥମେ କଳସ ଏବଂ ସୂର୍ଯ୍ୟ ଦେବଙ୍କୁ ପୂଜା କରନ୍ତୁ ଏବଂ ନିଜର ସନ୍ତାନ ମାନଙ୍କ ନାମରେ ଭୋଗ ଲଗାନ୍ତୁ । ଏହା ପରେ ସେହି ଭୋଗର ପାଣି ଛଡାନ୍ତୁ ଏବଂ ଶେଷରେ ଭୋଗକୁ ଘରର ଲୋକମାନଙ୍କୁ ଖାଇବାକୁ ଦିଅନ୍ତୁ । ଏହିପରି ଭାବରେ ସକାଳର ପୂଜା ସଂପନ୍ନ କରନ୍ତୁ ।

2–ମଧ୍ୟାହ୍ନ ପୂଜା

ଏହି ପୂଜା ନିମନ୍ତେ ଆପଣ ମାନେ ଅନ୍ୟ ଏକ ସ୍ଥାନରେ ଚିତା ପକାନ୍ତୁ । ଏହାପରେ ସେଠାରେ କଦଳୀ ପତ୍ର ଲଗାନ୍ତୁ । ଏହାପରେ ସେଠାରେ ବାଇଗଣ ପତ୍ର ପକାନ୍ତୁ । ପରେ ବିଭିନ୍ନ ପ୍ରକାର ପିଠା ତିଆରି କରି ଭୋଗ ଲଗାନ୍ତୁ । ଏହାପରେ ଧୂପ ଲଗାନ୍ତୁ ଏବଂ ସେହି ସ୍ଥାନରେ ପାଣି ଛଡାଇ ଦିଅନ୍ତୁ । ଏହିପରି ଭାବରେ ମଧ୍ୟାହ୍ନ ପୂଜାକୁ ସଂପନ୍ନ କରନ୍ତୁ ।

3–ସନ୍ଧ୍ୟା ପୂଜା

ସନ୍ଧ୍ୟା ସମୟରେ ସୂର୍ଯ୍ୟଙ୍କର ଅସ୍ତକୁ ଅନାଇ ପୂଜା କରାଯାଇଥାଏ । ଏହି ସମୟରେ ମଧ୍ୟ ଆପଣ ମାନେ ଚିତା ପକାଇ ସେଠାରେ କଦଳୀ ପତ୍ର ରଖନ୍ତୁ ଏବଂ ସେଠାରେ ବାଇଗଣ ପତ୍ର ରଖନ୍ତୁ । ଏହା ପରେ ଘରେ ହୋଇଥିବା ବିଭିନ୍ନ ପ୍ରକାର ମିଠା ଏବଂ ପିଠା ଭୋଗ ଲଗାନ୍ତୁ । ଆପଣ ମାନେ ଭୋଗ ଲଗାଇ କେବଳ ମଝି ପତ୍ରକୁ ଛାଡି ଅନ୍ୟ ପତ୍ରର ଭୋଗକୁ ବାଣ୍ଟି ଦିଅନ୍ତୁ । ଏହିପରି ଭାବରେ ସନ୍ଧ୍ୟା ପୂଜା ସଂପନ୍ନ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment