Odisha News Portal

ଜଣେ ଅଟୋ ରିକ୍ସା ଚାଳକ ଙ୍କର ପୁଅ ହେଲେ IAS, 21 ବର୍ଷରେ ଦେଶର ସବୁଠୁ ଯୁବ ଜିଲ୍ଲାପାଳ ହୋଇ ରଚିଲେ ନୁଆ ଇତିହାସ…

କୁହାଯାଏ ଯଦି ଜଣେ ସତ୍ ହୃଦୟରେ କୌଣସି ବି କାମ କରିବାକୁ ସ୍ଥିର କରିଥାଏ ତେବେ ତାହା କେବି ବି ଅସଫଳ ହୋଇ ନଥାଏ । ଆଉ ଯଦି ଜଣେ ତାର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ସ୍ଥିର କରିଥାଏ ତେବେ ମଧ୍ୟ ତାକୁ କେହି ବି ଅଟକାଇ ପାରିବ ନାହିଁ । କଠିନ ପରିଶ୍ରମ ଏବଂ ଅଧ୍ୟବସାୟ ବଳରେ ହିଁ ଜଣେ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରି ଥାଏ ଏବଂ ସଫଳତା ହାସଲ କରିଥାଏ । ଏହି ଉକ୍ତିଟିକୁ ଅନେକାଂଶରେ ପ୍ରମାଣ କରି ଦେଖାଇଛନ୍ତି ବହୁତ ଲୋକେ । ନିଜର ଦୃଢ଼ ଇଚ୍ଛାଶକ୍ତି ସେମାନଙ୍କୁ ସେମାନଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବାରେ ସାହାଯ୍ୟ କରିଛି । ଏହାର ଅନେକ ଉଦାହରଣ ଆମେ ଦେଖିଥିବା ବେଳେ ପୁଣି ଏହାର ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ରିକ୍ସା ଚଳାଉଥିବା ବ୍ୟକ୍ତିଙ୍କ ପୁଅ ।

ସମୟ, ପରିସ୍ଥିତି ଏବଂ ଅର୍ଥନୈତିକ ସଙ୍କଟ ଯେତେ ଆମ ସାମ୍ନାରେ ପ୍ରତିବନ୍ଧକର ପାହାଡ ଭଳି ଦଣ୍ଡାୟ ମାନେ ହେଲେ ମଧ୍ୟ ଯଦି ଆମ ପାଖରେ ଆମର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଦୃଢମନୋବଳ ଏବଂ ଆତ୍ମ ବିଶ୍ବାସ ଥିବ ତେବେ ଆମେ ନିଶ୍ଚିତ ସଫଳତାର ଶୀର୍ଷରେ ପହଞ୍ଚି ପାରିବା ଏଥିରେ ତିଳେ ହେଲେ ସନ୍ଦେହ ନାହିଁ । ତେବେ ଆମେ ଆପଣଙ୍କୁ କହୁଛୁ ଜଣେ ରିକ୍ସା ଚଳାଇ ନିଜ ପୁଅକୁ IAS କରାଇ ପାରିଥିବା ଏବଂ ମାତ୍ର 21 ବର୍ଷ ବୟସରେ IAS ପାଇ ଏକ ନୂତନ ଇତିହାସ ସୃଷ୍ଟି କରୁଥିବା ଅଂଶାର ଶେଖଙ୍କ କଥା ।

ମରାଠବାଡାରେ ଶୋଲଗ୍ରାମରେ ଜନ୍ମ ହେଇଥିବା ଅଂଶାର ଶେଖ ଦେଶରେ ଆଜି ଜଣେ ବହୁତ୍ କମ ବୟସର ଯୁବ IAS ଅଫିସର ଅଟନ୍ତି । ଯାହା କୌଣସି ଗର୍ବ ଠାରୁ କମ୍ ନୁହଁ ଏବଂ ତାଙ୍କ ବାପା ହେଉଛନ୍ତି ଜଣେ ଅଟୋ ଚାଳକ। । ପ୍ରତିକୂଳ ପରିବେଶରେ ମଧ୍ୟ ସେ ନିଜର ଦୃଢ଼ ଅଧ୍ୟବସାୟ ଏବଂ ଆତ୍ମବିଶ୍ବାସ ପାଇଁ ଆଜି ଏହି ସଫଳତାକୁ ହାସଲ କରିପାରିଛନ୍ତି ।

ଆର୍ଥିକ ସମସ୍ୟା କାରଣରୁ ବାପା ପୁଅକୁ ପଢିବାକୁ ମଧ୍ୟ ମନା କରିଥିଲେ । ଚତୁର୍ଥ ଶ୍ରେଣୀ ପଢୁଥିବା ବେଳେ ସମ୍ପର୍କୀୟ ମାନେ ତାଙ୍କ ବାପାଙ୍କୁ କହିଥିଲେ ପୁଅକୁ ଆଉ ପାଠ ନପଢ଼ାଇବା ପାଇଁ । କିନ୍ତୁ ବାପା ସ୍କୁଲ୍ ଯାଇ ପୁଅର ଦକ୍ଷତା ବିଷୟରେ ଜାଣିବା ପରେ ପୁଅକୁ ପାଠ ପଢ଼ାଉଥିଲେ ।


ଆଉ ଆଜି ସମସ୍ତ ପ୍ରତିକୂଳ ପରିସ୍ଥିତି କୁ ସାମ୍ନା କରି ଅଂଶାର ତାଙ୍କ ପରିବାର ଏବଂ ଗାଆଁ ପାଇଁ ଗର୍ବ ଆଣି ଦେଇଛନ୍ତି। ମାତ୍ର 21 ବର୍ଷ ବୟସରେ ଏତେ ବଡ଼ ପଦବୀରେ ନିଜକୁ ସେ ରଖି ପାରିଛନ୍ତି। ତାଙ୍କ କଠିନ ପ୍ରୟାସ ଆଗରେ ହାର ମାନିଚି ଆର୍ଥିକ ମାନ୍ଦାବସ୍ଥା ଓ ପ୍ରତିବନ୍ଧକ। ଯାହାକୁ ସେ ଏହି ବୟସରେ ପ୍ରମାଣ କରି ଦେଖାଇଛନ୍ତି । ଯାହା ଆଗାମୀ ପିଢି ପାଇଁ ନିଶ୍ଚିତ ଭବାରେ ଏକ ଉଦାହରଣ ସୃଷ୍ଟି କରିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।