Odisha News Portal

Breaking News– 21 ବର୍ଷ ପୂର୍ବରୁ ଧୂମପାନ ମନା, ନିୟମ ଭାଙ୍ଗିବ ତ 7 ବର୍ଷ ଜେଲ ଯିବ ଏବଂ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୋଟା ଅଙ୍କର ଜୋରିମନା ! ସେୟାର କରି ନିଜ ପିଲାମାନଙ୍କୁ ସତର୍କ କରାନ୍ତୁ…..

ବର୍ତ୍ତମାନର ସବୁଠୁ ବହୁତ ବଡ ଖବର । ଧୂମପାନ କରିବାର ବୟସ ନିର୍ଦ୍ଧାରଣ କରିବେ ସରକାର । ପୂର୍ବରୁ ଧୂମପାନ ଅନୁମତି ଥିବା ବୟସକୁ ବଢାଇବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । 21 ବର୍ଷ ହୋଇନଥିଲେ ଧୂମପାନ ମନା । ଆଉ ନିୟମ ଉଲଙ୍ଘନ କଲେ 7 ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୋଟାଅଙ୍କର ଜୋରିମନା । କାରଣ ଧୂମପାନ ବିରୋଧରେ କଡା ଆଇନ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏଣିକି ଖୋଲାରେ ସିଗାରେଟ୍ ବିକ୍ରି ବନ୍ଦ ହେବ । ବିମାନବନ୍ଦର କିମ୍ବା ରେଷ୍ଟୁରାଣ୍ ଗୁଡିକରେ ସ୍ମୋକିଂ ହଲ ହଟିବ ।

ସର୍ବସାଧାରଣ ସ୍ଥାନରେ ନିୟମ ଭାଙ୍ଗିଲେ ମୋଟା ଅଙ୍କର ଜୋରିମାନା ଗଣିବାକୁବି ପଡିବ । ସରକାରଙ୍କ ନୂଆ ଚିଠା ନୀତିରେ ଏଭଳି ଅନେକ ପ୍ରସ୍ତାବ ଅଣାଯାଇଛି ।

ବର୍ତ୍ତମାନ ସମୟରେ ଧୂମପାନ ପାଇଁ ସର୍ବନିମ୍ନ ବୟସ 18 ବର୍ଷ ରହିଛି । ଧାରା-6 ଅନ୍ତର୍ଗତ ପ୍ରମୁଖ ସଂଶୋଧନ ଅନୁସାରେ ଏହାକୁ 21କୁ ବଢାଯିବ । 3 ବର୍ଷ ଧରି ମାରାଥନ ବିଚାର ବିମର୍ଶ ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଉତ୍ପାଦ ସଂଶୋଧିତ ବିଲ-2020ର ଚିଠାନୀତି ପ୍ରସ୍ତୁତ କରିଥିବା ନେଇ ସୂଚନା ମିଳିଛି।

ଆସୁଛି ନୂଆ ଧୂମପାନ ଆଇନ
ଖୋଲାରେ ମିଳିବ ନାହିଁ ସିଗାରେଟ୍

21 ବର୍ଷ ହୋଇନଥିଲେ କିଣିପାରିବେ ନାହିଁ ତମାଖୁ
ସର୍ବସାଧାରଣ ସ୍ଥାନରେ ଧୂମପାନ କଲେ 2 ହଜାର ଜୋରିମାନା

21 ବର୍ଷରୁ କମ ବୟସ୍କଙ୍କୁ କୌଣସି ବ୍ୟକ୍ତି ବି ସିଗାରେଟ୍ ତଥା ଅନ୍ୟାନ୍ୟ ତମାଖୁ ଉତ୍ପାଦ ବିକ୍ରି କରିପାରିବେ ନାହିଁ କି ବିକ୍ରି ପାଇଁ ଦେଇପାରିବେ ନାହିଁ ଏବଂ ବିକ୍ରି ଅନୁମତି ବି ଦେବେ ନାହିଁ। ସମ୍ପ୍ରତି ସର୍ବସାଧାରଣ ସ୍ଥାନରେ ଧୂମପାନ ପାଇଁ 200 ଟଙ୍କା ଜୋରିମାନା ରହିଥିବା ବେଳେ ଏହାକୁ 2000 ଟଙ୍କାକୁ ବୃଦ୍ଧି କରିବା ପାଇଁ ବି ପ୍ରସ୍ତାବ ରହିଛି।

21 ବର୍ଷରୁ କମ ବୟସ୍କଙ୍କୁ ତମାଖୁ ଉତ୍ପାଦ ବିକ୍ରି କଲେ ଜେଲଦଣ୍ଡକୁ 2-7 ବର୍ଷକୁ ବଢାଇବାର ପ୍ରସ୍ତାବ ରହିଛି । ଏଥିପାଇଁ ଜୋରିମାନା ରାଶି ବର୍ତ୍ତମାନ 1000 ଟଙ୍କା ଥିବା ବେଳେ ଆଗାମୀ ଦିନରେ ଏହାକୁ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢାଇବା ପାଇଁ ଚିଠାନୀତିରେ ଉଲ୍ଲେଖ ରହିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି , ଖୋଲା ବା ଲୁଜରେ ସିଗାରେଟ୍ ବିକ୍ରି ହେଉଥିବା କାରଣରୁ ଲୋକେ ବିଶେଷ କରି ଛାତ୍ରଛାତ୍ରୀମାନେ ସହଜରେ ଏହାକୁ କିଣିପାରୁଛନ୍ତି । ଖୋଲା ସିଗାରେଟ୍ ଉପରେ କଟକଣା ଲାଗିଲେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ ।

ଏପରି କରାଗଲେ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଧୂମପାନ ଅଭ୍ୟାସକୁ କମାଯାଇପାରିବ । ଧାରା-7ରେ ଏକ ପ୍ରସ୍ତାବ ଅଣାଯାଇଛି ଯେ, ସିଗାରେଟ୍ ତଥା ଅନ୍ୟାନ୍ୟ ତମାଖୁ ଉତ୍ପାଦର କାରବାର ବନ୍ଦ ପ୍ୟାକେଟରେ ହିଁ ହେବ ।

ପ୍ରସ୍ତାବ ଚିଠାନୀତିରେ ଉଲ୍ଲେଖ କରାଯାଇଛି , ବିମାନ ବନ୍ଦର, ରେଷ୍ଟୁରାଣ୍ଟ ଓ ହୋଟେଲଗୁଡିକରୁ ଧୂମପାନ କକ୍ଷ ହଟାଯିବ । 2003ର ନିୟମରେ ସର୍ବସାଧାରଣ ସ୍ଥାନରେ ଧୂମପାନକୁ ବ୍ୟାନ କରାଯାଇଥିଲା କିନ୍ତୁ ନିର୍ଦ୍ଦିଷ୍ଟ ଧୂମପାନ କକ୍ଷରେ ଅନୁମତି ଥିଲା ।

30 କକ୍ଷ ବିଶିଷ୍ଟ ହୋଟେଲ କିମ୍ବା 30ରୁ ଅଧିକ ଲୋକଙ୍କ ବସିବା ପାଇଁ ସୁବିଧା ଥିବା ରେଷ୍ଟୁରାଣ୍ଟ ଏବଂ ବିମାନବନ୍ଦରରେ ସ୍ମୋକିଂ ଜୋନ ପାଇଁ ଅନୁମତି ରହିଥିଲା । ନୂଆ ଚିଠିନୀତିରେ ଏହି ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି । ଭାରତରେ ସର୍ବସାଧାରଣ ସ୍ଥାନରେ ଧୂମପାନକୁ ସମ୍ପୂର୍ଣ୍ଣ ବ୍ୟାନ କରାଯିବା ଲାଗି ପ୍ରସ୍ତାବ ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।