Odisha News Portal

ଆଇପିଏଲ 2021 ରେ ଆଉ 8 ଟି ଟିମ୍ ଖେଳିବେ ନାହିଁ ବରଂ ଆଉ ଏକ ନୂଆ ଟିମର ହେବ ଆଗମନ, ଜାଣନ୍ତୁ କିଏ ନୂଆ ଟିମ ଆସିବ …

0 8

IPL 2020 ଶେଷ ହୋଇସାରିଛି ଏବଂ ଏଥିରେ ୱିନର୍ ହୋଇଛନ୍ତି ଅଧିନାୟକ ରୋହିତ ଶର୍ମାଙ୍କ ଟିମ୍ ବା ମୁମ୍ବାଇ ଇଣ୍ଡିଆନସ୍ । ତେବେ IPL ର 13 ତମ ସଂସ୍କରଣ ଶେଷ ହୋଇ ସାରିଛି । ମୁମ୍ବାଇ ଇଂଣ୍ଡିଆନସ୍ ନିଜ ପ୍ରତିଦ୍ବନ୍ଦି ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜୟ କରି 5 ଥର IPL ଟ୍ରଫି ନିଜ ନାମରେ କରିଛି । ତେବେ ଏହା ସହିତ ମଧ୍ୟ ବିସିସିଆଇ ଆଗାମୀ ସିଜନର ଆରମ୍ଭ କରି ଦେଇଛି । ମିଡିଆ ରିପୋର୍ଟ ଅନୁଯାୟୀ ବୋର୍ଡ ଆଗାମୀ ସିଜନ ପୂର୍ବରୁ ପୁଣି ଥରେ ନିଲାମୀ ଆୟୋଜନ କରିପାରେ ।

ନିଲାମୀର ଗୋଟିଏ ବଡ ଯୋଜନା କରାଯାଉଛି –

ମିଡିଆ ରିପୋର୍ଟ ଅନୁଯାୟୀ ପୂର୍ବରୁ ବୋଧେ ହୁଏ ବିସିସିଆଇର ପ୍ରାଞ୍ଚାଇଜିଙ୍କ ସହିତ ସମ୍ପର୍କରେ ରହିଛି । ତେବେ ବିସିସିଆଇର ଏକ ସୂତ୍ର ଅନୁସାରେ ଗୋଟିଏ ବଡ଼ ନିଲାମର ଯୋଜନା ପ୍ରସ୍ତୁତ କରା ଯାଉଛି । କାହିଁକି ନାଁ ଆଗାମୀ ସିଜନରେ ଏକ ନୂଆ ଟିମ ଆଗମନ କରିପାରେ । ଯାହା ଫଳରେ IPL ରେ 8 ଟି ଟିମ୍ ବଦଳରେ 9 ଟି ଟିମ୍ ହୋଇ ପାରେ । ତେବେ ମହାମାରୀ କରୋନା ଭାଇରସ ପାଇଁ ହୋଇ ଥିବା କ୍ଷୟ କ୍ଷତି ପରେ ଏପରି ଏକ ପଦକ୍ଷେପ ସନ୍ତୁଳନକୁ ବଜାୟ ରଖିବା ପାଇଁ ଉଠା ଯାଇପାରେ ବୋଲି କୁହାଯାଉଛି ।

ତେବେ ଆହୁରି ମଧ୍ୟ ଏହା ସମ୍ଭାବନା ରହିଛି କି IPL ର 9ମ ପ୍ରାଞ୍ଚାଇଜି ଅହମଦାବାଦ ସହିତ ଯୋଡି ହୋଇପାରେ । କାହିଁକି ନାଁ ବିସିସିଆଇ ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି ଯେ, IPL 2021 ପାଇଁ ଚର୍ଚ୍ଚା ସଠିକ ସମୟରେ ହିଁ ହେବ ।

ମୁମ୍ବାଇ IPL ଇତିହାସରେ 5ମ ଟ୍ରଫି ଜିତିଛି –

ତେବେ ମୁମ୍ବାଇ IPL ଇତିହାସରେ 5 ମ ଟ୍ରଫି ଜିତି ଥିବା ପ୍ରଥମ ଟିମ୍ ହୋଇ ଯାଇଛି । IPL 2020 ର ଫାଇନାଲ ମୁବାବିଲାରେ ରୋହିତ ଶର୍ମାଙ୍କ ଟିମ ମୁମ୍ବାଇ ଇଣ୍ଡିଆନ୍ସ୍ ଦିଲ୍ଲୀକୁ 5ଟି ୱିକେଟରେ ହରାଇ 5 ଥର IPL ଟ୍ରଫି ଜିତି ରେକର୍ଡ ନିଜ ନାମରେ କରିଛନ୍ତି । ତେବେ ପ୍ରଥମଥର ଫାଇନାଲ ଖେଳୁଥିବା ଦିଲ୍ଲୀ ପ୍ରଥମେ ବ୍ୟାଟିଙ୍ଗ କରି ମୁମ୍ବାଇ ସାମ୍ନାରେ 157 ରନ୍ ର ଲକ୍ଷ୍ୟ ରଖିଥିଲା । କିନ୍ତୁ ମୁମ୍ବାଇ 8ଟି ବଲ ବାକିଥାଇ ଏହି ଲକ୍ଷ୍ୟକୁ ବହୁତ ସହଜରେ ହାସଲ କରିନେଇଥିଲା । କ୍ୟାପଟାନ୍ ରୋହିତ ଶର୍ମା ଅର୍ଦ୍ଧଶତକୀୟ ପାରି ଖେଳିଥିଲେ ।

ଡେକନ ଚାର୍ଜର୍ସ ହୋଇପାରେ ନୂଆ ଟିମ –

IPL 2021ରେ ଡେକନ ଚାର୍ଜର୍ସ ହୋଇପାରେ ନୂଆ ଟିମ । ଏହା ପୂର୍ବରୁ ବିସିଆଇଆଇ ଏବଂ ଆଇପିଏଲ ଗ୍ଭରନିଂଙ୍ଗ ଟିମକୁ ହର୍ଜର୍ନେ ପାଇଁ ଡେକନ ଚାର୍ଜର୍ସକୁ 4800 କୋଟି ଟଙ୍କା ଦେବାପାଇଁ କହିଥିଲା । କିନ୍ତୁ ବର୍ତ୍ତମାନ ବିସିସିଆଇ ଏହି ଟଙ୍କା ନଦେଇ ଡେକନ ଚାର୍ଜର୍ସକୁ ସେହି ଟଙ୍କା ନଦେଇ IPL 2021ରେ ସାମିଲ କରିବାପାଇଁ ଭାବିଛନ୍ତି ବୋଲି ସୂଚନା ମିଳିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।