Odisha News Portal

( 2021- ଜାନୁୟାରୀ 17 ରେ )ସିଂହ ରାଶିରେ ସୂର୍ଯ୍ୟଙ୍କର ପ୍ରବେଶ,12ଟି ରାଶିର ଭାଗ୍ୟରେ ପରିବର୍ତ୍ତନ ଆପଣଙ୍କ ରାଶି ଦେଖି ନିଅନ୍ତୁ

0 61

ଗ୍ରହ ମାନଙ୍କର ରାଜା ହେଉଛନ୍ତି ରବି , ତେବେ ପ୍ରତ୍ୟେକ ବାରଟି ରାଶି ଉପରେ କେଉଁ ନା କେଉଁ ଗ୍ରହର ପ୍ରଭାବ ସର୍ବଦା ଲାଗି ରହିଥାଏ । ଏଥିପାଇଁ କାହାର ସମୟ ଭଲ ହୋଇଥାଏ ତ ପୁଣି କାହାର ଖରାପ ହୋଇଥାଏ । ଗ୍ରହର ପରିବର୍ତ୍ତନରେ ମନୁଷ୍ୟ ଜୀବନରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ । ତେବେ ରବି ଗ୍ରହଙ୍କର ଅବସ୍ଥାନ କେଉଁ ରାଶି ଉପରେ ହେଲେ ସେହି ରାଶି ପିତୃ ସୁଖ ପ୍ରାପ୍ତ କରନ୍ତି ।

ସୂଚନା ଯୋଗ୍ୟ କି କିଛି ଦିନ ମଧ୍ୟରେ ରବି ଗ୍ରହ ସିଂହ ରାଶିରେ ପ୍ରବେଶ କରିବେ , ଏହା ଦ୍ୱାରା ସବୁ ରାଶିର ଚଳନ ମଧ୍ୟ ପରିବର୍ତ୍ତନ ହେବ । ତେବେ ଏହି ଚଳନ ପରିବର୍ତ୍ତନ କାରଣରୁ କେଉଁ ରାଶିରେ କଣ ଭଲ ବା ମନ୍ଦ ହେବ ଆସନ୍ତୁ ଜାଣିବା ସେ ବିଷୟରେ ।

1–ମେଷ ରାଶି

ଆପଣଙ୍କ ପାଇଁ ଦିନଟି ବହୁତ ଭଲ ଅଛି , । ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ ରହିବା ସହିତ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଏହା ସହ ଚାକିରିରେ ପଦୋନ୍ନତି ମିଳିବ । ଛାତ୍ର ଛାତ୍ରୀ ମାନେ।ମଧ୍ୟ ମନ ମୁତାବକ ସଫଳତା ପାଇବେ। ବ୍ୟବସାୟ ରେ ମଧ୍ୟ ଆଶାନୁରୂପ ଫଳ ମିଳିବ।

2–ବୃଷ ରାଶି

ଆଜି ଆପଣଙ୍କ ମନ ଧାର୍ମିକ କ୍ଷେତ୍ରରେ ଲାଗିବ , । ଆପଣ ଜମି ବାଡିକୁ ନେଇ କୌଣସି ମାମଲା ରେ କୋର୍ଟରେ ଆଶାନୁରୂପ ପକ୍ଷ ପାଇବେ। । ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଗାମୀ ଏକ ମାସ ଭଲରେ କଟିବ ।

3–ମିଥୁନ ରାଶି

 

। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବା ସହିତ ଶାସନ କ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ସହଯୋଗ ମିଳିବ । ଆପଣ ଯଦି ପ୍ରେମ ବିବାହ କରିବାକୁ ଚାହୁଁଛନ୍ତି ତେବେ ସେଥିରେ ସଫଳତା ପାଇବେ । ଏହି ରାଶିର ବ୍ୟକ୍ତି ମାନେ ଅନେକ ସମୟରେ ଚିନ୍ତାରେ ପଡିବେ। ଅଳସୁଆ ହେବାକୁ ମନ ହେବ ।

4–କର୍କଟ ରାଶି

ଆଜି ଦିନଟି ଆପଣଙ୍କର ସାମାନ୍ୟ ରହିବ , ଆପଣଙ୍କୁ କୌଣସି ବଡ ଚିନ୍ତା ହଇରାଣ କରିପାରେ । ଆପଣ ଆଜି ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ବ୍ୟବସାୟରେ ଆୟର ପନ୍ଥା ସାମାନ୍ୟ ରହିବ , ଆପଣଙ୍କ ଶତ୍ରୁ ପରାସ୍ତ ହେବେ ।

5–ସିଂହ ରାଶି

ଛାତ୍ର ଶିକ୍ଷା ଓ ପ୍ରତିଯୋଗୀତା ମୂଳକ କ୍ଷେତ୍ରରେ ଉନ୍ନତି କରିବେ , ନବ ଦମ୍ପତିଙ୍କ ପାଇଁ ସନ୍ତାନ ସୁଖ ପାଇବାର ଅଛି । ଚାକିରି କ୍ଷେତ୍ରରେ କର୍ମଚାରୀଙ୍କ ସହଯୋଗ ମିଳିବ । ଯେଉଁ ମାନେ ଶୁଭ କାର୍ଯ୍ୟ କରିବାକୁ ଇଚ୍ଛା ରଖିଛନ୍ତି ଏହି ମାସରେ କଲେ ଆପଣ ନିହାତି ଏହାର ଯଥାର୍ଥ ଫଳ ପାଇବେ ।

6–କନ୍ୟା ରାଶି

ଆଜି ଆପଣଙ୍କ ପାଇଁ ଦିନଟି ଭଲରେ ଯିବ , ଘରୁ ଯିବା ପୂର୍ବରୁ ଆପଣ ସୂର୍ଯ୍ୟ ଦେବ ଙ୍କୁ ପ୍ରଣାମ କରି ଯାଆନ୍ତୁ ଆପଣଙ୍କ ସବୁ କାର୍ଯ୍ୟ ସଫଳ ହେବ। ଆଜି ଆପଣଙ୍କ ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ କ୍ରମ ହୋଇପାରେ ।

7–ତୁଳା ରାଶି

ଆପଣଙ୍କର ଏହି ମାସଟି ଏତେ ଭଲ ଯିବ ନାହିଁ କୌଣସି କାରଣ ପାଇଁ ଚିନ୍ତାରେ ରହିପାରନ୍ତି । ପିଲା ମାନେ ପାଠ ପଢାରେ ମନ ନିବେଶ କରିବା ପାଇଁ କଷ୍ଟକର ହେବ । ଆପଣଙ୍କ ପାଇଁ ଏହି ମାସ ଏତେ ଖାସରେ କଟିବ ନାହିଁ ।

8–ବିଛା ରାଶି

ପରିବାରରେ ସମସ୍ତଙ୍କ ସହ ସମ୍ପର୍କ ଭଲ ରହିବ । ଚାକିରି କ୍ଷେତ୍ରରେ ଉପରିସ୍ଥଙ୍କ ପ୍ରଶଂସା ମିଳିବ । ଆପଣ କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ଭାବି ଚିନ୍ତି କରନ୍ତୁ । ଆପଣଙ୍କ ରାଶିରେ ଅନ୍ୟ ଗ୍ରହର ପ୍ରଭାବ ହେତୁ ଆପଣଙ୍କୁ ସୂର୍ଯ୍ୟ ଦେଵଙ୍କୁ ପ୍ରଣାମ କରିବାକୁ ପଡିବ ।

9–ଧନୁ ରାଶି

ପରିବାରରେ ଦାୟିତ୍ଵ ବଢିବ। ପାରିବାରିକ କାର୍ଯ୍ୟରେ ଭାଇ ବନ୍ଧୁଙ୍କ ସହଯୋଗ ମିଳିବ । କାର୍ଯ୍ୟ ସ୍ଥଳରେ ଆଜି ଆପଣଙ୍କୁ କୌଣସି ନୂଆ କାର୍ଯ୍ୟ ମିଳିପାରେ । ଏହି ବ୍ୟକ୍ତି ମାନେ ଟିକେ ଚିନ୍ତା ରେ ରହିବେ। ଆର୍ଥିକ କ୍ଷେତ୍ର ରେ ଟିକେ ଅଭାବ ଦେଖାଯିବ।

10–ମକର ରାଶି

ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ ରହିବାରୁ ଆପଣଙ୍କୁ ଖୁସି ମିଳିବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆଜି ଆପଣ ପରିବାର ସହ ବୁଲିବାକୁ ଯାଇପାରନ୍ତି । ଏହି ରାଶିର ବ୍ୟକ୍ତି ମାନେ ପ୍ରତିଦିନ ସୂର୍ଯ୍ୟଙ୍କୁ ଉଠି ପ୍ରଣାନ ଜଣାନ୍ତୁ ।

11–କୁମ୍ଭ ରାଶି

ଘର ପରିବାର ରେ କୌଣସି କଥାକୁ ନେଇ କଥା କଟା କଟି ହୋଇପାରେ। କାର୍ଯ୍ୟ ସ୍ଥଳରେ କଠିନ ପରିଶ୍ରମ କରିବା ଦ୍ଵାରା ସଫଳତା ମିଳିବ । ଆପଣଙ୍କର ଦେହ ଅସୁସ୍ଥ ରହିପାରେ । ଛାତ୍ର ଛାତ୍ରୀ ମାନେ ପଢ଼ାରେ ମନ ଦେବେ ।

12-ମୀନ ରାଶି

ଏହି ରାଶିର ବ୍ୟକ୍ତି ମାନେ ଏହି ମାସରେ ଟିକେ ବ୍ୟସ୍ତତା ରହିବେ। ନିଜ ଦେହ ପ୍ରତି ଅଧିକ ଧ୍ୟାନ ଦେବେ। ବୈବାହିକ ଜୀବନ ଠିକ ଠାକ ରହିବ , ଛାତ୍ରଛାତ୍ରୀ ମାନଙ୍କ ପାଇଁ ଦିନଟି ଭଲ ରହିବ । ପରୀକ୍ଷା ରେ ଭଲ ଫଳ ମିଳିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।