Odisha News Portal

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ଏହି ବର୍ଷର ଚତୁର୍ଥ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି , ସାରା ଓଡିଶାରେ ହେବ ଦୃଶ୍ୟମାନ ! ଜାଣିରଖନ୍ତୁ ଗ୍ରହଣ ଲାଗିବାର ନିୟମ !

0 4

ନଭେମ୍ବର ମାସ 30 ତାରିଖ ସୋମବାର ଅର୍ଥାତ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ଏହି ବର୍ଷର ଚତୁର୍ଥ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି । ତେବେ ଏହା ପୂ୍ର୍ବରୁ 3 ଟି ଚନ୍ଦ୍ର ଗ୍ରହଣ ଲାଗି ସାରିଥିଲା , ଯେମିତିକି ଜାନୁଆରୀ 10 ରେ ପ୍ରଥମ ଏବଂ 5 ଜୁନରେ ଦ୍ୱିତୀୟ ଏବଂ ଜୁଲାଇ 5 ରେ ତୃତୀୟ ଚନ୍ଦ୍ର ଗ୍ରହଣ ଲାଗିଥିଲା । ସାଧାରଣତଃ ଗ୍ରହଣ ଲାଗିବାର ତିନି ପ୍ରହର ବା ନଅ ଘଣ୍ଟା ପୂର୍ବରୁ ଏବଂ ପରାଗ ଲାଗିବାର 12 ଘଣ୍ଟା ବା ଚାରି ପ୍ରହର ପୂର୍ବରୁ ପାକ ନିଷେଧ ବା ହାଣ୍ଡି ଛାଡ କରାଯାଇଥାଏ । ତେଣୁ ଏହି ସମୟକୁ ସୂତକ ସମୟ ମଧ୍ୟ କୁହାଯାଇଥାଏ । ତେବେ ଏହି ଚନ୍ଦ୍ର ଗ୍ରହଣ ଆସନ୍ତା ନଭେମ୍ବର ମାସ 30 ତାରିଖରେ ଲାଗିବାକୁ ଯାଉଛି ।

ମାତ୍ର ଏହା ଭାରତ ଏବଂ ଓଡିଶାରେ ଦୃଶ୍ୟମାନ ହେବ ନାହିଁ । କାରଣ ଗ୍ରହଣ ଦିନ ସମୟରେ ହିଁ ଲାଗିବାକୁ ଯାଉଛି ଏହା ଉତ୍ତର ଏବଂ ଦକ୍ଷିଣ ଆମେରିକା ସମେତ ୟୁରୋପର ଦୃଶ୍ୟମାନ ହେବ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ କି ଚନ୍ଦ୍ର ଗ୍ରହଣ ଲାଗିବାର ସଠିକ ସମୟ ସୀମା ଗ୍ରାସ ସମୟ ଏବଂ ଗ୍ରହଣର ସୂତକ ସମୟ ମାନ୍ୟ ହେବ କି ନାହିଁ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

ଆସନ୍ତା ନଭେମ୍ବର 30 ତାରିଖ ସୋମବାର ଦିନ ଲାଗିବାକୁ ଯାଉଥିବା ଚନ୍ଦ୍ର ଗ୍ରହଣ ହେଉଛି ଏକ ପ୍ରକାର ଉପଛାୟା ଚନ୍ଦ୍ର ଗ୍ରହଣ । ଏହି ଗ୍ରହଣ ଗ୍ରାସ ବା ଗ୍ରହଣ ଲାଗିବାର ସମୟ ହେଉଛି ଅପରାହ୍ନ 1. 04 ମିନିରେ ଆରମ୍ଭ ହୋଇ ସନ୍ଧ୍ୟା 5.22 ରେ ଶେଷ ହେବ ।

ଏହି ଗ୍ରହଣ ମହାକାଶରେ ପ୍ରାୟ 4 ଘଣ୍ଟା 18 ମିନିଟ ଏବଂ 5 ସେକେଣ୍ଡ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ । ଅପରାହ୍ନ 3. 13 ମିନିଟରେ ସର୍ବଧିକ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ । ଗ୍ରହଣ ସନ୍ଧ୍ୟା ପର୍ଯ୍ୟନ୍ତ ରହୁଥିବାରୁ ଏହା ଭାରତ ସମେତ ଦକ୍ଷିଣ ଓଡିଶାରେ କିଛି ମାତ୍ରାରେ ଦୃଶ୍ୟମାନ ହେବ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ଉପଛାୟା ଚନ୍ଦ୍ର ଗ୍ରହଣ ହେବା କାରଣରୁ ଏହାର ସୂତକ ସମୟ ବା ହାଣ୍ଡିଛାଡ ମାନ୍ୟ ହେବ ନାହିଁ । କାରଣ ସେହି ଗ୍ରହଣର ସୂତକ ସମୟ ମାନ୍ୟ ହୋଇଥାଏ ଯେଉଁ ଗ୍ରହଣକୁ ଖାଲି ଆଖିରେ ଦେଖା ଯାଇ ପାରିଥାଏ । ମାତ୍ର ଯେହେତୁ ଏହା ଉପଛାୟା ଚନ୍ଦ୍ର ଗ୍ରହଣ ତେଣୁ ଏହାର ସୂତକ ସମୟ ମାନ୍ୟ ହେବ ନାହିଁ । ଏହା ସହିତ ଦେବା ଦେବୀ ଏବଂ ପୂଜା କାର୍ଯ୍ୟ ମଧ୍ୟ ବନ୍ଦ ରହିବ ନାହିଁ । ଏହି ସମୟରେ ଗର୍ଭବତୀ ମହିଳା ମାନେ ସାବଧାନ ରହିବା ଆବଶ୍ୟକ । ଅର୍ଥାତ ଏବହି ସମୟ ଗର୍ଭବତୀ ମହିଲା ମାନଙ୍କ ପାଇଁ ଅଶୁଭ ଅଟେ ।

ଗ୍ରହଣ ଲାଗିବା ସମୟରେ ଗର୍ଭବତୀ ମହିଳା ମାନେ କୌଣସି ବି ଜିନିଷ କଟାକଟି ବା କୌଣସି ବସ୍ତୁକୁ ସିଲେଇ କରନ୍ତୁ ନାହିଁ । ଆପଣ ଏମିତି କଲେ ଏହି ଗ୍ରହଣର କୁପ୍ରଭାବ ଗର୍ଭରେ ଥିବା ଶିଶୁ ଉପରେ ସିଧା ସଳଖ ପଡିଥାଏ । ଏହା ସହିତ ଗ୍ରହଣ ଲାଗିବା ସମୟରେ କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ ।ଏବଂ ବାହାରକୁ ବାହାରନ୍ତୁ ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।