Odisha News Portal

ଓଡିଶା ସରକାର ଙ୍କର ବଡ ନିଷ୍ପତି ! ଆଉ +2 ପିଲା ମାନଙ୍କୁ ମିଳିବ 30 ହଜାର ଟଙ୍କା ,ଲାପଟପ୍ ମିଳିବ ନାହିଁ……

ଯୁକ୍ତ ଦୁଇ ପିଲା ମାନଙ୍କ ପାଇଁ ଆସିଲା ଏକ ବହୁତ ବଡ ଖବର ଯାହାକୁ ଶୁଣିଲେ ଆପଣ ମାନେ ବହୁତ ଖୁସି ହୋଇଯିବେ । ଏହା ସହିତ ୟେଉଁ ପିଲା ମାନେ ମନ ଦେଇକରି ପାଠ ପଢୁନଥିବେ ତେବେ ସେମାନେ ଏହି କଥା ଶୁଣି ହୁଏତ ମନ ଦେଇ ପାଠ ପଡିବା କତା ଚିନ୍ତା କରିବେ । କାରଣ ୟିଏ +2 ରେ ଭଲ ନମ୍ବର ରଖିବା ତାହାକୁ ଏହି ଟଙ୍କା ପ୍ରାପ୍ତ ହେବ । କାହିଁକିନା ଏବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ମାନଙ୍କୁ ଲାପଟପ ବଦଳରେ ମିଳିବ 30 ହଜାର ଟଙ୍କା । ଆପଣ ମାନେ ତ ସମସ୍ତେ ଜାଣିଥିବେ କି ବିଜୁ ଯୁବ ଶଶକ୍ତି କରଣ ଯୋଜନା ମାଧ୍ୟମରେ +2 ଛାତ୍ରଛାତ୍ରୀ ମାନଙ୍କୁ ସଂପୂର୍ଣ୍ଣ ମାଗଣାରେ ଲାପଟପ ବିତରଣ କରାଯାଉଥିଲା । ମାତ୍ର ଏବେ ଲାପଟପ ବଦଳରେ ସେମାନଙ୍କ ଆକାଉଣ୍ଟକୁ ଆସିବ 30 ହଜାର ଟଙ୍କା ।

ଏଣିକି ଯୁକ୍ତ ଦୁଇ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଆଉ ଲାପଟପ ଦିଆୟିବ ନାହିଁ । ଲାପଟପ ବଦଳରେ 30 ହଜାର ଟଙ୍କା ପ୍ରଦାନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁଯାୟୀ ବିଜୁ ଯୁବ ଶଶକ୍ତି କରଣ ଯୋଜନା ଅନୁଯାୟୀ 2013 ମସିହାରୁ +2 ପରୀକ୍ଷାରେ ଶ୍ରେଷ୍ଟତ୍ୱ ପ୍ରତିପାଦନ କରିଥିବା 15 ହଜାର ଛାତ୍ରଛାତ୍ରୀ ମାନଙ୍କୁ ଲାପଟପ ବଣ୍ଟନ କରାଯାଉଥିଲା । ତେବେ ଏବେ ଦେଖିବାକୁ ମିଳୁଛି କି କେତେକ ଛାତ୍ରଛାତ୍ରୀ ଲାପଟପ ନେଉନାହାନ୍ତି ।

ମାସ ମାସ ଘରି ଲାପଟପ କଲେଜରେ ପଡି ରହୁଥିଲେ ମଧ୍ୟ ପିଲା ମାନଙ୍କର ଦେଖା ଦର୍ଶନ ମିଳୁନାହିଁ । ତାହାକୁ ଆଖି ଆଗରେ ରଖି ଚଳିତ ବର୍ଷ ଠାରୁ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଲାପଟପ ବଦଳରେ ଟଙ୍କା ଦିଆଯିବ । ମେଧାବୀ ଛାତ୍ରଛାତ୍ରୀଙ୍କର ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ବାବେ 30 ହଜାର ଟଙ୍କା ପଠାଯିବ , ଯେଉଁଥିପାଇଁ ଏକ ସଫ୍ଟୱାର ପ୍ରସ୍ତୁତ କରାଯାଇଛି । ହିତାଧିକାରୀ ଛାତ୍ରଛାତ୍ରୀ ମାନଙ୍କର ସବିଶେଷ ବିବରଣା ପ୍ରସ୍ତୁତ କରିବା ପାଇଁ ଏକାକ ଏବଂ ସାମମ୍ସ ମିଳିତ ଭାବେ ଏହି ସଫ୍ଟୱାର ପ୍ରସ୍ତୁତ କରୁଛନ୍ତି ।

ଏହା ସହିତ 15 ହଜାର ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ତାଲିକା ପ୍ରସ୍ତୁତ ହେବା ପରେ ଏ ସଂପର୍କୀତ ବିଜ୍ଞପିତ ପ୍ରକାଶ କରାଯିବ ବୋଲି ଗତ 6 ତାରିଖରେ ଉଚ୍ଚ ଶିକ୍ଷ ସଚିତଙ୍କର ଅଧ୍ୟକ୍ଷତାରେ ଅନୁଷ୍ଟିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି । ସେହିପରି 2019-20 ଶିକ୍ଷା ବର୍ଷରୁ ଆରମ୍ଭ ହୋଇଥିବା ସିଭିସ ସର୍ବିସ କୋଚିଂରେ 99 ଜଣ ଚାତ୍ରଛାତ୍ରୀ ନାମ ଲେଖାଇଛନ୍ତି । କେବେ କରୋନା ପାଇଁ +2 ର ନୂରନ ଛାତ୍ରଛାତ୍ରୀ ମାନଙ୍କର ନାମ ଲେଖାକୁ ସ୍ଥଗିତ ରଖାଯାଇଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।