Odisha News Portal

ମ୍ୟାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଆସିଛି ଆଶ୍ହସ୍ତିଜନକ ଖବର ! ଏହି ତାରିଖରେ ଦଶମ ଏବଂ +2 ପରୀକ୍ଷା ହେବ …..

ଆପଣ ମାନେ ତ ଜାଣିଛନ୍ତି କି ଡିସେମ୍ବର 31 ଯାଏ ରାଜ୍ୟର ସମସ୍ତ ସ୍କୁଲ ଗୁଡିକ ବନ୍ଦ କରାଯାଇଛି । ମାତ୍ର ଏହି ସମୟରେ ମ୍ୟାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ କରି କିଛି ବହୁତ ବଡ ସୂଚନା ଆସିଅଛି । ତେବେ ଏହି ବନ୍ଦ ସମୟରେ ମ୍ୟାଟ୍ରିକ ପରାକ୍ଷା କେବେ ହେବ କେତେ ଦିନ ପର୍ଯ୍ୟନ୍ତ ସ୍କୁଲ , କଲେଜ ବନ୍ଦ ରହିବ ଏହି ସମସ୍ତ କଥା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବୁ । ଏହା ସହିତ ଏହି ସମସ୍ତ ପରୀକ୍ଷା ଫେବୃଆରୀରୁ ମାର୍ଚ୍ଚ ମଧ୍ୟରେ ହୋଇଥାଏ ତେବେ ଏହି ଥର ତାହା ହେବ କି ନାହିଁ ଲୋକମାନଙ୍କ ମନରେ ପ୍ରଶ୍ନ ଆସୁଥିବାରୁ ଏବେ ସମୟରେ କିଛି ନୂଆ ସୂଚନା ଆସି ପହଞ୍ଚିଛି ।

କରୋନା ମହାମୀର ଯୋଗୁଁ ରାଜ୍ୟରେ ଚଳିତ ଶିକ୍ଷା ବର୍ଷରେ ପାଠ ପଢା ପ୍ରଭାବିତ ହୋଇଛି କିନ୍ତୁ ଚଳିତ ଶିକ୍ଷା ବର୍ଷରେ ହେବ ମ୍ୟାଟ୍ରିକ ବୋର୍ଡ ଏବଂ ଯୁକ୍ତ ଦୁଇ ପରୀକ୍ଷା । ତେବେ ଏକଥା ନେଇ ସୂଚନା ପ୍ରଦାନ କରିଛନ୍ତି ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ତ୍ରିପାଠୀ ।

ଗଣଶିକ୍ଷା ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି କି ପରୀକ୍ଷା ହେବ କିନ୍ତୁ ବିଳମ୍ବିତ ହୋଇପାରେ । ସର୍ବନିମ୍ନ ତିନି ମାସ ପାଠ ପଡା ହେବା ପରେ ପରୀକ୍ଷା ବ୍ୟବସ୍ଥା କରାଯିବ । ଅର୍ଥାତ ଜାନୁଆରୀ ପ୍ରଥମ ସପ୍ତାହରେ ଯଦି ସ୍କୁଲ ଖୋଲାଯାଏ ତେବେ ତାହାର ତିନି ମାସ ପରେ ପରୀକ୍ଷା ହେବ । ଏହା ସହିତ ଜାନୁଆରୀରେ ନହୋଇ ଯଦି ଫେବୃଆରୀରେ ସ୍କୁଲ ଖୋଲାଯାଏ ତେବେ ତାହାର ତିନି ମାସ ପରେ ପରୀକ୍ଷା ହେବ । ଯାହାକି ସର୍ବନିମ୍ନ ତିନି ମାସ ପାଠ ପଡିବା ପରେ ଦଶମ ଏବଂ ଯୁକ୍ତ ଦୁଇ ପରୀକ୍ଷା ହେବ ବୋଲି ସୂଚନା ରହିଛି ।


ଏହା ସହିତ ଯଦି ଭାରତୀୟ ସ୍ତରରେ ପରୀକ୍ଷା ବନ୍ଦ ହେବାର ନିଷ୍ପତ୍ତି ହୁଏ ତେବେ ପରୀକ୍ଷା ମଧ୍ୟ ବନ୍ଦ ହୋଇପାରେ । ଏହା ସହିତ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି କି ରାଜ୍ୟ ସରକାର ନିଜ ଆଡୁ ପରୀକ୍ଷା ବନ୍ଦ କରିବେ ନାହିଁ ଯଦି ପରୀକ୍ଷା ବନ୍ଦ କରାଯାଏ ତେବେ ଛାତ୍ରଛାତ୍ରୀ ଗୋଟିଏ ବର୍ଷ ପଛୁଆ ହୋଇଯିବେ । ଆସନ୍ତା ଡିସେମ୍ବର 31 ଯାଏ ସମସ୍ତ ସ୍କୁଲ ବନ୍ଦ ରହିଛି ଏହା ପରେ ଜାନୁଆରୀ ମାସରେ ଏହି ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୌମ୍ୟରଞ୍ଜନ ଦାସ କହିଛନ୍ତି ।

କରୋନା ଯୋଗୁଁ ରାଜ୍ୟରେ ମାର୍ଚ୍ଚ ମାସ ବନ୍ଦ ରହିଛି ଶିକ୍ଷାନୁଷ୍ଟାନ । ଏବେ ଛାତ୍ରଛାତ୍ରୀ ମାନେ ଅନଲାଇନରେ ପାଠ ମଧ୍ୟ ପଢୁଛନ୍ତି ଏହା ସହିତ ସଂକ୍ରମଣ ବଢୁଥିବାରୁ ସରକାର ଡିସେମ୍ବର 31 ଯାଏ ସ୍କୁଲ , କଲେଜକୁ ବନ୍ଦ ରଖିଛନ୍ତି । ଯଦି ବାରତୀୟ ସ୍ତରରେ ସ୍କୁଲ ବନ୍ଦ ରୁହେ ତେବେ ଏହାକୁ ବନ୍ଦ ରଖାଯିବ ଏବଂ ଗୋଟିଏ ବର୍ଷ ଏହା ପଛୁଆ ହୋଇଯିବ । ମାତ୍ର ରାଜ୍ୟ ସରକାରଙ୍କ ମତାମତ କି ତିନି ମାସ ପାଠ ପଡିବା ପରେ ମ୍ୟାଟ୍ରିକ , ବୋର୍ଡ ବା ଦ୍ୱାଦଶ ପାଠ ପଢାଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।