Odisha News Portal

ଟ୍ରେନ୍ ରେ ଏକା ଯାତ୍ରା କରୁଥିବା ମହିଳା ମାନଙ୍କ ପାଇଁ ସରକାର ଆଣିଲେ ନୂଆ ଯୋଜନା ! ମିିଳିବ ଏହି ଖାସ୍ ସୁବିଧା ସୁଯୋଗ….

0 2

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ହିଁ ବଡ କଥା ବିଷୟରେ କହିବୁ ଯାହା ପ୍ରଥମ ଥର ପାଇଁ ଏହି ଯୋଜନା ଆରମ୍ଭ ହୋଇଛି । ତେବେ ଆପଣ ମାନେ ତ ଜାଣିଛନ୍ତି କି ସରକାର ସର୍ବଦା ମହିଳା ମାନଙ୍କ ସୁରକ୍ଷା ପାଇଁ ସର୍ବଦା ଚିନ୍ତିତ ରହିଥାନ୍ତି । ତେବେ ଏତେ ସମସ୍ତ ସୁରକ୍ଷା କଲା ପରେ ମଧ୍ୟ ଆଦିର ସମାଜରେ ମହିଳା ମାନେ ନିଜକୁ ସୁରକ୍ଷିତ ମନେ କରିପାରୁନାହାନ୍ତି । ଏକୁଟିଆ ସେମାନେ କୁଆଡେ ଯାଇପାରୁନାହାନ୍ତି , କୌଣସି ସ୍ଥାନକୁ ଏକୁଟିଆ କରିବାକୁ ସେମାନଙ୍କୁ ଭୟ ଲାଗୁଛି । ତେବେ ଏବେକାର ସମାଜରେ ନାରୀ ମାନେ ବହୁତ ଅସୁରକ୍ଷିତ ମନେ କରୁଛନ୍ତି ।

ତେବେ ଏବେ ସେହି ମହିଳୀ ମାନଙ୍କ ପାଇଁ ଅନ୍ୟ ଏକ ଯୋଜନା ଆରପିଏଫ ତରଫରୁ ଜାରି କରାଯାଇଛି ଯାହା ହେଉଛି ମେରି ସହେଲି । ଏହି ଯୋଜନାରେ ଆପଣ ମାନେ ଟ୍ରେନରେ କୌଣସି ସ୍ଥାନକୁ ଏକା ଯାତ୍ରୀ କଲେ ଆପଣ ମାନଙ୍କୁ ସେଥିରେ ସୁରକ୍ଷା ପ୍ରଦାନ କରାଯିବ ।

ଆପଣ ମାନଙ୍କୁ ଏହି ସୁରକ୍ଷା ପ୍ରଦାନ କରିବା ପାଇଁ ଏକ ଟିମ ସୁରକ୍ଷା ଅଧିକାରୀ ମାନଙ୍କୁ ନିଯୁକ୍ତି କରାୟାଇଛି । ଯେଉଁମାନେ କି ଆପଣ ମାନଙ୍କର ଯିବା ସମୟର ସମସ୍ତ ଦାୟିତ୍ୱ ବହନ କରିବେ ଏବଂ ଆପଣ ମାନଙ୍କୁ ସୁରକ୍ଷା ପ୍ରଦାନ କରିବେ । ତେବେ ଆସନ୍ତୁ ଜାଣିବା କଣ ରହିଛି ସେହି ଯୋଜନାର ବିଷୟ ବସ୍ତୁ ।ଟ୍ରେନରେ ମହିଳା ଯାତ୍ରୀ ମାନଙ୍କୁ ମିଳିବ ସୁରକ୍ଷା , ବୟସ୍କ ଏବଂ ଏକୁଟିଆ ୟାଉଥିବା ମହିଳା ମାନଙ୍କ ବିଷୟରେ ବୁଝିବେ ରେଳ ସୁରକ୍ଷା କର୍ମଚାରୀ ।

ମହିଳା ଯାତ୍ରୀ ମାନଙ୍କ ପାଇଁ ସୁରକ୍ଷା ଯୋଗାଇବା ପାଇଁ ଆରପିଏଫ ପକ୍ଷରୁ ଜାରି ହୋଇଛି ନୂଆ ଯୋଜନା ମେରି ସହେଲି । ଏହି ଯୋଜନା ଅନୁସାରେ ଟ୍ରେନରେ ଯାତ୍ରୀ କରୁଥିବା ସମସ୍ତ ମହିଳା ଯାତ୍ରୀଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରାଯିବ । ଏହା ପରେ ଟ୍ରେନରେ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗ ଅନୁସାରେ ମତାମତ ନିଆଯିବ । ଯେଉଁ ଯାତ୍ରୀ ମାନେ ଏକୁଟିଆ ଯାଉଛନ୍ତି ସେମାନଙ୍କର ଗନ୍ତବ୍ୟ ସ୍ଥଳ ସଂପର୍କରେ ପରବର୍ତ୍ତୀ ସମୟରେ ଅନ୍ୟ ଏକ ଷ୍ଟେସନ ଗୁଡିକୁ ଜଣାଯିବ ।

ଏହା ସହିତ ବୟସ୍କ ମହିଳା ମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ପ୍ରଦାନ କରାଯିବ । ଏଥିପାଇଁ ମହିଳା ଅଧିକାରୀ ମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଏହି ଟିମ ରିଏଲରେ ମହିଳା ଯାତ୍ରୀ ମାନଙ୍କର ସୁରକ୍ଷା ଉପରେ ନଜର ରଖିବେ । ଟ୍ରେନରେ ମହିଳା ଯାତ୍ରୀ ମାନେ ଯେପରିକି ନିଜକୁ ସୁରକ୍ଷିତ ମଣିବା ସହିତ ସେମାନଙ୍କର ଯାତ୍ରୀ ଯେପରି ଆରାମ ଦାୟକ ହେବ ସେଥିପାଇଁ ମେରି ସହେଲି ଯୋଜନା ଆରମ୍ଭ କରାଯାଇଛି ।

ଏଥି ସହିତ ଅଭିଯୋଗ ଦାଖଲ ପାଇଁ ରେଳ ବାଇ ପକ୍ଷରୁ ହୋଇଥିବା ନମ୍ବର 182ରେ ଯୋଗାଯୋଗ କରିବା ପାଇଁ ଯାତ୍ରୀ ମାନଙ୍କୁ ସଚେତନ ମଧ୍ୟ କରାଯାଉଛି । ଅନେକ ସମୟରେ ଟ୍ରେନରେ ଏକୁଟିଆ ଯାଉଥିବା ମହିଳା ଯାତ୍ରୀ ମାନେ ଅସାମାଜିକ ଯୁବକ ମାନେ ମଧ୍ୟ ସେମାନଙ୍କୁ ଦୁଃବ୍ୟବହାର କରିଥାନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।