ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠାରୁ ଶକ୍ତିଶାଳୀ ମଞ୍ଜି ବିଷୟରେ କହିବାକୁ ଯାଉଛୁ । ଯାହାକୁ ଆମେ ହିନ୍ଦିରେ ଅଲ୍ସି ଓଡିଆରେ ପେଶୀ ବା ପେଶୁ ଏବଂ ଇଂରାଜୀରେ ଫ୍ଲାକସିଟସ କହିଥାଉ ।ଏହାଏକ ସୁପରଫୁଡ ଅଟେ ଯାହା ଆମ ସ୍ବାସ୍ଥ୍ୟ ପାଇଁ ବହୁତ ଅଧିକ ଲାଭ ଦାୟକ ଅଟେ ।ଏହା ଗୁଣର ଭଣ୍ଡାର ଅଟେ । ଯେଉଁ ଲୋକମାନେ ନିଜର ଓଡନ କମ୍ କରିବାକୁ ଚାହୁଛନ୍ତି ସେମାନେ ପ୍ରତିଦିନ 2 ଚାମଚ ପେଶୀ ଖାଇବା ଆବଶ୍ୟକ । ଏଥିରେ ପ୍ରଚୁର ମାତ୍ରାରେ ପ୍ରୋଟିନ , ଜିଙ୍କ, କ୍ୟାଲସିୟମ , ଫସଫରସ,ଭିଟାମିନ ବି ଏବଂ ସି , ପଟାସିୟମ, ମ୍ୟାଗନେସିୟମ , କପର ମିଳିଥାଏ । ସବୁଠୁ ବଡ ପୋଷକ ତତ୍ବ ଯାହା ଓମେଡା ଥ୍ରି ଫେଟି ଏସିଡ ଏଥିରୁ ମିଳିଥାଏ । ଯାହା ଅଧିକ ମାଛ ମାଂସରୁ ମିଳିଥାଏ । ସେଥିପାଇଁ ଯେଉଂମାନେ ନିରାମିଷାଶି ସେମାନଙ୍କ ପାଇଁ ଏହା ବହୁତ ଅଧିକ ଲାଭଦାୟକ ।
ସର୍ବ ପ୍ରଥମେ ଆପଣ ଏକ ବାଟି ପେଶୀକୁ କୌଣସି ତାୱା ସାହାଯ୍ୟରେ ହାଲକା ଭାଜି ନିଅନ୍ତୁ । ପୂରା ଲୋ ଫ୍ୟାମରେ ଆପଣ ଏହାକୁ 4-5 ମିନିଟ ପର୍ଯ୍ୟନ୍ତ ଭାଜି ନିଅନ୍ତୁ ଅଧିକ ଭାଜିବେନି , ନଚେତେ ଏହା କଳା ପଡିଯିବ ଏବଂ ଆପଣଙ୍କୁ ଏଥିରୁ କୌଣସି ପୋଷକ ତତ୍ବ ମିଳିବ ନାହିଁ । ଏହାପରେ ଏହାକୁ ଥଣ୍ଡା ହେବା ପାଇଁ ଛାଡିଦେବେ । ଏହା ଖାଇବାରେ ବିଭିନ୍ନ ପ୍ରକାର ଉପାୟ ରହିଛି ।

1.ଆପଣ ଏହାର 2ଚାମଚ ନେଇ ଏକ ଗ୍ଲାସ ପାଣିରେ ଭେଦାଇ ରାତି ସାରା ରଖି ଦିଅନ୍ତୁ ଏବଂ ସକାଳୁ ପେଶୀକୁ ଚୋବାଇ ଖାଇନିଅନ୍ତୁ ଓ ପାଣିକୁ ପିଇ ଦିଅନ୍ତୁ ।
2. ଆପଣ ଏହାର ଗୁଣ୍ଡ ପ୍ରସ୍ତୁତ କରି ନିଅନ୍ତୁ । ସକାଳୁ ଖାଲି ପେଟରେ ଆପଣ ଏହାର ସେବନ ନିହାତି କରନ୍ତୁ । ଆପଣ ସେହି ପାଉଡରରୁ ଏକ ଚାମଚ ନେଇ ଏକ ଗ୍ଲାସ ଉଷମ ପାଣିରେ ଭେଦାଇ ରାତି ସାରା ଛାଡି ଦିଅନ୍ତୁ । ସକାଳୁ ଆପଣ ଚାହିଁଲେ ସେହି ପାଣିକୁ ହାଲକା ଉଷମ କରି ନିଅନ୍ତୁ ଏବଂ ଖାଲି ପେଟରେ ଏହାର ସେବନ ନିହାତି କରନ୍ତୁ । ଯଦି ବଡ ଲୋକ ସେବନ କରୁଛନ୍ତି 2ଚାମଚ ମିଶାଇ ସେବନ କରନ୍ତୁ । ଯେଉଂମାନେ ଓଜନ କମ୍ କରିବାକୁ ଚାହୁଁଛନ୍ତି ସେମାନେ ଏଥିରୁ 2ଚାମଚ ସକାଳୁ ନିହାତି ସେବନ କରନ୍ତୁ ।
3. ଆପଣ 2 ଚାମଚ ପେଶୀ ବା ଅଲସି ନିଅନ୍ତୁ ଏବଂ ଏଥିରେ ପାଣି ଭର୍ତ୍ତି କରି ଏହାକୁ ରାତା ସାରା ରଖି ଫୁଲେଇ ଦିଅନ୍ତୁ । ସକାଳୁ ଆପଣ ସେହି ପେଶୀକୁ ଖାଇ ନିଅନ୍ତୁ ଏବଂ ତାହାପରେ ଏକ ଗ୍ଲାସ ଗରମ ପାଣି ପିଇନିଅନ୍ତୁ । ଓଜନ କମ୍ କରିବା ସହିତ ଯେଉଁମାନଙ୍କର ହାର୍ଟ ସମସ୍ୟା ଅଛି ସେମାନଙ୍କ ପାଇଁ ଏହା ବହୁତ ଅଧିକ ଲାଭଦାୟକ ଅଟେ । ଏହା ଆପଣଙ୍କର କଲେଷ୍ଟ୍ରୋଲ ଲେଭେଲକୁ ଏବଂ ବ୍ଲଡ ସୁଗାର ଲେବୋଲକୁ ନିୟନ୍ତ୍ରଣରେ ରଖିଥାଏ । ଏହାର ସେବନ ଦ୍ବାରା ଆପଣଙ୍କର ଆଖି ସର୍ବଦା ସୁସ୍ଥ ରହିଥାଏ
4. ଆପଣ ଭେଦା ଯାଇଥିବା ପେଶୀକୁ ସକାଳୁ ଉଠି ଅଧା ବାଟି ଦହି ସହିତ ମିଶାଇ ମଧ୍ୟ ଖାଇପାରିବେ । ଏହାଆମ ଚର୍ମ ପାଇଁ ମଧ୍ୟ ବହୁତ ଅଧିକ ଲାଭଦାୟକ । କେଶକୁ ଘନ କରିଥାଏ ଏବଂ ସମୟ ପୂର୍ବରୁ ଆପଣଙ୍କୁ କୁଞ୍ଚିତ ରେଖାର ସାମ୍ନା କରିବାକୁ ପଡିନଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।