ଚାକିରୀଆଙ୍କ ପାଇଁ ଖୁସିଖବର : 15 ହଜାରରୁ କମ୍ ଦରମା ପାଉଥିବା କର୍ମଚାରୀଙ୍କୁ ସରକାରଙ୍କ ଉପହାର ! ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ ନୂଆବର୍ଷର ବଡ ଉପହାର…..
ବର୍ତ୍ତମାନ ର ଏହି ମହାମାରୀ କୋରନା ସମୟରେ ସରକାର ବିଭିନ୍ନ ସମୟରେ ବିଭିନ୍ନ ଉନ୍ନତି ମୂଳକ ତଥା ଜନ ହିତକର କାର୍ୟ୍ୟ ସବୁ କରୁଛନ୍ତି । ଏହା ସହିତ କରୋନା ଆରମ୍ଭରୁ ପ୍ରତ୍ୟକ ଗରିବ ଅସହାୟ ତଥା ଦିନ ମଜୁରିଆ ମାନଙ୍କ ଖାତାକୁ ଟଙ୍କା ମଧ୍ୟ ପଠାଉଛନ୍ତି । ଯେମିତିକି ସେମାନଙ୍କର ଚଳିବାରେ କୌଣସି ବି ଅସୁବିଧା ନ ହୁଏ । ଏହାସହିତ ଆପଣ ମାନେ ତ ସମସ୍ତେ ଜାଣିଥିବେ ସରକାର ସବୁବେଳେ ଲୋକମାନଙ୍କର ଉନ୍ନତି ପାଇଂ କିଛି ନାଁ କିଛି ଯୋଜନା କରିଥାନ୍ତି । ଆଉ ସେଥିରୁ ଲୋକ ମାନଙ୍କୁ ବହୁତ କିଛି ସୁବିଧା ତଥା ଲାଭ ମିଲିଥାଏ । ତେବେ ସେହିପରି କିଛି କରିବାକୁ ଯାଉଛନ୍ତି ପୁଣି ସରକାର ।
ତେବେ କମ ଆୟ କରୁଥିବା ଲୋକଙ୍କୁ ମୋଦି ସରକାର ଦେଇଛନ୍ତି ଏକ ବହୁତ ବଡ ଉପହାର । ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା (ABRY) ଅନୁଯାୟୀ ସରକାର କହିଛନ୍ତି ଯେ, 2020 ଅକ୍ଟୋବର 1 ତାରିଖରୁ 2021 ଜୁନ 30 ତାରିଖ ଯାଏଁ କମ୍ପାନୀ ନିଯୁକ୍ତ କରିଥିବା ନୂଆ କର୍ମଚାରୀଙ୍କ ପାଇଁ ଦୁଇ ବର୍ଷ ଯାଏଁ ରିଟାୟରମେଣ୍ଟ ଫଣ୍ଡରେ ଅଂଶଦାନ କରିବେ।
ଅର୍ଥାତ ଏହି ଅବଧି ମଧ୍ୟରେ କମ ଦରମାରେ ନୂଆ ନିଯୁକ୍ତିରେ ସରକାର କର୍ମଚାରୀଙ୍କ 12 ପ୍ରତିଶତ ଓ ନିଯୁକ୍ତିଦାତାଙ୍କ 12 ପ୍ରତିଶତ ପ୍ରୋଭିଡେଣ୍ଟ ଫଣ୍ଡ (EPF) ବହନ କରିବ। ବୁଧବାର ଦିନ କ୍ୟାବିନେଟ ବୈଠକରେ ସରକାର ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି।
ତେବେ କେନ୍ଦ୍ର ସରକାର ଙ୍କ ଏହି ଯୋଜନାରେ 22 ହଜାର 810 କୋଟି ଟଙ୍କା ଖର୍ଚ୍ଚ କରିବେ। ଆଉ ଏହି ଯୋଜନାରେ 58 ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ଲାଭ ମିଳିବ। ତେବେ ସରକାରଙ୍କ ଏହି ନିଷ୍ପତ୍ତିରେ ପ୍ରତି ମାସରେ 15 ହଜାର ଟଙ୍କା କିମ୍ବା ତାଠାରୁ କମ ଦରମା ପାଉଥିବା କର୍ମଚାରୀଙ୍କୁ ଫାଇଦା ମିଳିବ। କିନ୍ତୁ ଏହି ଯୋଜନାର କେବଳ ସେହିମାନେ ଫାଇଦା ଉଠାଇ ପାରିବେ ଯେଉଁ କର୍ମଚାରୀମାନେ 2020 ଅକ୍ଟୋବର 1ତାରିଖ ପୂର୍ବରୁ ଏକ କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ(EPFO) ସହିତ ଜଡିତ କୌଣସି ସଂସ୍ଥାରେ କାର୍ଯ୍ୟ କରୁନଥିଲେ ଏବଂ ସେମାନଙ୍କର ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (UAN) ଆକାଉଣ୍ଟ ନାହିଁ।
ଅନ୍ୟପକ୍ଷରେ ଏହି କର୍ମଚାରୀଙ୍କ ଛଡା ସେମାନଙ୍କୁ ମଧ୍ୟ ଏହି ଯୋଜନାର ଲାଭ ମିଳିବ ଯେଉଁମାନଙ୍କ ପାଖରେ UAN ଆକାଉଣ୍ଟ ଅଛି ଏବଂ ଯେଉଁମାନେ ମାସିକ 15 ହଜାରରୁ କମ ଦରମା ପାଉଛନ୍ତି । ସରକାର ଆହୁରି କହିଛନ୍ତି ଯେ 1000ରୁ ଅଧିକ ଲୋକଙ୍କୁ ନୂଆ ଚାକିରୀ ଦେଇଥିବା କମ୍ପାନୀକୁ ଦୁଇ ବର୍ଷ ଯାଏଁ ପ୍ରତ୍ୟେକ କର୍ମଚାରୀଙ୍କ 12 ପ୍ରତିଶତ ଅଂଶଦାନ କରିବେ।
କୋଭିଡ-19 ଯୋଗୁଁ ବହୁ ଲୋକଙ୍କୁ ଚାକିରୀ ହରାଇବାକୁ ପଡିଲା ।ସେଥିପାଇଁ ବେକାରୀ ସମସ୍ୟା ବଢିଲା ଏବଂ ଏଥିପାଇଁ ବିରୋଧୀ ଦଳ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଲେ । ଏଭଳି ପରିସ୍ଥିତିରେ ମୋଦି ସରକାରଙ୍କ ଆତ୍ମନିର୍ଭରଶୀଳ ଭାରତ ରୋଜଗାର ଯୋଜନା ଅତ୍ୟନ୍ତ ସହାୟକ ପ୍ରମାଣିତ ହେବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।