୧୫ ହଜାରରୁ କମ୍ ଟଙ୍କା ଦରମା ପାଉଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଉପହାର । ଏବେ ଖାତାକୁ ଆସିବ ଅଧିକ ଟଙ୍କା । ।
ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ହିଁ ବଡ କଥା ବିଷୟରେ କହିବୁ , ଯାହା ଶୁଣିଲେ ଆପଣ ମାନେ ଖୁସି ହୋଇଯିବେ । ତେବେ ଆପଣ ମାନେ ତ ଜାଣିଛନ୍ତି କି ସରକାର ସର୍ବଦା ଜନସାଧାରଣ ମାନଙ୍କ ପାଇଁ କିଛି କରିବା ପାଇଁ ଚିନ୍ତା କରନ୍ତି । ପ୍ରତ୍ୟେକ ଲୋକମାନେ କେମିତି ନିଜସ୍ୱ ଅଧିନରେ ଚଲିବେ ନିଜେ କେମିତି ରୋଜଗାର କରି ନିଜର ପେଟ ପୋଶିବେ ସେ ନେଇ ସରକାର ସର୍ବଦା ଚିନ୍ତିତ ରହିଥାନ୍ତି । ଏହା ସହିତ ସେମାନଙ୍କ ପାଇଁ ଅନେକ ଯୋଜନାର ମଧ୍ୟ ଆରମ୍ଭ କରିଥାନ୍ତି ।
ଯେଉଁ ଯୋଜନାର ଲାଭ ସେମାନେ ଉଠାଇ ପାରିବେ ଏବଂ ସରକାରଙ୍କୁ ମଧ୍ୟ ତାହାର ଲାଭ ମିଳିବ । ତେବେ ଏହି ସକଡାଉନ ସମୟରେ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେପିରି କିଛି ନିଷ୍ପତ୍ତି ଗ୍ରହଣ କରାଯାଇଛି , ଯାହା ଅନେକ ସ୍ରମିକ ମାନଙ୍କୁ ତାହାର ଲାଭ ପ୍ରଦାନ କରିବ । ତେବେ ଆସନ୍ତୁ ଜାଣିବା କଣ ଅଟେ ସେହି ଯୋଜନା ।
କୋଭିଡ-19 ମହାମାରୀ ପାଇଁ ଦେଶର ସବୁ ପ୍ରକାର ସେକ୍ଟର ଏବେ ମାନ୍ଦାବସ୍ଥାରେ ଚାଲିଛି । ଯେଉଁଥିପାଇଁ ଦେଶର ବେରୋଜଗାରୀଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଛି । ଏହାକୁ ନେଇ ବିରୋଧୀ ଦଳ ମାନେ ରୋଜଗାରକୁ ନେଇ ସରକାରଙ୍କୁ ଟାର୍ଗେଟ କରିଚାଲିଛନ୍ତି ।
ଏପରି ସ୍ଥଳେ କେନ୍ଦ୍ରସରକାରଙ୍କ ଆତ୍ମ ନିର୍ଭର ଭାରତ ରୋଜଗାର ଯୋଜନା ବେସ୍ ଲାଭଦାୟକ ହେବ ବୋଲି ଆଶା କରାଯାଉଛି । ଏହାର ଅର୍ଥାତ ଆତ୍ମ ନିର୍ଭର ଭାରତ ରୋଜଗାର ଯୋଜନା ମାଧ୍ୟମରେ ସରକାର କହିଛନ୍ତି କି 1 ଅକ୍ଟୋବର 2020 ରୁ 30 ଜୁନ 2021 ପର୍ଯ୍ୟନ୍ତ କମ୍ପାନୀ ଓ ଅନ୍ୟକ୍ଷେତ୍ରରେ ନିଯୁକ୍ତି ପାଇଥିବା ନୂତନ କର୍ମଚାରୀ ମାନଙ୍କୁ ଅବସରକାଳୀନ ଫଣ୍ଡରେ ଅଂଶଧନ ଦେବେ ।
ବୁଧବାର ଦିନ ବସିଥିବା କ୍ୟାବିନେଟ୍ ବୈଠକରେ ଆତ୍ମନିର୍ଭରଶୀଳ ଭାରତ ରୋଜଗାର ଯୋଜନାକୁ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାର ଏହି ଯୋଜନାରେ 22.810 କୋଟି ଟଙ୍କା ଖର୍ଚ୍ଚ କରିବେ । ଏହାଦ୍ୱାରା 58 ଲକ୍ଷରୁ ଅଧିକ କର୍ମଚାରୀ ଲାଭବାନ ହେବେ । ଏହାସହ 1 ମାର୍ଚ୍ଚ 2020 ରୁ 30 ସେପ୍ଟେମ୍ବର 2020 ମଧ୍ୟରେ କୋଭିଡ ମହାମାରୀ ପାଇଁ ତାଙ୍କର ଚାକିରୀ ଚାଲିଯାଇଥିବ ଏହା ସହ ସେ ଇପିଏଫ୍ ସହିତ ଜଡିତ କୌଣସି କମ୍ପାନୀରେ ଚାକିରୀ କରିନଥିବେ ଏବଂ ଯେଉଁମାନଙ୍କ ପାଖରେ ୟୁନିଭର୍ସିଆଲ
ଆକାଉଣ୍ଟ ନମ୍ବର ଥିବ ମାତ୍ର ଦରମା 15 ହଜାରରୁ କମ୍ ହୋଇଥିବ ସେମାନଙ୍କୁ ଏହାର ଲାଭ ପ୍ରାପ୍ତ ହେବ । କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ତରଫରୁ ଏହି ପାଣ୍ଠି ସରକାର ବହନ କରିବେ ଅର୍ଥାତ ଏହି କର୍ମଚାରୀ ଓ କମ୍ପାନୀ ଉଭୟ ପକ୍ଷର ଇପିଏଫଓ ସରକାର ବହନ କରିବେ । ଯାହାକି ଆଗାମୀ 2 ବର୍ଷ ପାଇଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।