Odisha News Portal

475 ବର୍ଷ ପୁରୁଣା ଜେଲରେ ଜଣେ ମାତ୍ର କଏଦୀ ଏହା ପଛରେ ଥିବା କାହାଣୀ ଜାଣିଲେ ଆପଣ ବି ହୋଇଯିବେ ସ୍ତବ୍ଧ…

ବର୍ତ୍ତମାନ ସମୟରେ ଆମ ଦୁନିଆରେ ,ପ୍ରତ୍ୟେକ ଦିନି କିଛି ନାଁ କିଛି ବିଚିତ୍ର କଥା ତଥା ଅଜବ ପ୍ରକାର ଘଟଣା ସବୁ ସାମ୍ନାକୁ ଆସୁଛି । ସତ କହିବାକୁ ଗଲେ ଆମ ଦେଶ ତଥା ଦୁନିଆ ଯେତେ ପ୍ରଗତି ଆଡକୁ ଯାଉଛି ଜଟିଳତା ସେତେ ଅଧିକ ବଢୁଛି । ବର୍ତ୍ତମାନ ହେଉଛି ସୋସିଆଲ ମିଡିଆର ଯୁଗ । ଆଉ ଏହି ସୋସିଆଲ ମିଡିଆ ଯୁଗରେ ପ୍ରତିଦିନ ଆମ ଦୁନିଆରେ କିଛି ଏପରି ଘଟଣା ସବୁ ଘଟିଥାଏ ବା ଖବର ଶୁଣିବାକୁ ମିଳିଥାଏ ଯାହା ଆମର ବିଶ୍ବାସ ବାହାରେ ଥାଏ । ଆଉ ଆମେ ତାହାକୁ ବିଶ୍ବାସ କରିବା ପାଇଁ ପ୍ରସ୍ତୁତ ନଥାଉ କି ତାହା ଆମର ବିଶ୍ବାସଯୋଗ୍ୟ ବି ହୋଇନଥାଏ ।

ଆଉ ସେହି ସବୁ ଘଟଣା ଆମେ କେବଳ ଏହି ସୋସିଆଲ ମିଡିଆରେ ମାଧ୍ୟମରେ ହିଁ ଜାଣି ପାରିଥାଉ । ତେବେ ଆଜି ଦାମନ ଆଣ୍ଡ ଡିଉ ଥିବା ଏକ ପୁରାତନ ଜେଲ ବିଷୟରେ ଜଣେଇବୁ ଯାହାକି ଅତ୍ୟନ୍ତ ବିସ୍ମୟକର ଅଟେ ।

ନିକଟ ଅତୀତରେ ସୋସିଆଲ ମିଡ଼ିଆରେ ଏକ ପୁରାତନ ଜେଲ ବିଷୟରେ ଏକ ଭିଡ଼ିଓ ଭାଇରଲ ହୋଇଥିଲା । ସେହି ଜେଲି ବିଷୟରେ ଆମେ ଆଜି କିଛି ଅଦ୍ଭୁତ କଥା କହିବାକୁ ଯାଉଛୁ ।

ଏକ ରିସର୍ଚ୍ଚ ଅନୁସାରେ ଜଣାଯାଇଛି, ଏହି ଜେଲଟି ଦାମନଡିଉ ଠାରେ ଅବସ୍ଥିତ ଯାହାକି 475 ବର୍ଷ ପୁରାତନ ଅଟେ ଏବଂ ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ଏହା କି ଏଠାରେ ମାତ୍ର ଜଣେ କଏଦୀ ରହିଛନ୍ତି । କାହିଁକି ସେଠାରେ ମାତ୍ର ଜଣେ କଏଦୀ ବନ୍ଦୀ ହୋଇରହିଛନ୍ତି ଏହାର ପ୍ରଶ୍ନ ନିଶ୍ଚିତ ଭାବରେ ଆପଣଙ୍କ ମନକୁ ଆସୁଥିବ ।

ସୂଚନା ଅନୁସାରେ , ଜେଲଟି ବାହାରୁ ଦେଖିବାକୁ ଏକ କିଲା ପରି । ସେହି ଜେଲରେ 4ଜଣ ଜେଲ କର୍ମଚାରୀ ,ଜଣେ ଜେଲର ଏବଂ ଜଣେ ମାତ୍ର କଏଦୀ ରହୁଛନ୍ତି । ତେବେ ଏହି ବିଶାଳକାୟ 475 ବର୍ଷର ପୁରାତନ ଜେଲ ମଧ୍ୟରେ କେବଳ ମାତ୍ର 6ଜଣ ବ୍ୟକ୍ତି ରହିଥାନ୍ତି ।

ସୂଚନାଯୋଗ୍ୟ, ସେହି ଜେଲରେ ପୂର୍ବରୁ 5ଜଣ କଏଦୀ ରହୁଥିଲେ । କିନ୍ତୁ ସେହି 5ଜଣଙ୍କ ମଧ୍ୟରୁ 2ଜଣ କଏଦୀଙ୍କର ସଜା ଶେଷ ହେବା ପରେ ସେମାନଙ୍କୁ ଜେଲରୁ ବାହାର କରାଯାଇଥିଲା । ଅନ୍ୟ ଜଣେ କଏଦୀଙ୍କର ପ୍ରମାଣ ସମୟରେ ସେ ନିର୍ଦୋଷ ପ୍ରମାଣିତ ହେବା ପରେ ତାଙ୍କୁ ଜେଲରୁ ବାହାର କରାଯାଇଥିଲା ଏବଂ ଆଉ ଜଣେ କଏଦୀଙ୍କୁ କୌଣସି କାରଣ ବସତଃ ସେଠାରୁ ଅନ୍ୟ ଏକ ଜେଲକୁ ବଦଳି କରାଯାଇଥିଲା ।

ଆଉ ବର୍ତ୍ତମାନ ମାତ୍ର ଜଣେ କଏଦୀ ସେଠାରେ ରହିଛନ୍ତି ଯାହାଙ୍କୁ ଏବେ 30 ବର୍ଷ ବୟସ ଏବଂ ପଛରେ ପ୍ରତି ମାସରେ 30-35 ହଜାର ଟଙ୍କା ଖର୍ଚ୍ଚ କରନ୍ତି ସରକାର ।

କାହିଁକି ସରକାର ଏହି କଏଦୀକୁ ଅନ୍ୟତ୍ର ସ୍ଥାନାନ୍ତର ନକରି ସେଠାରେ ରଖିଛନ୍ତି ବୋଲି କିଛି ସାମ୍ବାଦିକ ପ୍ରଶ୍ନ ଉଠାଇବାରୁ ଜଣାପଡିଛି , ଯଦି ସେହି କଏଦୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ତ ସେହି ପୁରାତନ ଜେଲଟି ସବୁଦିନ ପାଇଁ ବନ୍ଦ ହୋଇଯିବ । ସେଥିପାଇଁ ସରକାର ଏହାକୁ ଚଳାଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।