ଦେଖନ୍ତୁ ଭିଡିଓ ! ଦୀର୍ଘ 12 ବର୍ଷ ପରେ ଘରକୁ ଫେରିଲା ନିଖୋଜ ହୋଇଥିବା ଝିଅ ତୁଳସୀ , ଯାହାକୁ ନେଇ ପରିବାରରେ ଖେଳି ଯାଇଛି ଆନନ୍ଦ

ସୋସିଆଲ ମିଡିଆର କମାଲ ଦୀର୍ଘ ବାର ବର୍ଷ ପରେ ଘରକୁ ଫେରିଲା ଅଳିଅଳି ଝିଅ , ଯାହାକୁ ନେଇ ପରିବାରରେ ଖେଳି ଯାଇଛି ଆନନ୍ଦ । ଆମେ ଆପଣ ମାନଙ୍କୁ କହୁଛୁ ଆଦିବାସୀ ଝିଅ ତୁଳସୀର କଥା । ମାଲକାନାଗିରି ଜିଲ୍ଲାର କୁଦୁମ ପୁଡା ଗୁନିଆ ଦାଦନ ଖଟିବାକୁ ରାଉଲକେଲା ଯାଇଥିଲା । ସେହିଠାରେ ସେ ନିଖୋଜ ହୋଇଯାଇଥିଲା , ପରିବାର ସଦସ୍ୟ ଏବଂ ସଂପର୍କୀୟ ଖୋଜାଖୋଜି କରିଥିଲେ ମଧ୍ୟ ତୁଳସୀର ପତ୍ତା ପାଇନଥିଲେ । ଯାହା ଫଳରେ ସେମାନେ ଏକମାତ୍ର ଝିଅକୁ ହରାଇ ବହୁତ ଦୁଃଖରେ ଭାଙ୍ଗି ପଡିଥିଲେ ।

ଅନ୍ୟ ପଟେ ନିଜର ସଂପର୍କୀୟକୁ ଖୋଜି ଚାଲିଥିଲା ତୁଳସୀ ଏହାରି ଭିତରେ ନିଜ ପରିବାର ଲୋକଙ୍କୁ ଖୋଜୁଥିଲା । ତେବେ ଦୁଃଖ ସହିନପାରି ନିଜ ଘରକୁ ନେଇଯାଇଥିଲେ ଦିଲ୍ଲୀର ଲାଲା ଭବାନୀ । ତୁଳସୀ ତାଙ୍କ ଘରେ ରୋଷେଇଆ କାମ କରୁଥିଲା ଏହାରି ଭିତରେ ବିତି ଯାଇଥିଲା 12 ବର୍ଷ ।ତେବେ ସେହିଠାରେ ଥିବା ସମୟରେ ସେ ତାଙ୍କର ଘରର ଲୋକମାନଙ୍କୁ ପାଇଥିଲେ ପ୍ରଥମେ ନମ୍ବର ପାଇଥିଲେ ତାପରେ କଣ୍ଟାକ୍ଟ କରିବା ପରେ ସେ ନିଜ ଘରକୁ ଆସିଥିଲେ । ସେ ଘରକୁ ଆସିବା ପରେ କହିଥିଲେ କି ସେମ ତାଙ୍କର ମାଙ୍କୁ ଦେଖିବା ପାଇଁ ପାଇନଥିଲେ । ଯେତେବେଳେ ସେ ଘର ଛାଡି ଚାଲିଥିଲେ ସେହି ସମୟରେ ତାଙ୍କର ମା ତିଲେ ମାତ୍ର ଆସିବା ପରେ ତାଙ୍କର ମାଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ସେ ବହୁତ ଦୁଃଖିତ ଥିଲେ ତଥାପି ବହୁତ ଖୁସି ଥିଲେ କି ନିଜ ଘର ଲୋକଙ୍କୁ ପେରି ପାଇଛନ୍ତି ବୋଲି । 

ହଠାତ ସୋସିଆଲ ମିଡିଆରେ ନିଜର ପାରମ୍ପାରିକ ନାଟକ ଦେଖିବାକୁ ପାଇଥିଲା ତୁଳସୀ । ସେହିଠାରୁ ମୋବାଇଲ ନମ୍ବର ପାଇ ଘେନ ଭୂମିଆଙ୍କୁ ଫୋନ କରିଥିବା ଜଣାପଡିଛି । ଗତ ମେ ମାସରେ କଦମ ପଡାର ଘେନା ଭୂମିଆଙ୍କ ପାଖକୁ ଆସିଥିଲା ଏକ ଫୋନ କଲ । ସେପଟୁ ଜଣେ ଝିଅ କହିଥିଲା କି ମୁଁ ରଘୁନାଥ ଭୂମିଆଙ୍କ ଝିଅ ତୁଳସୀ । ମୁଁ ଦିଲ୍ଲୀ ରାଜନଗରରେ ଥିବା ହୋଟେଲ ମାଲିକ ଲାଲା ଭବାନୀଙ୍କ ଘରେ ରୋଷେଇଆ କାମ କରୁଅଛି ।

 ଏବେ ସେ ଘରକୁ ଫେରିବାକୁ ଚାହୁଁଛି ବୋଲି କହିଥିଲା ତୁଳସୀ । ଏହା ପରେ ଆରମ୍ଭ ହୋଇଥିଲା ରେସକ୍ୟୁ ତୁଳସୀ ଅଭିଯାନ । ପରିବାର ଲୋକଙ୍କୁ ଘେନା ସମସ୍ତ କଥା ଜଣାଇବା ସହ ମାତିଲି ଥାନାରେ ପହଞ୍ଚି ସମସ୍ତ କଥା କହିଥିଲେ । ପରେ ଜିଲ୍ଲୀ ସମ ଅଧିକାରୀଙ୍କ ନିଟକରେ ଆବେଦନ କରିଥିଲେ . ଜିଲ୍ଲୀ ପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ସରକାରଙ୍କ ନିର୍ଦ୍ଦେଶ କ୍ରମେ ତୁଳସୀକୁ ଉଦ୍ଦାର କରିବା ପାଇଁ ସକ୍ଷମ ହୋଇଛି । ଦୀର୍ଘ ବର୍ଷ ପରେ ଝିଅକୁ ପାଖରେ ପାଇଁ ପରିବାର ଲୋକେ ଖୁସିରେ ଆତ୍ମହରା ହୋଇ ପଡିଛନ୍ତି । ଏଥିପାଇଁ ଶ୍ରମ ବିଭାଗ ଏବଂ ଦିଲ୍ଲା ପ୍ରଶାସନଙ୍କୁ କୃତଜ୍ଞତା ଜଣାଇଛନ୍ତି ପରିବାର ଲୋକେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment