Odisha News Portal

ଦଶମ ଏବଂ ଯୁକ୍ତ ଦୁଇ ପିଲା ମାନଙ୍କ ପାଇଁ ଆସିଲା ଖୁସିର ଖବର YOUTUBE ରେ ପଢିବେ କିନ୍ତୁ ଅଫଲାଇନ୍ ରେ ପରୀକ୍ଷା ଦେବେ ?ଜାଣନ୍ତୁ କେମିତି ….

ଆସିଲା ଏବେ ସବୁଠୁ ବଡ ଖବର ଯାହା ହେଉଚି କି ଏବେ ଦଶମ ଶ୍ରେଣୀରେ ପିଲା ମାନେ ପାଠ ପଢିବେ ୟୁଟ୍ୟୁବରେ । ଏହା ପରେ ଦଶମ ଏବଂ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ କରି ଆସିଛି ଏକ ବହୁତ ବଡ ଖବର । ଯାହାକୁ ନେଇ ସୂଚନା ପ୍ରାଦନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଏବେ ୟୁଟ୍ୟୁବରେ ଭିଡିଓ ଦେଖି ପାଠ ପଢିବେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ । ମ୍ୟାଟ୍ରିକ ପରୀକ୍ଷା ନେଇ ଏବଂ ସ୍ଥିତି ସୁଧାର ହୋଇଥିବା ବେଳେ ମାଧ୍ୟମିକ ଷିକ୍ଷା ପରିଷଦ ବୋର୍ଡ ଏଭଳି ଏକ ନୂଆ ବ୍ୟବସ୍ଥା କରିବାକୁ ଯାଉଛନ୍ତି ପ୍ରଥମ ପ୍ରର୍ଯ୍ୟାୟରେ ଇଂରାଜୀ ଏବଂ ସାଧାରଣ ବିଜ୍ଞାନର ଭିଡିଓ କରାଯାଇ ୟୁଟ୍ୟୁବରେ ଅପଲୋଡ କରାଯିବ ।

ୟୁଟ୍ୟୁବରେ ଭିଡିଓ ଦେଖିବା ପାଇଁ ବୋର୍ଡ ୱେବ ସାଇଟରେ ଲିଙ୍କ ଦିଆୟଯିବ ବୋଲି ବୋର୍ଡ ଉପ ସଭାପତି ଡଃ ନିହାର ର଼ଞ୍ଜନ ପାତ୍ର ସୂଚନା ପ୍ରଦାନ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଇଂରାଜୀ ଏବଂ ସାଧାରଣ ବିଜ୍ଞାନର ବିଶିଷ୍ଟ ଶିକ୍ଷାବିତଙ୍କ ଦ୍ୱାରା କରାଯାଇଛି ।

ସେ କହିଛନ୍ତି ଏହାର ଭିଡିଓ ତିଆରି କରାଯାଇଛି ଏବଂ କିଛି ଦିନ ପରେ ଏହି ଭିଡିଓ ୟୁଟ୍ୟୁବରେ ଅପଲୋଡ କରାଯିବ ବୋଲି ମଧ୍ୟ କୁହାଯାଉଛି । ବୋର୍ଡ ୱେବ ସାଇଟ www.bscodisha.in ରେ ଲିଙ୍କ ପ୍ରଦାନ କରାଯିବ । ଦିଆଯାଇଥିବା ଲିଙ୍କ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ଲିଙ୍କ ଦେଖି ପାଠ ପଢିବେ । ଏପରିକି ଅଭିଭାବକ ମାନେ ମଧ୍ୟ ଭିଡିଓ ଦେଖି କରି ପିଲା ମାନଙ୍କୁ ପ୍ରସ୍ତୁତ କରିପାରିବେ । ଯଦି ଏହି ପ୍ରୟାସ ପ୍ରଭାବଶାଳୀ ସାବ୍ୟସ୍ତ ହେବ ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଗଣିତର ଭିଡିଓ କରି ୟୁଟ୍ୟୁବରେ ଛଡାଯିବ ବୋଲି କୁହାଯାଉଛି ।


କରୋନା କାରଣରୁ ଡୋରିରେ ହେଲେ ଅଫ ଲାଇନରେ ହେବ ମ୍ୟାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା । ଏ ନେଇ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସାମୀର ରଞ୍ଜନ ଦାସ ମିଡିଆ ଆଗରେ ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି ବର୍ତ୍ତମାନ ସୁଦ୍ଧା ଅନଲାଇନ ପାଠପଢାରେ ସମସ୍ତ ପିଲା ଯୋଡି ହୋଇ ପାରୁନାହାନ୍ତି । ଯେଉଁଥିପାଇଁ ଅନଲାଇନରେ ମ୍ୟାଟ୍ରିକ ଏବଂ +2 ପରୀକ୍ଷା ହେବାର ପ୍ରଶ୍ନ ହିଁ ଉଠୁନାହିଁ । ତେବେ ପରୀକ୍ଷା ଯେବେବି ହେବ ତାହା ଅଫଲାଇନ ମାଧ୍ୟମରେ ହିଁ ହେବ । ଏଥି ସହିତ ସେ ଆହୁରି ମଧ୍ୟ କହିଛନ୍ତି କି ସ୍କୁଲ ଖୋଲିବା ନେଇ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ପ୍ରଧାନ ମନ୍ତ୍ରୀକୁ ଚିଠି ଲେଖିଥିଲେ ।

ମାତ୍ର ପ୍ରଧାନ ମନ୍ତ୍ରୀଙ୍କ ତରଫରୁ ଏ ଯାଏ କୌଣସି ଚିଠି ଆସିନାହିଁ । ତଥାପି କେନ୍ଦ୍ର ସରକାରଙ୍କ ନିୟମକୁ ଦେଖିଲେ ଅଫଲାଇନରେ ପରୀକ୍ଷା ହେବ ବୋଲି ଜଣାପଡୁଛି । ପିଲା ମାନେ କୋଭିଡ ଗାଇଡଲାଇନ ମାନି ପରୀକ୍ଷା ଦେବେ ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟ ପଟେ ରାଜ୍ୟ ସରକାର ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚ ଶିକ୍ଷା ବିଭାଗ ଉପରେ ସ୍କୁଲ କଲେଜ ଖୋଲିବା ନିଷ୍ପତ୍ତି ଛାଡି ଦେଇଛନ୍ତି । ଏହି ଦୁଇ ବିଭାଗ ହିଁ ରାଜ୍ୟରେ କେବେ ସ୍କୁଲ ଖୋଲିବ ସେ ନେଇ ଚୁଡାନ୍ତ ନିଷ୍ପତ୍ତି ନେବେ ବୋଲି ରାଜ୍ୟ ସରକାର କହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।