Odisha News Portal

08 ମଇ 2021 ଶନିବାର ପ୍ରଭୁ ଶନିଦେବଙ୍କ କୃପାରୁ ଏହି ରାଶିର ବ୍ୟକ୍ତି ମାନଙ୍କୁ ମିଳିବ ବହୁତ ବଡ ଖୁସୀ ଖବର

2021 ମସିହା ମଇମାସ 8 ତାରିଖ ଶନିବାର , ବୈଶାଖମାସ , କୃଷ୍ଣପକ୍ଷ , ତୃତୀୟାତିଥି , ଅନୁରାଧା ନକ୍ଷତ୍ର , ବାଛା ରାଶିରେ ଚନ୍ଦ୍ର । ତୁଳା , କୁମ୍ଭ ରାଶିରେ ଘାତବାର ଏବଂ ଶୁଭସମୟ – 5ଟା 23 ମିନିଟରୁ 7ଟା 3ମିନିଟ, ଦିବା 10ଟା 28 ମିନିଟରୁ 1ଟା 1ମିନିଟ , ରାତ୍ରୀ 2 ଟା 22 ମିନିଟରୁ 3ଟା 5 ମିନିଟ ।

1 ମେଷରାଶି 

ବ୍ୟବହାର କୁଶଳତାକୁ ଆଧାର କରି ନିମ୍ନବର୍ଗର ସହାୟତାରେ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ସ୍ଥାପିତ ହେବ । ଭାଗୀଦାରୀ ମାନେ ପାଦ ସହିତ ପାଦ ମିଳେଇ ବେପାର ବୃଦ୍ଦି କରିବେ ଏବଂ ବିଦ୍ୟାକ୍ଷେତ୍ରରେ ମନଯୋଗ ଦେଇ ସଫଳ ହେବେ । ପ୍ରତିକାର – ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

2 ବୃଷରାଶି

ରାଜନୈତିକ କ୍ଷେତ୍ରେରେ ଉପଯୁକ୍ତ ଲୋକମାନଙ୍କ ସହିତ ବନ୍ଧୁତା ସ୍ଥାପନ କରିବେ ଏବଂ ଜମି, ଜାଗା , ବାସଗୃହ ଓ ଯାନବାହାନ କ୍ରୟ କରିବାରେ ସୁବିଧା ପାଇବେ । କୋର୍ଟ କୋଚେରୀ ମାମଲାରେ ବିଜୟୀ ହେବେ ଏବଂ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପ୍ରତିକାର – ମାଆବାପା , ଗୁରୁଜନଙ୍କୁ ପ୍ରଣାମ କରନ୍ତୁ ।

3 ମିଥୁନରାଶି 

ଅଟକି ରହିଥିବା ସମସ୍ତ କାର୍ଯ୍ୟ ପୂରଣ ହେବ , କଠିନ କାର୍ଯ୍ୟ ସହଜରେ ସମାଧାନ କରିବେ । ପାରିବାରିକ ଜୀବନରେ ସୁଖଶାନ୍ତି ଲାଭ ହେବ , କର୍ମ କ୍ଷେତ୍ରରେ ଉଦ୍ୟମ ଚେଷ୍ଟାଦ୍ୱାରା ସାଫଲ୍ୟ ହେବେ । ବରିଷ୍ଠ ବ୍ୟକ୍ତି ଓ ଗୁରୁଜନ ମାନଙ୍କ ଠାରୁ ପ୍ରଶଂସା ପାଇବେ , ପ୍ରତିକାର – ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

4 କର୍କଟରାଶି 

ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ ଏବଂ ଆନିଷ୍ଠାନିକ କାମରେ ଠିକ ପରାମର୍ଶ ଦେଇ ଆଦାର ସମ୍ମାନ ମିଳିବ । ବ୍ୟବସାୟରେ ଆଶାତୀତ ଲାଭକରି ଖୁସୀ ହେବେ ଏବଂ ପରିବାରରେ କଳହ ମେଣ୍ଟିଯିବ । ପ୍ରତିକାର – ଅସହାୟକୁ ସାହାର୍ଯ୍ୟ କରନ୍ତୁ ।

5 ସିଂହରାଶି

ସାମାଜିକ ପତିଆରା ଅମଳିନ ରହିବ ,ବ୍ୟବସାୟ କ୍ଷେତ୍ରେରେ ପ୍ରତିଦ୍ୱନ୍ଦିତା ଦୂରେଇ ଯିବ । କାର୍ଯ୍ୟାଳୟର ଜଟିଳ ପରିସ୍ଥିତିକୁ ସରଳ କରି ପ୍ରଶଂସା ପାଇବେ ଏବଂ ଆୟ ଉପାର୍ଜନରେ ବାଧା ହେବ ନାହିଁ , ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ । ପ୍ରତିକାର – ଚାଉଳ କୁଆ ପାରାଙ୍କୁ ଖାଇବାକୁ ଦିଅନ୍ତୁ ।

6 କନ୍ୟାରାଶି 

ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ , ଦୂର ସ୍ଥାନକୁ ଯାତ୍ରା କରିବେ । ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଦିହେବ ଏବଂ କଠିନ କାର୍ଯ୍ୟ ସହଜରେ ସମାଧାନ କରିବେ । ପ୍ରତିଯୋଗିତା ପରିକ୍ଷାରେ ଉତ୍ତିର୍ଣ୍ଣ ହେବେ । ପ୍ରତିକାର – ବାପାମାଆ ଗୁରୁଜନଙ୍କୁ ପ୍ରଣାମ କରନ୍ତୁ ।

7 ତୁଳାରାଶି 

ରାଜନୈତିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ ଏବଂ ପାରିବାରିକ କ୍ଷେତ୍ରେର କିଛି ଭୁଲ ବୁଝାମଣା ଯୋଗୁଁ ମାନସିକ ଦ୍ୱନ୍ଦ ଦେଖା ଦେଇପାରେ । ଶିକ୍ଷାକ୍ଷେତ୍ରରେ ପରିକ୍ଷା ପରିଣାମ ଅନୁକୁଳ ହେବ । ପ୍ରତିକାର – କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

8 ବିଛାରାଶି

ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନ ମାନଙ୍କରେ ଭ୍ରମଣ କରି ଆନନ୍ଦ ଅନୁଭବ କରିବେ ଏବଂ ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାର୍ଯ୍ୟ ସହଯୋଗ କରିବେ । ପ୍ରତିକାର – ଦହି ମିଠା ଖାଇ ଘରୁ ବାହାରନ୍ତୁ ।

9 ଧନୁରାଶି

ସାମାଜିକ ସ୍ଥିତି ଏବଂ ମାନସମ୍ମାନ ବଜାୟ ରହିବ ,ଶିଳ୍ପ ପ୍ରତିଷ୍ଠା ଯୋଜନା ସାଫଲ୍ୟ ହେବ । କର୍ମ କ୍ଷେତ୍ରରେ ନିଜର ପ୍ରତିଷ୍ଠା ସୁନାମ ବଢିବ , ପାରିବାରିକ ଜୀବନ ସୁଖସନ୍ତୋଷରେ କଟିବ । ପ୍ରତିକାର -ଗୋମାତାଙ୍କୁ କିଛି ଖାଦ୍ୟ ଦିଅନ୍ତୁ ।

10 ମକରରାଶି 

ରାଜନୈତିକ କ୍ଷେତ୍ରରେ ଜଟିଳ ପରିସ୍ଥିତି ଦୂରେଇ ଯିବ , ଭୋଗବିଳାସ ଓ ଆନନ୍ଦରେ ସମୟ କାଟିବେ । କୌଣସି ଶୁଭ ସମାଚାର ମଧ୍ୟ ଶୁଣିବାକୁ ମିଳିବ ଏବଂ ଛାତ୍ରଛାତ୍ରୀ ମାନେ ଶିକ୍ଷାକୁ ଉଚିତ ମନେ କରି ପାଠପଢାରେ ମନଯୋଗ ଦେବେ । ପ୍ରତିକାର – କଳାରଙ୍ଗର ରୁମାଲଟିଏ ପାଖେର ରଖନ୍ତୁ ।

11 କୁମ୍ଭରାଶି

କୌଣସି ଗୁରୁତ୍ୱପୂର୍ଣ୍ଣ କର୍ମ ନେଇ ଆର୍ଥିକ ଆନାଟନ ଦେଖାଦେଇପାରେ , ପିଲାପ୍ରତି ସତର୍କ ରହି ଆନନ୍ଦିତ ହେବେ । ରାଜନୀତିରେ ସଫଳତା ମିଳିବ , ପ୍ରତିକାର – କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

12 ମୀନରାଶି 

ଆନନ୍ଦ ଉଲ୍ଲାସରେ ଦିନଟି ବିତାଇବେ , ଦୃଢତା ଯୋଗେଁ ସମ୍ମାନର ଅଧିକାରୀ ହୋଇ ପାରିବେ । ବିଦ୍ୟାର୍ଥୀମାନେ ଅପ୍ରାଣ ଚେଷ୍ଟା କରି ପ୍ରତିଦ୍ୱନ୍ଦିତାରେ ସଫଳ ହେବେ । ପ୍ରତିକାର – ବାପାମାଆ ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।