Odisha News Portal

07 ମଇ 2021 ଶୁକ୍ରବାର, ମାତା ଲକ୍ଷ୍ମୀଙ୍କ କୃପାରୁ ଆଜି ଏହି ରାଶି ମାନଙ୍କୁ ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

2021 ମସିହା ମଇ ମାସ ଶୁକ୍ରବାର ମାତା ଲକ୍ଷ୍ମୀଙ୍କ କୃପାରୁ କିଛି ରାଶି ମାନଙ୍କ ଉପରେ ବିଶେଷ କୃପା ଲାଭ ହେବାକୁ ଯାଉଛି । କର୍କଟ ରାଶିରେ ଘାତବାର । ଶୁଭସମୟ – ସକାଳ 5 ଟା 24 ମିନିଟରୁ 7 ଟା30 ମିନିଟ , ଦିବା 10 ଟା10 ମିନିଟରୁ 11ଟା 17 ମିନିଟ , ଦିବା 1ଟା52 ମିନିଟରୁ 5ଟା 13 ମିନିଟ , ସନ୍ଧ୍ୟା 6ଟା 51 ମିନିଟରୁ 10 ଟା 35 ମିନିଟ , ରାତି 3ଟା 59 ମିନିଟରୁ 5 ଟା 21ମିନିଟ ।

1 ମେଷରାଶି -:

ରାଜନୀତି କ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ କରିବେ ଏବଂ ସାମାଜିକ ଭାବମୂର୍ତ୍ତି ସୁରକ୍ଷା ହେବ । ସ୍ୱାସ୍ଥ୍ୟରେ ଉନ୍ନତି ପରଲକ୍ଷିତ ହେବ , କର୍ମ କ୍ଷେତ୍ରରେ ଟେନସନ ଦୂର ହେବ ଏବଂ ନୂତନ ଜ୍ଞାନର ମଧ୍ୟ ବୃଦ୍ଦି ହେବ । ପ୍ରତିକାର – ବାପା ମା ଗୁରୁଜନଙ୍କୁ ପ୍ରଣାମ କର ।

2 ବୃଷରାଶି -:

ଆପଣଙ୍କୁ କର୍ମ କ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ଓ ସହଯୋଗୀ ମାନଙ୍କର ସାହାର୍ଯ୍ୟ ସହଯୋଗ ମିଳିବ ଏବଂ ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ । ପୁରୁଣା ନିବେଶ ଲାଭ ଦେବ , ସମସ୍ତ ଫଇସଲା ଓ ନିର୍ଣ୍ଣୟ ବୁଦ୍ଦିମତାରେ ପରିପୂର୍ଣ୍ଣ ହେବ । ପ୍ରତିକାର – ଧଳାବସ୍ତ୍ର ପରିଧାନ କରନ୍ତୁ ।

3 ମିଥୁନରାଶି -:

ଅବିବାହିତ ଯୁବକ ଯୁବତୀ ମାନଙ୍କର ବିବାହ କରିବାର ସୁଯୋଗ ପାଇବେ ଏବଂ କର୍ମ କ୍ଷେତ୍ରରେ ପ୍ରମୋଶନ ଓ ପରିବର୍ତ୍ତନ ସୁଯୋଗ ମିଳିବ । ଧର୍ମ କାର୍ଯ୍ୟ ପ୍ରତି ମନବଳାଇ ବହୁତ ଶାନ୍ତି ଲଭିବେ , ବ୍ୟବସାୟ ଆଶାତୀତ ଲାଭ ହେବ । ପ୍ରତିକାର – ମାଦକ ଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ ।

4 କର୍କଟରାଶି -:

ଶିକ୍ଷା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ଅଧିକ ପରିଶ୍ରମ କରି ସାମାନ୍ୟ ଲାଭ ପାଇବେ , ପ୍ରେମିକ ପ୍ରେମିକା ମାନେ ପ୍ରେମରେ ସଫଳ ହେବେ । ପରିବାରରେ କାହାର ସ୍ୱାସ୍ଥ୍ୟ ସମସ୍ୟା ନେଇ ମାନସିକ ଚିନ୍ତାବୃଦ୍ଧି ପାଇପାରେ । ପ୍ରତିକାର – କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

5 ସିଂହରାଶି -:

ସିଂହରାଶିର ବ୍ୟକ୍ତିମାନେ ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ ଏବଂ ବ୍ୟାପାର , ବାଣିଜ୍ୟରେ ଅଚାନକ ଧନପ୍ରାପ୍ତି ହେବ । କାରବାର ସମ୍ୱନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ସଂପାଦନ ହେବ , ବିଦ୍ୟାରେ ଉନ୍ନତି ହେବାରୁ ମନ ଖୁସୀ ରହିବ । ପ୍ରତିକାର – ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

6 କନ୍ୟାରାଶି -:

ସମ୍ପତ୍ତି ସମ୍ୱନ୍ଧୀୟ ମାମଲାରେ ଜୟଯୁକ୍ତ ହେବେ , ନୂଆ ଚାକିରୀ ମିଳିବାର ସମ୍ଭାବନା ରହିଛି । ବନ୍ଧୁ ମିତ୍ରଙ୍କ ଆଗମନ ହେବ , ସ୍ୱାସ୍ଥ୍ୟ ସମସ୍ୟାରେ ପରିବର୍ତ୍ତନ ଘଟିବ । ପ୍ରତିକାର – ସବୁଜ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ।

7 ତୁଳାରାଶି -:

ଶିକ୍ଷା ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ , ଆର୍ଥିକ ଦିଗରୁ ଉନ୍ନତି ଓ ନୂତନ ପଦାର୍ଥ ସଂଗ୍ରହ କରିବା ପାଇଁ ଆଗ୍ରହ ବଢିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ ଏବଂ ମାନସମ୍ମାନ ବଢିବ । ପ୍ରତିକାର – ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

8 ବିଛାରାଶି -:

ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । ପ୍ରେମ ସମ୍ୱନ୍ଧ ଏବଂ ଦାମ୍ପତ୍ୟ ଜୀବନରେ ମଧୁରତା ସୃଷ୍ଟିହେବ । ପ୍ରତିକାର – କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

9 ଧନୁରାଶି -:

ବାଦବିବାଦ ,ପ୍ରତିଯୋଗୀତା , ପରିକ୍ଷା ଆଦିରେ ବିଜୟୀ ହେବେ ଏବଂ ସ୍ଥଗିତ ଥିବା କର୍ମଟି ସହଜ ଏବଂ ସରଳରେ ପରିପୂର୍ଣ୍ଣ ହେବ । ନୂତନ ଯାନବାହାନ କ୍ରୟ ଏବଂ ଗୃହନିର୍ମାଣ ଆଦି କରି ପାରିବେ । ପ୍ରତିକାର – ମହୁଟିକେ ଖାଇ ଘରୁ ବାହାରନ୍ତୁ ।

10 ମକରରାଶି-:

ଶିଳ୍ପ ପ୍ରତିଷ୍ଠା ବା ନୂତନ ଯୋଜନାରେ ସାଫଲ୍ୟ ଦାୟକ ହେବ , ଶତ୍ରୁମାନେ ପରାଜିତ ହୋଇ ମିତ୍ରଭାବ ଆଚରଣ କରିବେ । ପ୍ରତିକାର – ଆମିଷ ସେବନ କରନ୍ତୁ ନାହିଁ ।

11 କୁମ୍ଭରାଶି -:

ଆପଣ ଆଶା କରୁଥିବା କାର୍ଯ୍ୟଟି ବନ୍ଧୁ ଙ୍କ ଦ୍ୱାରା ସହଜ ସୁବିଧାରେ ହୋଇଯିବ , ସାଙ୍ଗସାଥୀ ମାନେ ସାହାର୍ଯ୍ୟ ସହଯୋଗ କରିବେ । ପ୍ରତିକାର – ମାବାପା , ଗୁରୁଜନଙ୍କୁ ପ୍ରଣାମ କରନ୍ତୁ ।

12 ମୀନରାଶି -:

କାମ କାର୍ଯ୍ୟରେ ନୂଆ ଉପଲବ୍ଧି ଆପଣଙ୍କ ପ୍ରତୀକ୍ଷାରେ ରହିବ ଏବଂ ଗୁରୁଜନ ଓ ବୃଦ୍ଦ ମାନଙ୍କର ସେବାଯତ୍ନ କଲେ ଆନେକ ଆଶୀର୍ବାଦ ପାଇବେ । ପ୍ରତିକାର – ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।